ମୟୂରଭଞ୍ଜ ଓ ଦେବଗଡ଼ର ସୁନା ଖଣି ନିଲାମ କରିପାରନ୍ତି ରାଜ୍ୟ ସରକାର, ନିଲାମ ନେଇ ଆସନ୍ତା ୩ ତାରିଖରେ ବୈଠକ

Advertisment

ସୂଚନା ଥାଉ କି ରାଜ୍ୟର ୩ ଟି ଜିଲ୍ଲାରେ ରହିଛି ସୁନା ଖଣି । ଦେବଗଡ଼ ଜିଲ୍ଲା ଆଡ଼ସ ପଞ୍ଚାୟତର ଆଡ଼ସ ଗ୍ରାମ ଓ ରିଆମାଲ ଗାଁରେ ସୁନା ଖଣି ରହିଛି । ସେହିଭଳି କେନ୍ଦୁଝର ଜିଲ୍ଲା ଗୋପୁର, ଗାଜିପୁର, କୁଶକଳା, ଅଡ଼ାଳ ଏବଂ ତେଲକୋଇର ସଳେଇକନା, ଡିମିରିମୁଣ୍ଡା ଓ କରଡଙ୍ଗା ଅଞ୍ଚଳରେ ସୁନା ଥିବା ସୂଚନା ମିଳିଛି । ନିର୍ଦ୍ଦେଶାଳୟ ପକ୍ଷରୁ ୧୯୭୭-୮୩ ଓ ୧୯୮୯-୯୬ ମଧ୍ୟରେ କେନ୍ଦୁଝର ଜିଲ୍ଲା ତେଲକୋଇ ତହସିଲ ଅଞ୍ଚଳରେ ଅନୁସନ୍ଧାନ କରାଯାଇ ଦୁଇଟି ସୁନାବାହୀ ବାଲୁକାପ୍ରସ୍ତର ସିରା ଅବସ୍ଥିତି ଜଣାପଡ଼ିଥିଲା । ଯେଉଁଥିରେ ଗୋଟିଏ ଟନ୍‌ ପଥରରେ ୧ ଗ୍ରାମ ସୁନା ଥିବା ବିଶ୍ଲେଷଣରୁ ଜଣାପଡ଼ିଛି।

ସୂଚନା ଥାଉ କି ରାଜ୍ୟର ୩ ଟି ଜିଲ୍ଲାରେ ରହିଛି ସୁନା ଖଣି । ଦେବଗଡ଼ ଜିଲ୍ଲା ଆଡ଼ସ ପଞ୍ଚାୟତର ଆଡ଼ସ ଗ୍ରାମ ଓ ରିଆମାଲ ଗାଁରେ ସୁନା ଖଣି ରହିଛି । ସେହିଭଳି କେନ୍ଦୁଝର ଜିଲ୍ଲା ଗୋପୁର, ଗାଜିପୁର, କୁଶକଳା, ଅଡ଼ାଳ ଏବଂ ତେଲକୋଇର ସଳେଇକନା, ଡିମିରିମୁଣ୍ଡା ଓ କରଡଙ୍ଗା ଅଞ୍ଚଳରେ ସୁନା ଥିବା ସୂଚନା ମିଳିଛି । ନିର୍ଦ୍ଦେଶାଳୟ ପକ୍ଷରୁ ୧୯୭୭-୮୩ ଓ ୧୯୮୯-୯୬ ମଧ୍ୟରେ କେନ୍ଦୁଝର ଜିଲ୍ଲା ତେଲକୋଇ ତହସିଲ ଅଞ୍ଚଳରେ ଅନୁସନ୍ଧାନ କରାଯାଇ ଦୁଇଟି ସୁନାବାହୀ ବାଲୁକାପ୍ରସ୍ତର ସିରା ଅବସ୍ଥିତି ଜଣାପଡ଼ିଥିଲା । ଯେଉଁଥିରେ ଗୋଟିଏ ଟନ୍‌ ପଥରରେ ୧ ଗ୍ରାମ ସୁନା ଥିବା ବିଶ୍ଲେଷଣରୁ ଜଣାପଡ଼ିଛି।

mines

କନକ ବ୍ୟୁରୋ : ରାଜ୍ୟର ଖଣି ନିଲାମ କରିବେ ରାଜ୍ୟ ସରକାର । ୪୯ଟି ଖଣି ନିଲାମ କରିବାକୁ ଅଣ୍ଟା ଭିଡ଼ିଛି ଖଣି ବିଭାଗ । ଗୁରୁତ୍ୱପୂର୍ଣ୍ଣ ଖବର ହେଉଛି ଏଥର ରାଜ୍ୟରେ ଥିବା ସୁନା ଖଣି ନିଲାମ ହୋଇପାରେ । ମୟୂରଭଞ୍ଜ ଓ ଦେବଗଡ଼ର ସୁନା ଖଣି ନିଲାମ କରିପାରନ୍ତି ସରକାର । ଜାନୁଆରି ୩ ତାରିଖର ଖଣି ନିଲାମ ପାଇଁ ବୈଠକ ଡକାଯାଇଛି । ବୈଠକରେ ରାଜ୍ୟର ୪୯ଟି ଖଣି ନିଲାମ ପାଇଁ ବାର୍ଷିକ ନିଲାମ କ୍ୟାଲେଣ୍ଡର ଚୂଡ଼ାନ୍ତ କରିବାକୁ ନିଷ୍ପତ୍ତି ନିଆଯିବ । ପ୍ରସ୍ତାବିତ ଖଣି ବ୍ଲକ୍‌ମାନଙ୍କର ଉପଯୁକ୍ତତା, ଅନୁସନ୍ଧାନର ସ୍ଥିତି, ନିଲାମ ପାଇଁ ପ୍ରସ୍ତୁତି ଯାଞ୍ଚ ସହ ବୈଠକରେ ବାର୍ଷିକ ନିଲାମ କ୍ୟାଲେଣ୍ଡର ଚୂଡ଼ାନ୍ତ କରାଯିବ । ଓଡ଼ିଶାର ଖଣି ଓ ଭୂତତ୍ତ୍ୱ ନିର୍ଦ୍ଦେଶକ ଦ୍ୱାରା ଡିଓଏମଜି, ଓଏମସି, ଜିଏସଆଇ ଏବଂ ଏମଇସିଏଲ୍ ଦ୍ୱାରା ଅନୁସନ୍ଧାନ କରାଯାଇଥିବା ପ୍ରମୁଖ ଖଣି ବ୍ଲକ୍‌ଗୁଡିକର କ୍ରିଟିକାଲ୍ ଓ ଷ୍ଟ୍ରାଟେଜିକ୍ ଖଣି ବ୍ଲକର ତାଲିକା ପ୍ରସ୍ତୁତ କରାଯାଇଛି । ଆସନ୍ତା ୩ ତାରିଖରେ ହେବାକୁ ଥିବା ବୈଠକରେ  ଇସ୍ପାତ ଓ ଖଣି ବିଭାଗର ଅତିରିକ୍ତ ମୁଖ୍ୟ ସଚିବଙ୍କ ସମେତ ଓଏମସି ଲିମିଟେଡର ମ୍ୟାନେଜିଂ ଡାଇରେକ୍ଟର, ଓଡ଼ିଶାର ଖଣି ନିର୍ଦ୍ଦେଶକ ପ୍ରମୁଖ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଅଧିକ ପଢ଼ନ୍ତୁ :   ଓଡ଼ିଶାର ୩ ଜିଲ୍ଲାରେ ସୁନା ଖଣି ଠାବ : ବିଧାନସଭାରେ ମନ୍ତ୍ରୀଙ୍କ ସୂଚନା ପରେ ବଢିଲା ଚର୍ଚ୍ଚା; ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ସାହ

ସୂଚନା ଥାଉ କି ରାଜ୍ୟର ୩ ଟି ଜିଲ୍ଲାରେ ରହିଛି ସୁନା ଖଣି । ଦେବଗଡ଼ ଜିଲ୍ଲା ଆଡ଼ସ ପଞ୍ଚାୟତର ଆଡ଼ସ ଗ୍ରାମ ଓ ରିଆମାଲ ଗାଁରେ ସୁନା ଖଣି ରହିଛି । ସେହିଭଳି କେନ୍ଦୁଝର ଜିଲ୍ଲା ଗୋପୁର, ଗାଜିପୁର, କୁଶକଳା, ଅଡ଼ାଳ ଏବଂ ତେଲକୋଇର ସଳେଇକନା, ଡିମିରିମୁଣ୍ଡା ଓ କରଡଙ୍ଗା ଅଞ୍ଚଳରେ ସୁନା ଥିବା ସୂଚନା ମିଳିଛି । ନିର୍ଦ୍ଦେଶାଳୟ ପକ୍ଷରୁ ୧୯୭୭-୮୩ ଓ ୧୯୮୯-୯୬ ମଧ୍ୟରେ କେନ୍ଦୁଝର ଜିଲ୍ଲା ତେଲକୋଇ ତହସିଲ ଅଞ୍ଚଳରେ ଅନୁସନ୍ଧାନ କରାଯାଇ ଦୁଇଟି ସୁନାବାହୀ ବାଲୁକାପ୍ରସ୍ତର ସିରା ଅବସ୍ଥିତି ଜଣାପଡ଼ିଥିଲା । ଯେଉଁଥିରେ ଗୋଟିଏ ଟନ୍‌ ପଥରରେ ୧ ଗ୍ରାମ ସୁନା ଥିବା ବିଶ୍ଲେଷଣରୁ ଜଣାପଡ଼ିଛି। ସେଥିମଧ୍ୟରୁ ଗୋପୁର ନିକଟସ୍ଥ ଦକ୍ଷିଣ ପାର୍ଶ୍ବରେ ୬୦ ମିଟର ଲମ୍ବ ଓ ୧ ମିଟର ଓସାର ଅଞ୍ଚଳରେ ଥିବା ବାଲୁକାପ୍ରସ୍ତର ସିରାର ଏକ ଟନ୍‌ ପଥରରୁ ୨.୫ ଗ୍ରାମରୁ ୧୦ ଗ୍ରାମ ସୁନା ଥିବାର ଆକଳନ ହୋଇଛି । ଯାହାକି ଭୂପୃଷ୍ଠରୁ ୩୦ରୁ ୬୦ ମିଟର ତଳେ ଥିବାରୁ ଅର୍ଥନୈତିକ ଦୃଷ୍ଟିକୋଣରୁ ଉକ୍ତ ସମୟରେ ସବିଶେଷ ଆକଳନ ପାଇଁ କାର୍ୟ୍ୟପନ୍ଥା କରାଯାଇ ନ ଥିଲା । ସେହିପରି ନିର୍ଦ୍ଦେଶାଳୟ ପକ୍ଷରୁ ୧୯୭୦-୭୧ରେ ‌ତେଲକୋଇ ନିକଟସ୍ଥ ‌ସଲେଇକନା ପରିପାର୍ଶ୍ବରେ ନାଳ ଅବବାହିକା ଓ ଶଯ୍ୟାରେ ୧ ଟନ୍‌ ମାଟିରେ ୧ ଗ୍ରାମ ସୁନା ଥିବା ସୂଚନା ମିଳିଛି ।

ଅଧିକ ପଢ଼ନ୍ତୁ :   ସୋନଭଦ୍ରରୁ ସୁନା ବାହାରିବ, ଦେଶର ଭାଗ୍ୟ ବଦଳିବ? କିନ୍ତୁ ସୁନା ଖଣି ଅଞ୍ଚଳରେ ବୁଲୁଛନ୍ତି ବିଷଧର ସାପ, କିଭଳି ଖୋଳାହେବ ଚିନ୍ତାରେ ସରକାର?

ମୟୂରଭଞ୍ଜ ଜିଲ୍ଲା ଯଶିପୁର, ସୁରିଆଗୁଡ଼ା, ଭୁଆଁସି, ଇଡେଳକୁଚା, ମାରେଡିହି ଓ ସୁଲେଇପାଟ(ଧୁସୁରା ପାହାଡ଼) ଓ ବାଦାମ ପାହାଡ଼ ଅଞ୍ଚଳରେ ମଧ୍ୟ ସୁନା ରହିଛି। ନିର୍ଦ୍ଦେଶାଳୟ ଓ ଜିଏସଆଇ ଅନୁସନ୍ଧାନ କରାଯାଇ ଇଡେଲକୁଚା-ମାରେଡିହି-ବାହାମପାହାଡ଼ ଆଦି ଅଞ୍ଚଳରେ ସୁନାବାହୀ ପଥର ରହିଛି । ୧ ଟନ୍‌ ପଥରରୁ ୦.୧ରୁ ୨.୬ଗ୍ରାମ ସୁନା ରହିଥିବା ଆକଳନ କରାଯାଇଛି । ନିର୍ଦ୍ଦେଶାଳୟ ପକ୍ଷରୁ ୧୯୭୦-୭୧ରେ ଅନୁସନ୍ଧାନ କରାଯାଇ ଧୁସୁରା ପାହାଡ଼ରେ ୨.୩ କିମି ବ୍ୟାପି ଅଞ୍ଚଳରେ ୧ ଟନ୍‌ ପଥରରୁ ୦.୧ରୁ ୦.୮ ଗ୍ରାମ ସୁନା ଥିବାର ଆକଳନ କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe