Photograph: (kanaknews)
କନକବ୍ୟୁରୋ : ପ୍ରତିଦିନ ରେକର୍ଡ ପରେ ରେକର୍ଡ କରିଚାଲିଛି ସୁନା ଦର। ପବିତ୍ର ବସନ୍ତ ପଞ୍ଚମୀରେ ବି ସୁନା ଦର ରେକର୍ଡ ସ୍ତରରେ ପହଞ୍ଚିଛି । ଇଣ୍ଡିଆ ବୁଲିଅନ ଆଣ୍ଡ ଜୁଏଲର୍ସ ଆସୋସିଏସନର ସୂଚନା ଅନୁସାରେ, ଗୁରୁବାର ୨୨ କ୍ୟାରେଟ ସୁନାର ଦର ୧୦ ଗ୍ରାମ ପିଛା ୧ଲକ୍ଷ ୩୮ହଜାର ୪୩୩ ଟଙ୍କା ଥିଲା । ତେବେ ଶୁକ୍ରବାର ଏହା ବୃଦ୍ଧି ପାଇ ୧ଲକ୍ଷ ୪୨ହଜାର ୩୭୨ ଟଙ୍କାରେ ପହଞ୍ଚିଛି । ଅର୍ଥାତ ୨୨ କ୍ୟାରେଟ୍ ସୁନାର ଦର ୧୦ ଗ୍ରାମ ପିଛା ପ୍ରାୟ ୪ହଜାର ଟଙ୍କା ବୃଦ୍ଧି ପାଇଛି ।
ରାଜଧାନୀରେ ବୁଲିଲା ଖଣ୍ଡା : ଜଣେ ଯୁବକଙ୍କୁ ହାଣିଲେ ୩ ଜଣ
ସେହିପରି ୨୪ କ୍ୟାରେଟ୍ ସୁନାର ଦର ୧୦ ଗ୍ରାମ ପିଛା ୪ହଜାର ୩୦୦ ଟଙ୍କା ବୃଦ୍ଧି ହୋଇଛି। ଗୁରୁବାର ୧୦ ଗ୍ରାମ ସୁନାର ଦର ୧ଲକ୍ଷ ୫୧ହଜାର ୧୨୮ ଟଙ୍କା ଥିବା ବେଳେ ଶୁକ୍ରବାର ୧୦ ଗ୍ରାମ ସୁନାର ଦର ୧ଲକ୍ଷ ୫୫ ହଜାର ୪୨୮ ଟଙ୍କାକୁ ବଢ଼ିଛି । ସେହିପରି ମଲ୍ଟି କମୋଡିଟି ଏକ୍ସଚେଞ୍ଚ ବା ଏମସିଏକ୍ସରେ ସୁନାର ଦର ଆକାଶଛୁଆଁ ହୋଇଛି। ଏମସିଏକ୍ସରେ ଫେବୃଆରୀରେ ଡେଲିଭରି ପାଇଁ ସୁନାର ମୂଲ୍ୟ ୧୦ଗ୍ରାମ ପିଛା ୨ହଜାର ୮୮୫ ଟଙ୍କା ବା ୧.୮୪ ପ୍ରତିଶତ ବୃଦ୍ଧି ପାଇ ୧ଲକ୍ଷ ୫୯ହଜାର ୨୨୬ ଟଙ୍କାରେ ପହଞ୍ଚିଛି। ଗୁରୁବାର ୧୦ ଗ୍ରାମ ପିଛା ୧ଲକ୍ଷ ୫୬ ହଜାର ୩୪୧ ଟଙ୍କା ଥିଲା ।
--
Follow Us