Photograph: (KANAKNEWS)
କନକବ୍ୟୁରୋ : ଲଗାତାର ଦ୍ବିତୀୟ ଦିନରେ କମିଲା ସୁନା, ରୁପା ଦର । ଆଜି ପୁଣି କମିଲା ସୁନା ରୁପା ଦର । ଲଗାତାର ଦ୍ବିତୀୟ ଦିନରେ ସୁନା ରୁପା ଖସିଛି। ୨୪ କ୍ୟାରେଟ୍ ସୁନା ଦର ୮ହଜାର ୬୨୦ ଟଙ୍କା ହ୍ରାସ ପାଇଲା । ଗତ କାଲି ସୁନା ଦର ୧୦ ଗ୍ରାମ ପିଛା ୨୪କ୍ୟାରେଟ୍ ସୁନା ଦର ୧ ଲକ୍ଷ ୬୯ ହଜାର ୨୦୦ ଟଙ୍କା ଥିବା ବେଳେ ଆଜି ୧ ଲକ୍ଷ ୬୦ ହଜାର ୫୮୦ ଟଙ୍କା ହୋଇଛି । ସେହିପରି ୨୨ କ୍ୟାରେଟ୍ ସୁନା ଦର ଗତ କାଲି ୧ ଲକ୍ଷ ୫୫ ହଜାର ୧୦୦ ଟଙ୍କା ଥିବା ବେଳେ ଆଜି ୭୯୦୦ ଟଙ୍କା କମି ହେଲା ୧ ଲକ୍ଷ ୪୭ ହଜାର ୨୦୦ ଟଙ୍କା । ୧୮ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍ ପିଛା ୧ ଲକ୍ଷ ୨୪ ହଜାର ୯୦୦ ଟଙ୍କା ଥିବା ବେଳେ ଆଜି ୬ ହଜାର ୪୬୦ ଟଙ୍କା କମି ୧ ଲକ୍ଷ ୨୦ ହଜାର ୪୪୦ ଟଙ୍କା ହୋଇଛି । ଅନ୍ୟପଟେ ଦଶନ୍ଧିରେ ସର୍ବାଧିକ ଖସିଛି ରୁପା ଦର । ଆଜି ଗୋଟିଏ ଦିନରେ ରୁପା କେଜି ପିଛା ୫୫ ହଜାର ହ୍ରାସ ପାଇଛି । ଗତ କାଲି ରୁପା ଦର ୪ ଲକ୍ଷ ୫ ହଜାର ଟଙ୍କା ଥିବା ବେଳେ ଆଜି ୩ ଲକ୍ଷ ୫୦ ହଜାର ଟଙ୍କା ହୋଇଛି ।
ଅଧିକ ପଢନ୍ତୁ... ଡ୍ୟୁଟି ବେଳେ ଡାକ୍ତରଖାନା ଛାଡ଼ି ଭୋଜିରେ ମାତିଲେ ଡାକ୍ତର : ଚିକିତ୍ସା ନପାଇ ନିରାଶ ରୋଗୀ..
ଆମେରିକା ଶୁଳ୍କ, ଭୂରାଜନୈତିକ ସଙ୍କଟ, ବାଣିଜ୍ୟ କଟକଣା, ଶକ୍ତିଶାଳୀ ଡଲାର ଭଳି ବିଭିନ୍ନ କାରଣ ପ୍ରଭାବରେ ସୁନା ଓ ରୁପା ଉଭୟ ମହଙ୍ଗା ହେଉଛି। ଅନ୍ତର୍ଜାତୀୟ ବଜାରରେ ସୁନାର ଆଉନ୍ସ ପିଛା ଦର ୫,୫୧୧.୭୯ ଡଲାର ରହିଛି। ପ୍ରଥମ ଥର ପାଇଁ ସୁନା ୫୦୦୦ ଡଲାରରୁ ଉପରେ ଦେଖିବାକୁ ମିଳିଛି। ସେହିପରି, ରୂପାର ଆଉନ୍ସ ପିଛା ଦର ମଧ୍ୟ ୧୧୮ ଡଲାର ରହିଛି। ରୁପା ଅଧିକ ରିଟର୍ଣ୍ଣ ଦେଉଥିବାରୁ ସୁନାରେ ନିବେଶ କରୁଥିବା ନିବେଶକମାନେ ଏବେ ବିପୁଳ ରାଶି ରୁପାରେ ନିବେଶ କରୁଛନ୍ତି। ଫଳରେ ଏହି ମୂଲ୍ୟବାନ ଧାତୁର ଚାହିଦା ବଢ଼ିବା ସହ ବଜାରରେ ତାହାର ଅଭାବ ଦେଖାଦେଇଛି। ଶିଳ୍ପ ଜଗତରେ ମଧ୍ୟ ରୁପାକୁ ବିପୁଳ ମାତ୍ରାରେ ବ୍ୟବହାର କରାଯାଉଛି।
Follow Us