କନକବ୍ୟୁରୋ : କର୍ମଚାରୀ ସମସ୍ତେ ଡାକ୍ତରଖାନା ଛାଡ଼ି ଭୋଜିଭାତରେ ମାତିଛନ୍ତି ।  ଆଉ ଏପଟେ ଚିକିତ୍ସା ନପାଇ ରୋଗୀ ନିରାଶ।  ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ କବିସୂର୍ଯ୍ୟନଗର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ । ଡାକ୍ତର ଏବଂ କର୍ମଚାରୀଙ୍କ ଚରମ ଅବହେଳା ସାମ୍ନାକୁ ଆସିଛି ।  କବିସୂର୍ଯ୍ୟନଗର ଆଠଗଡ଼ ପାଟଣା ସ୍ଥିତ ନାରାୟଣୀ ମନ୍ଦିରରେ ଆନୁଆଲ୍ ମିଟ୍ ଉପଲକ୍ଷେ ଭୋଜି ଆୟୋଜନ କରାଯାଥିଲା ।  ଏହି ଅବସରରେ ଜମିଥିଲା ନାଚଗୀତର ଆସର। ମେଡିକାଲ କର୍ମଚାରୀ ଏବଂ ଡାକ୍ତରମାନେ ଭୋଜିରେ ସାମିଲ ହେବା ସହ ନାଚଗୀତରେ ମସଗୁଲ ହୋଇଥିଲେ । 

Advertisment

ଅଧିକ ପଢନ୍ତୁ.. ଅଷ୍ଟ୍ରେଲିଆନ୍ ଓପନ୍: ମର୍ଟେନ୍ସ-ସୁଇ ମହିଳା ଯୁଗଳ ବିଜେତା

ଅପରାହ୍ଣ ୩ଟା ପର୍ଯ୍ୟନ୍ତ କାହାର ବି ଦେଖା ନମିଳିବାରୁ ରୋଗୀ ନିରାଶରେ ଫେରୁଥିବା ଦେଖିବାକୁ ମିଳିଥିଲା । ଆମ୍ବୁଲାନ୍ସ ଚାଳକ ବି ଗାଡ଼ି ଛାଡ଼ି ଭୋଜିରେ ସାମିଲ ହୋଇଥିଲେ। ଭୋଜିଭାତ ଏବଂ ନାଚର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।  କାହା ଅନୁମତିରେ ଡାକ୍ତର ଓ ସମସ୍ତ ମେଡିକାଲ କର୍ମଚାରୀ ଡାକ୍ତରଖାନା ଛାଡ଼ି ଭୋଜିଭାତରେ ମାତିଲେ ସେ ନେଇ ପ୍ରଶ୍ନ ଉଠିଛି ।