କନକ ବ୍ୟୁରୋ: ପୁଲିସ ଗାଡ଼ି ଦେଖି ଫେରାର ଛେଳି ଚୋର । ବୋଲେରୋକୁ ନାଳକୁ ଗଡ଼େଇ ଫେରାର ହୋଇଗଲା ଡ୍ରାଇଭର । କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ଜଳପାପଶି ଗାଁ ନିକଟରୁ ଆସିଛି ଏଭିଳି ରୋଚକ ଖବର । ଛେଳି ଚୋରି କରି ଫେରାର ହେଉଥିବା ବେଳେ ପୁଲିସ ପାଟ୍ରୋଲିଂ ଗାଡି ଦେଖି ଭାରସାମ୍ୟ ହରାଇ ଖାଲରେ ପଶିଯାଇଥିଲା ଏକ ବୋଲେରୋ ଗାଡ଼ି । ଗ୍ରାମବାସୀଙ୍କ ସହାୟତାରେ ଗାଡିରୁ ୬ଟି ଛେଳିକୁ ଉଦ୍ଧାର କରିଛି ପୁଲିସ । ସୂଚନା ଅନୁସାରେ, ଏହି ଅଞ୍ଚଳରୁ ବାରମ୍ଵାର ଛେଳି ଚୋରି ଅଭିଯୋଗ ଆସିଥାଏ । ଆଜି ବୋଲେରୋକୁ ବାମେବାରୀ ପୋଲିସ ଜବତ କରିବାରେ ସଫଳ ହେଇଛି ।
ଅଧିକ ପଢ଼ନ୍ତୁ--- ଆସୁଛି ବାତ୍ୟା ‘ମୋନ୍ଥା’, ବଢ଼ିଲା ଚାଷୀଙ୍କ ଚିନ୍ତା...
ସେପଟେ ଭଦ୍ରକ ଜିଲ୍ଲାରେ ବେଆଇନ ଗୋ-ଚାଲାଣ ବନ୍ଦ ହେଉନାହିଁ । ପୁଲିସ ବି ବିଶେଷ ସତର୍କ ଦୃଷ୍ଟି ଦେଉନାହିଁ । ସୂଚନା ଅନୁଯାୟୀ ପାଣିକୋଇଲିରୁ ଆସୁଥିଲା ବେଆଇନ ଗୋରୁ ବୋଝେଇ ଦୁଇଟି ବଡ଼ ଟ୍ରକ । ଏହି ଦୁଇ ଟ୍ରକରେ ୧୫୦ରୁ ଊର୍ଦ୍ଧ୍ବ ଗୋରୁ ଉଦ୍ଧାର କରିଛନ୍ତି ଗୋ ସୁରକ୍ଷା କର୍ମୀ । ଭଦ୍ରକ ଧାମନଗର ଥାନା ୧୬ ନମ୍ବର ଜାତୀୟ ରାଜପଥ ଵିଷ୍ଣୁପୁର ଛକ ନିକଟରେ ଗୋ ସେବକ ତଥା ଗୋ ସୁରକ୍ଷା କର୍ମୀମାନେ ରାତି ୨ଟା ୩୦ ସମୟରେ ୨ଟି ଟ୍ରକକୁ ଅଟକାଇଥିଲେ । ଘଟଣା ସ୍ଥଳରୁ ଡ୍ରାଇଭର ଓ ହେଲପର ଫେରାର ହୋଇଯାଇଥିଲେ । ଘଟଣା ସ୍ଥଳରେ ଧାମନଗର ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଉଦ୍ଧାର ଗୋରୁଙ୍କୁ ପୁଲିସର ଉପସ୍ଥିତିରେ ଗୋ ସୁରକ୍ଷା କର୍ମୀଙ୍କ ସହଯୋଗରେ ଏହି ଦୁଇ ଟ୍ରକ ସହ ଗୋରୁଙ୍କୁ ନେଇ ବାଲେଶ୍ବର ଜିଲ୍ଲା ମଇତାପୁରରେ ଗୋଶାଳାକୁ ନିଆଯାଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024-08-22t112507373z-whatsapp-image-2024-08-22-at-45429-pm.jpeg)
/kanak/media/media_files/2025/10/26/goattheft-2025-10-26-18-24-24.jpg)