କନକ ବ୍ୟୁରୋ: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ପାଇଁ ଭାରତ ରତ୍ନ ଦାବି ପୁଣି ଥରେ ଉଠିବା ଆରମ୍ଭ କରିଛି । ବରିଷ୍ଠ ଜେଡିୟୁ ନେତା କେସି ତ୍ୟାଗୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏନେଇ ଚିଠି ଲେଖିଛନ୍ତି । ଚିଠିରେ କେସି ତ୍ୟାଗୀ ଉଲ୍ଲେଖ କରିଛନ୍ତି, ସମାଜବାଦୀ ଆନ୍ଦୋଳନର ମହାନ ନେତା ନୀତିଶ କୁମାର ଭାରତ ରତ୍ନ ପାଇବାକୁ ଯୋଗ୍ୟ । ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବା ଉଚିତ୍। କେସି ତ୍ୟାଗୀ ତାଙ୍କ ଚିଠିରେ କର୍ପୁରୀ ଠାକୁର ଏବଂ ଚୌଧୁରୀ ଚରଣ ସିଂହଙ୍କ ନାମର ଉଦାହରଣ ଦେଇଛନ୍ତି । ସେ ଚିଠିରେ ଲେଖିଛନ୍ତି, ୩୦ ମାର୍ଚ୍ଚ ୨୦୨୪ ଆମ ପୂର୍ବପୁରୁଷମାନଙ୍କୁ ସମ୍ମାନ ଜଣାଇବାର ଦିନ। ଆପଣଙ୍କ ପ୍ରୟାସ ଯୋଗୁ ସେମାନଙ୍କୁ ଭାରତ ରତ୍ନର ସର୍ବୋଚ୍ଚ ସମ୍ମାନ ପ୍ରଦାନ କରାଯାଇଥିଲା । ସ୍ୱର୍ଗତ ଚୌଧୁରୀ ଚରଣ ସିଂହ ଏବଂ ସ୍ୱର୍ଗତ କର୍ପୁରୀ ଠାକୁର ସାର୍ବଜନୀନ ସେବାରେ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିତ୍ୱ ଥିଲେ, ସେମାନେ କୃଷକ ଏବଂ ଅବହେଳିତ ଗୋଷ୍ଠୀଙ୍କୁସଂଗଠିତ କରୁଥିଲେ ।
ଅଧିକ ପଢନ୍ତୁ: ସମ୍ପତ୍ତି ତାଲିକା ଘୋଷଣା କଲେ ନୀତିଶ କୁମାର, ପାଖରେ ରହିଛି ନଗଦ ମାତ୍ର ୨୦ ହଜାର ଟଙ୍କା, ଗୋଟିଏ ଫ୍ଲାଟ୍ ସମେତ ଜାଣନ୍ତୁ ରହିଛି ଆଉ କ'ଣ ?
ଏପରିସ୍ଥଳେ ନୀତିଶ କୁମାରଙ୍କୁ ମଧ୍ୟ ଏହି ସମ୍ମାନରେ ସମ୍ମାନୀତ କରାଯିବା ଉଚିତ୍।ଏପରି ପଦକ୍ଷେପ ଗ୍ରହଣ କରାଗଲେ ଇତିହାସ ଆପଣଙ୍କ ପ୍ରୟାସକୁ ପ୍ରଶଂସା କରିବ। ସୂଚନାଯୋଗ୍ୟ, ନୀତିଶ କୁମାରଙ୍କ ପାଇଁ ଭାରତ ରତ୍ନ ଦାବି ନୂଆ ନୁହେଁ। ପୂର୍ବରୁ ବିଜେପି ନେତା ଏବଂ କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂହ ମଧ୍ୟ ଏଭଳି ଦାବି କରିଥିଲେ । ଡିସେମ୍ବର ୨୦୨୪ ରେ, ଗିରିରାଜ ସିଂହ ସାର୍ବଜନୀନ ଭାବରେ କହିଥିଲେ ଯେ, ନୀତିଶ କୁମାର ବିହାରର ବିକାଶ ପାଇଁ ଅଭୂତପୂର୍ବ କାର୍ଯ୍ୟ କରିଛନ୍ତି । ନୀତିଶ କୁମାରଙ୍କ ସହିତ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭାରତ ରତ୍ନ ପ୍ରଦାନ କରିବାକୁ ଗିରିରାଜ ଦାବି କରିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2026/01/10/tyagi-nitish-2026-01-10-14-12-57.jpg)