ବିବାହ ଆଗରୁ ଝିଅମାନେ କରନ୍ତୁନି ଏଭଳି ଭୁଲ୍ : ନହେଲେ ବିଗିଡ଼ିଯାଇପାରେ ଚେହେରା

ବିବାହ ଆଗରୁ ଝିଅମାନେ ନିଜ ସୁନ୍ଦରତା ଆଉ ସ୍କିନକୁ ନେଇ ବେଶ୍ ତତ୍ପର ହୋଇଯାଅନ୍ତି । ଆଉ ସେ ତତ୍ପରତା ଭିତରେ ଏଭଳି ଭୁଲ କରିବସନ୍ତି ଯାହା ବାହାଘର ବେଳେ ତାଙ୍କୁ ଭାରି ଅଡ଼ୁଆରେ ପକାଏ

Special Report: Bridal Skin Care Mistakes Before Wedding | Avoid These for Glowing Skin

କନକ ବ୍ୟୁରୋ  : ବିବାହ ଆଗରୁ ଝିଅମାନେ ନିଜ ସୁନ୍ଦରତା ଆଉ ସ୍କିନକୁ ନେଇ ବେଶ୍ ତତ୍ପର ହୋଇଯାଅନ୍ତି । ଆଉ ସେ ତତ୍ପରତା ଭିତରେ ଏଭଳି ଭୁଲ କରିବସନ୍ତି ଯାହା ବାହାଘର ବେଳେ ତାଙ୍କୁ ଭାରି ଅଡ଼ୁଆରେ ପକାଏ  ।  ଏନେଇ ଡର୍ମାଟୋଲୋଜିଷ୍ଟ ତନୁଶ୍ରୀ ବିଶ୍ବାସ ସଚେତନ କରାଇଛନ୍ତି  ।

ବିବାହକୁ ନେଇ ପ୍ରତି ଝିଅ ପ୍ରସ୍ତୁତି କରେ ।  ବିଶେଷ କରି ବାହାଘର ଦିନ ଯେମିତି ସେ ସବୁଠୁ ସୁନ୍ଦର ଦେଖାଯିବେ, ଚେହେରା ଚମକିବ, ଗ୍ଲୋ କରିବ ସେ ନେଇ ଯେତେ ଯାହା କରିବା କଥା କରିବାକୁ ଚେଷ୍ଟା କରନ୍ତି  ।  ବିୟୁଟି ପାର୍ଲରରେ ହଜାର ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଛାନ୍ତି ନାହିଁ । କିନ୍ତୁ ଅନେକ ସମୟରେ ଏପରି ହୁଏ ଯେ, ବିବାହ ପ୍ରସ୍ତୁତି ପାଇଁ ଧାଁଦୌଡ଼ କରିବା ଭିତରେ ଏମିତି ଭୁଲ କରନ୍ତି ସେମାନଙ୍କ  ସ୍କିନ୍ ଗ୍ଲୋକୁ ଖରାପ କରିଦିଏ । 

ଡର୍ମାଟୋଲୋଜିଷ୍ଟଙ୍କ କହିବା ଅନୁସାରେ, ବିବାହର ଠିକ୍ ପୂର୍ବରୁ କେବେବି କୌଣସି ନୂଆ ପ୍ରଡକ୍ଟ ବ୍ୟବହାର କରନ୍ତୁନାହିଁ । ଏହାଦ୍ବାରା ସ୍କିନ୍ ଆଲର୍ଜି, ବ୍ରଣ ପରି ସମସ୍ୟା ଦେଖାଦେଇପାରେ । ତେଣୁ ବିବାହର ୪-୬ ସପ୍ତାହ ଆଗରୁ ବିବାହ ଯାଏଁ କୌଣସି ନୂଆ ପ୍ରଡକ୍ଟ ବ୍ୟବହାର କରନ୍ତୁନାହିଁ । ବରଂ ଯେଉଁ ପ୍ରଡକ୍ଟ ବ୍ୟବହାର କରିଆସୁଛନ୍ତି ତାକୁ ହିଁ ବ୍ୟବହାର କରନ୍ତୁ ।

ବ୍ରାଇଡାଲ ଗ୍ଲୋ ପାଇଁ ସ୍କିନକୁ ଏକ୍ସଫୋଲିଏଟ୍ କରିବା ଜରୁରୀ । କିନ୍ତୁ ଏକ୍ସଟ୍ରା ଏକ୍ସଫୋଲିଏଟ୍ କରିବା ଖରାପ । ଏହାଦ୍ବାରା ମୁହଁ ଶୁଷ୍କ ହୋଇ ନାଲି ପଡ଼ିଯାଇପାରେ । ଏକ୍ସପର୍ଟଙ୍କ କହିବା ମୁତାବକ, ବିବାହର ପାଖାପାଖି ଆଦୌ କୌଣସି ସ୍କ୍ରବ୍ କିମ୍ବା ପିଲ୍ ବ୍ୟବହାର କରନ୍ତୁନାହିଁ ।

ଅଧିକ ପଢନ୍ତୁ... ମାଇଣ୍ତ ଫ୍ରେସ୍ କରେ କପେ ଗରମ ଚା’

ବିବାହ ପୂର୍ବରୁ ଝିଅମାନେ ଘରେ ରହିଲେ ସନସ୍କ୍ରିନ୍ ଲଗାଇବା ଛାଡ଼ିଦିଅନ୍ତି । କିନ୍ତୁ ଏହା ଠିକ୍ ନୁହେଁ । ପ୍ରତିଦିନ ସନସ୍କ୍ରିନ୍ ଲଗାଇବା ସ୍କିନ୍ ଟ୍ୟାନିଙ୍ଗ ଓ ପିଗମେଣ୍ଟେସନରୁ ତ୍ବଚାକୁ ସୁରକ୍ଷା ଦିଏ ।

ବିବାହ ପ୍ରସ୍ତୁତିରେ ଅନେକ ସମୟରେ ଥକିଯାଇ ଝିଅମାନେ ମେକଅପ୍ ନଛଡ଼ାଇ ଶୋଇପଡ଼ନ୍ତି । କିନ୍ତୁ ରାତିରେ ସ୍କିନ୍ ନିଜେ ନିଜକୁ ରିପେୟାର କରିଥାଏ। କିନ୍ତୁ ମେକଅପ୍ ଲାଗିଥିଲେ ପୋର୍ସ ବନ୍ଦ ହୋଇଯାଏ ଏବଂ ମୁହଁରେ ବ୍ରଣ ବାହାରିବା ସ୍ବାଭାବିକ । ତେଣୁ ଶୋଇବା ଆଗରୁ ମେକଅପ୍ ଛଡ଼ାଇବା ନିହାତି ଜରୁରୀ ।

ଅଧିକ ପଢନ୍ତୁ... କ୍ୟାନ୍ସର ଡାକିଆଣିବ ଆଚାର ! ପ୍ରତିଦିନ ଖାଉଥିଲେ ଆଜି ହିଁ ଛାଡ଼ନ୍ତୁ , ଭୁଲ୍ ଜାରରେ ଆଚାର ରଖୁଥିଲେ ; ସାବଧାନ

ଏକ୍ସପର୍ଟଙ୍କ କହିବା ମୁତାବକ ,ସୁଗନ୍ଧିତ ସ୍କିନ୍ ପ୍ରଡକ୍ଟ ବା ହେୟାର ପ୍ରଡକ୍ଟ ସ୍କିନ୍ ଇରିଟେସନ୍ କରିଥାଏ । ତେଣୁ ଏଭଳି ପ୍ରଡକ୍ଟରୁ ବଞ୍ଚନ୍ତୁ । 

ମନେରଖିବାକୁ ହେବ ଯେ, ତ୍ବଚାରେ ପରିବର୍ତ୍ତନ ହଠାତ୍ ଆସେନାହିଁ। ଯଦି ଆପଣଙ୍କର ପିଗମେଣ୍ଟେସନ୍, ବ୍ରଣ ବା ମୁହଁର ଶୁଖିଲାପଣ ସମସ୍ୟା ଥାଏ  ୩ରୁ ୬ ମସ ଆଗରୁ ସ୍କିନ୍ କେୟାର ରୁଟିନ୍ ଆପଣାନ୍ତୁ  ।  ତାହେଲେ ଯାଇ ଆପଣଙ୍କୁ ଠିକ୍ ସମୟରେ ନ୍ୟାଚୁରାଲ ଗ୍ଲୋ ମିଳିପାରିବ। ଅନେକ ସୟମରେ ୟୁଟ୍ୟୁବରୁ ଘରୋଇ ଟିପ୍ସ ଦେଖି ନିଜ ମୁହଁରେ ବ୍ୟବହାର କରନ୍ତି , କିନ୍ତୁ ସବୁ ଘରୋଇ ଟିପ୍ସ ନିଜ ସ୍କିନକୁ ଯେ ସୁଟ କରିବ ତାହା ହୋଇନପାରେ । ମନକୁ ମନ ଯେକୌଣସି ଟିପ୍ସ ନିଜ ଉପରେ ନ ଆପଣାଇ ବରଂ ଡର୍ମାଟୋଲୋଜିଷ୍ଟଙ୍କ ସହ ପରାମର୍ଶ ନିଅନ୍ତୁ  । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe