ଦାରିଙ୍ଗବାଡ଼ିରେ ଲଜ୍ୟା, ଚପଲ୍ କିଣିବା ବାହାନାରେ ଡାକି ନେଇ ଛାତ୍ରୀଙ୍କୁ ଜଙ୍ଗଲରେ ଦୁଷ୍କର୍ମ

ସଂପର୍କୀୟ ଭାଇ ଜଙ୍ଗଲକୁ ନେ଼ଇ ମାରଣାସ୍ତ୍ର ଦେଖାଇ ଦୁଷ୍କର୍ମ କରିଥିବା ଅଭିଯୋଗ ।

ଛାତ୍ରୀଙ୍କୁ ଜଙ୍ଗଲରେ ଦୁଷ୍କର୍ମ!

ଛାତ୍ରୀଙ୍କୁ ଜଙ୍ଗଲରେ ଦୁଷ୍କର୍ମ! Photograph: (kanaknews)

କନକ ବ୍ୟୁରୋ; କନ୍ଧମାଳ ଦାରିଙ୍ଗବାଡ଼ି ଅଞ୍ଚଳରୁ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଚପଲ୍ କିଣିବା ବାହାନାରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ତାଙ୍କ ସଂପର୍କୀୟ ଭାଇ ଡାକି ନେଇ ଜଙ୍ଗଲରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏନେଇ ନାବାଳିକାଙ୍କ ଦାଦା ଦାରିଙ୍ଗବାଡ଼ି ଥାନାରେ ଏତଲା ଦେବା ପରେ ତଦନ୍ତ ଆରମ୍ଭ କରିଛି ପୁଲିସ ।

ହାଇଦ୍ରାବାଦରେ ଓଡ଼ିଆ ଶିକ୍ଷୟିତ୍ରୀଙ୍କ ମୃତ୍ୟୁ : ଦୁଷ୍କର୍ମ ପରେ କେହି ମାରିଦେଇଥିବା ଅଭିଯୋଗ ଆଣିଲେ ପରିବାର

ତେବେ ଅଭିଯୁକ୍ତ ଫେରାର ଥିବା ଜଣାପଡ଼ିଛି । ନାବାଳିକାଙ୍କ ବାପାମାଆ ବାହାର ରାଜ୍ୟରେ ଦାଦନ ଖଟୁଥିବା ବେଳେ ସେ ତାଙ୍କ ଚାରି ଛୋଟ ଭାଇଭଉଣୀଙ୍କ ସହ ନିଜ ଗାଁରେ ରହୁଥିଲେ । ଭାଇଭଉଣୀଙ୍କ ଭରଣପୋଷଣ ଦାୟିତ୍ଵ ନେବା ସହ ନିଜେ ବି ଏକ ବିଦ୍ୟାଳୟରେ ପଢୁଛନ୍ତି । କାହାକୁ କହିଲେ ଜୀବନରେ ମାରିଦେବାକୁ ଧମକ ଦେଇଥିଲା ବୋଲି ଅଭିଯୋଗ ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe