କନକବ୍ୟୁରୋ :  ହାଇଦ୍ରାବାଦରେ ଓଡ଼ିଆ ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ । ସ୍ବାମୀ  କିଛି କାମରେ ଓଡ଼ିଶା ଆସିଥିବା ବେଳେ ଝୁଲନ୍ତା ଅବସ୍ଥାରେ ମହିଳାଙ୍କ ମୃତଦେହ ମିଳିଛି  ।   ତେଣୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି । 

Advertisment

୨ ଦିନ ମୃତଦେହ ପଡ଼ିରହିବା  ପରେ ଆଜି ଆମ୍ବୁଲାନ୍ସ ଯୋଗେ ଓଡ଼ିଶା ଆସୁଛି ମୃତଦେହ ।  ରାଜ୍ୟ ବାହାରେ ପୁଣି ଜଣେ ଓଡ଼ିଆ ମହିଳାଙ୍କ ସହ ଘଟିଛି ଅମାନୁଷିକ କାଣ୍ଡ । ହାଇଦ୍ରାବାଦ କେମପଲ୍ଲୀ ଅଞ୍ଚଳରେ ଏକ ସ୍କୁଲରେ ଶିକ୍ଷୟିତ୍ରୀ କରୁଥିବା ମହିଳାଙ୍କର ହୋଇଛି ସନ୍ଦେହଜନକ ମୃତ୍ୟୁ ।  ସ୍ବାମୀ ୪ ବର୍ଷର ପୁଅକୁ ନେଇ ଓଡ଼ିଶା ଆସିଥିବା ବେଳେ ସ୍ତ୍ରୀଙ୍କର ମିଳିଛି ଝୁଲନ୍ତା ମୃତଦେହ  ।  

ଯେଉଁ ଘରୋଇ କମ୍ପାନିରେ ସ୍ବାମୀ ଇଞ୍ଜିନିୟର ଥିଲେ, ସେହି କମ୍ପାନିର ଶିକ୍ଷାନୁଷ୍ଠାନରେ ଶିକ୍ଷୟିତ୍ରୀ ଥିଲେ ମହିଳା ।   କ୍ୟାମ୍ପସରେ ମିଳିଥିବା କ୍ବାର୍ଟର୍ସରେ ରହୁଥିଲେ ପୂରା ପରିବାର ।  ସ୍ବାମୀ ଓଡ଼ିଶା ଆସିଥିବା ବେଳେ କେମିତି ହେଲା ମୃତ୍ୟୁ ?  ତାକୁ ନେଇ ସନ୍ଦେହ ଘନୀଭୂତ ହୋଇଛି । ତାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି  ମୃତକଙ୍କ ପରିବାର ।  ସ୍ବାମୀଙ୍କ କହିବା ଅନୁସାରେ, ତାଙ୍କର କୌଣସି ପାରିବାରିକ କଳହ ନଥିଲା ।  ତାଙ୍କ ଅନୁପସ୍ଥିତିର ସୁଯୋଗ ନେଇ କେହି ଦୁଷ୍କର୍ମ କରି ହତ୍ୟା କରିଛନ୍ତି  ।  ମେଡିକାଲ ସାମ୍ନାରେ ୨ଦିନ ମୃତଦେହ ପଡ଼ିରହିବା ପରେ ଆମ୍ବୁଲାନ୍ସ ଯୋଗେ ଓଡ଼ିଶା ଆସୁଛି ।  ଆସନ୍ତାକାଲି ଖୋର୍ଦ୍ଧା ବାଣପୁରସ୍ଥିତ ଶାଶୂଘର ଗାଁରେ ପହଞ୍ଚିବ ।