କନକ ବ୍ୟୁରୋ; ତ୍ରିକୋଣୀୟ ପ୍ରେମର କରୁଣ ପରିଣତି । ପ୍ରେମିକକୁ ହତ୍ୟା ପରେ ବିଷ ପିଇ ଜୀବନ ହାରିଲେ ପ୍ରେମିକା। ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ ବଡ଼ାଗୁଡ଼ା ଗାଁରେ ଯୁବକଙ୍କୁ ହତ୍ୟା ଘଟଣାରେ ନୂଆ ମୋଡ଼ ଆସିଛି। ନାବାଳିକା ପ୍ରେମିକା ବିଷ ପିଇ ଜୀବନ ହାରିବା ପରେ ମାଥିଲି ଥାନା ଆଇଆଇସି ନାଁରେ ସଙ୍ଗିନ ଅଭିଯୋଗ ଆଣିଛନ୍ତି ନାବାଳିକାର ମାଆ। ହତ୍ୟା ମାମଲାରେ ବାପାଙ୍କୁ ଗିରଫ କରି ପରିବାର ଲୋକଙ୍କୁ ଆଇଆଇସି ଅପମାନିତ କରିବାରୁ ଝିଅ ଆତ୍ମହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ମୃତ ନାବାଳିକାର ମାଆ। ଚଳିତ ମାସ ୩ ତାରିଖରେ କଲେଜ ଛାତ୍ର ବିଷ୍ଣୁ ନାୟକଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର କରିଥିଲା ପୁଲିସ ।
ରାଜଧାନୀରେ ଲଜ୍ଜା ! ଭୁବନେଶ୍ୱରରେ ନାବାଳିକା ଗଣଦୁଷ୍କର୍ମ !
ଖୋଳତାଡ ପରେ ଜଣାପଡ଼ିଥିଲା ତ୍ରିକୋଣୀୟ ପ୍ରେଣ କାହାଣୀରୁ ଏହି ହତ୍ୟାକାଣ୍ଡ ଘଟିଛି। ନାବାଳିକାକୁ ଏକତରଫା ଭଲ ପାଉଥିବା ଯୁବକ, ନାବାଳିକାର ବାପା ଯୁବକଙ୍କୁ ହତ୍ୟା କରିଛନ୍ତି । ପ୍ରେମିକର ହତ୍ୟା ମାମଲାର ବାପା ଗିରଫ ହେବା ପରେ ନାବାଳିକା ଗତକାଲି ବିଷ ପିଇ ଅସୁସ୍ଥ ହୋଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ମାଲକାନାଗିରି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧିନ ଅବସ୍ଥାରେ ନାବାଳିକା ପ୍ରେମିକାର ମୃତ୍ୟୁ ହୋଇଛି । ବିଷ୍ଣୁ ନାୟକଙ୍କୁ ହତ୍ୟା ମାମଲାରେ ପ୍ରେମିକାଙ୍କ ବାପା ସମେତ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ତେବେ ମୁଖ୍ୟ ଅଭିଯୁକ୍ତ ଏକତରଫା ପ୍ରେମିକ ଏବେ ବି ଫେରାର ଅଛି ।