କନକ ବ୍ୟୁରୋ : ମୋ ପାଖରେ ଥିବା ଟଙ୍କା ନେଇଯାଅ । ମୋତେ ସାଇକେଲ ଦରକାର ନାହିଁ , ମୁଁ ସାଇକେଲ କିଣିବି ନାହିଁ । ମୋ ଦାଦା ଭଲ ହେବା ଦରକାର । ମୋ ବାପା ଯିବା ପରେ ମୋ ଦାଦା ହିଁ ଆମର ସବୁ କିଛି । ମୋ ଦାଦାଙ୍କୁ ଭଲ କରିଦିଅ... ଜଣେ ତା ଦାଦା ପାଇଁ ଏ ଗୁହାରୀ । ରୋଗ ଛଡାଇ ନେଇଛି ରୋଜଗାର, ଚିକିତ୍ସା ଅଭାବରୁ ରୋଗ ଶଯ୍ୟାରେ ଘରର ଏକମାତ୍ର ରୋଜଗାରିଆ ପୁଅ । ନା ଅଛି ଆର୍ଥିକ ସମ୍ବଳ, ନା ଅଛି ରୋଗର ଉପଚାର । ବିକଳ ହୋଇ ସରକାରଙ୍କୁ ସାହାଯ୍ୟ ମାଗୁଛନ୍ତି ପରିବାର । ଅସ୍ତରଙ୍ଗ ବ୍ଲକ ଅନ୍ତର୍ଗତ ନାନପୁର ଗ୍ରାମର ମାନସ ରାଉତ । ମାନସଙ୍କ ପରିବାର କହିଲେ ବାପା, ମା', ଭାଇ, ଭାଉଜଙ୍କ ସହିତ ସାନ ଝିଆରୀ ଟିଏ । ଏହାକୁ ନେଇ ମାନସଙ୍କ ଛୋଟ ପରିବାରଟିଏ ହସ ଖୁସିରେ ଚାଲିଥିଲା । ଏହି ହସ ଖୁସିର ପରିବାର ଉପରେ ପ୍ରଥମେ କରୋନାର ଲୋଲୁପ ଦୃଷ୍ଟି ପଡିଥିଲା । କରୋନା ଆକ୍ରାନ୍ତ ରେ ମାନସଙ୍କ ବଡ ଭାଇଙ୍କ ମୃତ୍ୟୁ ହୋଇଗଲା । ଏହା ପରେ ଘରର ରୋଜଗାରିଆ ପୁଅ ଭାବେ ମାନସଙ୍କ ଉପରେ ପଡିଲା ପରିବାରର ସମସ୍ତ ବୋଝ ।
ମାନସ ଛୋଟ ଦୋକାନଟିଏ କରି କଷ୍ଟେ ମଷ୍ଟେ ପରିବାର ଚଳାଉଥିଲେ । କିନ୍ତୁ ଦଇବର ବିଚାର କିଛି ଅଲଗା ଥିଲା । ହଠାତ ମାନସଙ୍କ ଦୁଇ ଗୋଡରେ ଫାଇଲେରିଆ ରୋଗ ଦେଖିବାକୁ ମିଳିଲା, ଏହି ରୋଗ ଦିନକୁ ଦିନ ବଢିବାରେ ଲାଗିଲା ଏବଂ ସକ୍ଷମ ମାନସଙ୍କୁ ଧୀରେ ଧୀରେ ଅକ୍ଷମ ଏବଂ ଅଚଳ କରିଦେଲା । ପରିବାରର ଗୋଟିଏ ମାତ୍ର ରୋଜଗାରିଆ ପୁଅର ଏ ଅବସ୍ଥା ଦେଖି ମାନସଙ୍କ ପରିବାର ତାଙ୍କୁ ଭୁବନେଶ୍ୱର ନେଇ ଚିକିତ୍ସା କରାଇଲେ । ସ୍ୱାସ୍ଥ୍ୟ କାର୍ଡଠାରୁ ଆରମ୍ଭ କରି ସଞ୍ଚିତ ଅର୍ଥ ବି ସରିଗଲା । ଜମିବାଡ଼ି ବି ବିକିଦେଲେ ହେଲେ ସୁସ୍ଥ ହୋଇପାରିଲେନି ମାନସ । ଶେଷରେ ହସ୍ପିଟାଲ ଘରକୁ ପଠାଇଦେଲା, ଆଉ ଏବେ ଅସହାୟ ଅବସ୍ଥାରେ ରୋଗ ଶର୍ଯ୍ୟାରେ ପଡ଼ି ରହିଛନ୍ତି ମାନସ । ପରିସ୍ଥିତି ଏମିତି ହୋଇଛି ଯେ ମେଡିସିନ୍ କିଣିବାକୁ ବି ପାଖରେ ଟଙ୍କା ନାହିଁ ।
ଅଧିକ ପଢ଼ନ୍ତୁ--କୋରାପୁଟରେ ତୁଷାରପାତ, ପ୍ରବଳ ଜାଡ଼ରେ ଥରୁଛି ଓଡ଼ିଶା
ଗୋଟିଏ ବୋଲି ପୁଅର ଚିକିତ୍ସା କରାଇ କରାଇ ସର୍ବସ୍ୱ ହରାଇ ସାରିଲାଣି ଏହି ପରିବାର । ସମ୍ପତି ଗଲା, ସ୍ବାସ୍ଥ୍ୟ କାର୍ଡରୁ ସହାୟତା ରାଶି ସରିଲା ଏବଂ ବନ୍ଧୁବାନ୍ଧବ ଙ୍କ ସାହାଯ୍ୟ ମଧ୍ୟ ସରିଗଲା । ଏବେ କେବଳ ହତାଶା ଏବଂ ଅସହାୟର ଯନ୍ତ୍ରଣା ଭିତରେ ଛନ୍ଦି ହେଉଛନ୍ତି ମାନସ ଏବଂ ତାଙ୍କ ପରିବାର । ଏହି ଅସହାୟ ପରିବାରକୁ ଆପଣ ମାନେ ଯଦି ସାହାଯ୍ୟ କରିବା ପାଇଁ ଚାହୁଁଛନ୍ତି ତେବେ ଲେଖି ରଖନ୍ତୁ ମାନସ ରାଉତଙ୍କ ଆକାଉଣ୍ଟ ଡିଟେଲ୍ସ ।
ଇଣ୍ଡିଆନ ବ୍ୟାଙ୍କ
ଆକାଉଣ୍ଟ ନମ୍ବର -୫୦୧୩୮୦୯୬୮୨୮
IFSC Code - IDIB000A668
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/12/10/astaranga-2025-12-10-10-01-41.jpg)