Mamata Banarjee Photograph: (kanak news)
କନକ ବ୍ୟୁରୋ : କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂହ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ତୀବ୍ର ସମାଲୋଚନା କରିଛନ୍ତି । ମମତା ବେଆଇନ ଭାବେ ରହୁଥିବା ବାଂଲାଦେଶୀଙ୍କୁ ସୁରକ୍ଷା ଦେଉଛନ୍ତି ଏବଂ ପଶ୍ଚିମବଙ୍ଗକୁ ବାଂଲାଦେଶରେ ପରିଣତ କରିବାକୁ ଚାହୁଛନ୍ତି ବୋଲି ଗିରିରାଜ କହିଥିଲେ । ପାଟନାଠାରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ମମତା ବାନାର୍ଜୀ ପ୍ରଥମେ କୁହନ୍ତୁ ସେ କାହାର କଳା ବ୍ୟାଗକୁ ଦେବାକୁ ଚାହୁନାହାନ୍ତି । ବାଂଲାଦେଶୀଙ୍କ ଉପରେ ସେ ପୂରା ନିର୍ଭରଶୀଳ ଥିବାବେଳେ ରାଜ୍ୟକୁ ବାଂଲାଦେଶରେ ପରିଣତ କରିଦେବେ । ଦେଶରେ ଥିବା ସମସ୍ତ ବାଂଲାଦେଶୀ ପଶ୍ଚିମବଙ୍ଗ ଦେଇ ଦେଶରେ ପ୍ରବେଶ କରୁଛନ୍ତି । ସେମାନେ ସମସ୍ତଙ୍କ ଆଧାର କାର୍ଡ଼ ପଶ୍ଚିମବଙ୍ଗରେ ତିଆରି ହୋଇଛି ବୋଲି ଗିରିରାଜ କହିଥିଲେ ।
ଦିନକ ପୂର୍ବରୁ ମମତା ବାନାର୍ଜୀ ଅଭିଯୋଗ କରିଥିଲେ ଯେ, ବିଜେପି ନିର୍ଦ୍ଦେଶରେ ଭାରତୀୟ ନିର୍ବାଚନ କମିସନ (ଇସିଆଇ) ଏଆଇ (କୃତ୍ରିମ ବୁଦ୍ଧିମତା) ବ୍ୟବହାର କରି ଭୋଟର ତାଲିକାରୁ ଭୋଟରଙ୍କ ନାଁ କାଟୁଛନ୍ତି । ହାୱଡାରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ମମତା କହିଥିଲେ, ରାଜ୍ୟରେ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ସମୟରେ ଯେତିକି ମୃତ୍ୟୁ ହୋଇଛି ସେଥିପାଇଁ ବିଜେପି ଦାୟୀ । ମମତା କହିଥିଲେ, ଆଜି ସକାଳ ପର୍ଯ୍ୟନ୍ତ ୮୪ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ଏସଆଇଆର୍ ନୋଟିସ ପାଇବା ପରେ ଚାରି ଜଣ ଆତ୍ମହତ୍ୟା କରିଛନ୍ତି, ୧୭ ଜଣ ବ୍ରେନ୍ ଷ୍ଟ୍ରୋକ୍ କିମ୍ବା ହୃଦ୍ଘାତରେ ପ୍ରାଣ ହରାଇଛନ୍ତି । ଏସବୁ ମୃତ୍ୟୁ ପାଇଁ ନିର୍ବାଚନ କମିସନ ଦାୟୀ ହେବା କଥା । ବିଜେପି ନିର୍ଦ୍ଦେଶରେ ଏଆଇ ବ୍ୟବହାର ଦ୍ବାରା ଭୋଟର ତାଲିକାରୁ ନାଁଗୁଡ଼ିକ ହଟା ଯାଉଛି ।
ଅଧିକ ପଢ଼ନ୍ତୁ---ଛତିଶଗଡ଼ ଇଞ୍ଜିନିୟରିଂ କଲେଜର ଛାତ୍ର ପଢ଼ିବେ ଭଗବତ୍ ଗୀତା
ସେ ଆହୁରି କହିଛନ୍ତି, ମୁଁ ଯାହା ଜାଣିବାକୁ ପାଉଛି ଏଠାରେ ଭୋଟ ଦେବାକୁ ଝାଡ଼ଖଣ୍ଡ, ବିହାର ଓ ଓଡ଼ିଶାରୁ ଲୋକମାନଙ୍କୁ ଆଣିବାକୁ ବୋଲି ଯୋଜନା ରହିଛି । ଇସିଆଇକୁ ସମାଲୋଚନା କରି ମମତା କହିଥିଲେ, ଏହା ୧.୩୬ କୋଟି ଭୋଟରଙ୍କୁ ଶୁଣାଣି ପାଇଁ ବାଧ୍ୟ କରୁଛନ୍ତି ବୋଲି କହିଛନ୍ତି । ବିଜେପି ନିର୍ଦ୍ଦେଶରେ ଇସିଆଇ ଏପରି ଭାବେ ଏସ୍ଆଇଆର୍ କରିଛନ୍ତି ଯେ, ପାଖାପାଖି ୫୮ ଲକ୍ଷ ଭୋଟରଙ୍କ ନାଁ ଭୋଟର ତାଲିକାରୁ ବାଦ୍ ପଡ଼ିଛି । ଏତିକିରେ ସନ୍ତୁଷ୍ଟ ନହୋଇ ଏହା ଅନ୍ୟ ରାଜ୍ୟରୁ ଲୋକଙ୍କୁ ଫର୍ମ ୭ ସହିତ ଗାଡ଼ିରେ ବୋହିକି ଆଣୁଥିବାବେଳେ ପ୍ରକୃତ ଭୋଟରଙ୍କୁ ଭୋଟର ତାଲିକାରୁ ବାଦ୍ ଦେଉଛି ।
Follow Us