କନକ ବ୍ୟୁରୋ: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଯେତେ ଯେତେ ପାଖୋଉଛି, ତାକୁ ନେଇ ରାଜନୀତି ମଧ୍ୟ ସେତିକି ସରଗରମ ହେବାରେ ଲାଗିଛି । ଖାସ୍ କରି ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗରେ ଇଡି ଆକ୍ଟିଭ୍ ହେବା ଆଉ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସିଧା ସିଧା ଇଡିଙ୍କୁ ଚ୍ୟାଲେଞ୍ଜ ଦେବା, ଏବେ ସବୁଠୁ ଅଧିକ ଚର୍ଚ୍ଚା ସୃଷ୍ଟି କରିଛି । ଆଉ ତାହାରି ଭିତରେ ଯେଉଁ ଦୁଇଟି ନାଁକୁ ନେଇ ସବୁଠୁ ଅଧିକ ଚର୍ଚ୍ଚା ହେଉଛି, ତା ଭିତରୁ ଗୋଟିଏ ହେଲା ଆଇ-ପାକ୍ ଆଉ ଅନ୍ୟ ଜଣକ ହେଲେ ପ୍ରତୀକ ଜୈନ? ତେଣୁ କଥା ଉଠୁଛି, କାହିଁକି ଆଇ-ପାକ୍ ଆଉ ପ୍ରତୀକ ଜୈନକୁ ନେଇ ଏତେ ଚିନ୍ତାରେ ମୁଖ୍ୟମନ୍ତ୍ରୀ ମମତା ଦିଦି? କାହିଁକି ଇଡିର ଚଢାଉରେ ଦିଦି ଏତେ ଫାୟାର ମୁଡରେ?
ଏହା ପଛର କାରଣ ହେଲା ପଶ୍ଚିମବଙ୍ଗର ବିଧାନସଭା ନିର୍ବାଚନ, ଆଉ ଦିଦିଙ୍କ ଦଳ ତୃଣମୂଳ କଂଗ୍ରେସ । ଆପଣ ଭଲ ଭାବେ ଜାଣିଥିବେ ପଶ୍ଚିମବଙ୍ଗରେ ଆଗକୁ ବିଧାନସଭା ନିର୍ବାଚନ ହେବାକୁ ଅଛି । ଆଉ ଏହି ନିର୍ବାଚନରେ ତୃଣମୂଳ କଂଗ୍ରେସ ବିଜେପିକୁ ଟକ୍କର ଦେବାକୁ ପୂରାପୂରି ଫାୟାର ମୁଡରେ ଆକ୍ଟିଭ୍ ଅଛି । ଆଉ ଦିଦିଙ୍କ ଦଳ ତୃଣମୂଳ କଂଗ୍ରେସର ନିର୍ବାଚନ ମ୍ୟାନେଜମେଣ୍ଟ କରୁଛି ଏହି କମ୍ପାନି ଆଇ-ପାକ୍ । ତେଣୁ ଆଇ-ପାକ୍ କମ୍ପାନି ଉପରେ ଯେତେବେଳେ ହଠାତ୍ ଚଢ଼ାଉ ହେଉଛି, ସେତେବେଳେ ସିଧା ରୋଡକୁ ଓହ୍ଲାଇଛନ୍ତି ଟିଏମସି ନେତ୍ରୀ ମମତା ବାନାର୍ଜୀ ।
ଆହୁରି ପଢ଼ନ୍ତୁ : ଆମେ ଛାଡ଼ିବୁ ନାହିଁ: ଟ୍ରମ୍ପଙ୍କ ଧମକର କଡ଼ା ଜବାବ ଦେଲା ଇରାନ
ଏବେ ଆସନ୍ତୁ ଜାଣିବା ଏହି ଆଇ-ପାକ୍ କମ୍ପାନି ବିଷୟରେ,କହିବାକୁ ଗଲେ ଏହି କମ୍ପାନି ହେଉଛି ଏକ ପ୍ରକାରର ପଲିଟିକାଲ୍ କନସଲଟାନ୍ସି ଫର୍ମ । ଯିଏକି ରାଜନୈତିକ ଦଳମାନଙ୍କୁ ନିର୍ବାଚନରେ ସାହାଯ୍ୟ କରେ । ଆଉ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତତ କରେ । ଚର୍ଚ୍ଚିତ ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର ଏହାକୁ ସବୁଠୁ ପ୍ରଥମେ ତିଆରି କରିଥିଲେ । ୨୦୧୪ ଲୋକସଭା ନିର୍ବାଚନ ପୂର୍ବରୁ ପିକେ ଏହି ଆଇ-ପାକ୍ କମ୍ପାନିକୁ ଆରମ୍ଭ କରିଥିବାବେଳେ, ଏବେ ଏହି କମ୍ପାନି ମମତା ବାନାର୍ଜୀଙ୍କ ଦଳ ଟିଏମସି ପାଇଁ ଇଲେକ୍ସନ ମ୍ୟାନେଜମେଣ୍ଟ କରୁଛି ।
ତେବେ ବିହାର ବିଧାନସଭା ନିର୍ବାଚନ ଆଉ ନିଜ ଦଳ ଗଠନ କରିବା ପରେ, ବର୍ତ୍ତମାନ ପ୍ରଶାନ୍ତ କିଶୋର ଆଉ ଆଇ-ପାକ୍ ସହିତ ନାହାଁନ୍ତି । ୨୦୨୧ରେ ସେ ନିଜକୁ ଆଇ-ପାକଠାରୁ ଅଲଗା ରଖିଥିବାବେଳେ, ତାଙ୍କ ଜାଗାରେ ପ୍ରତୀକ ଜୈନ ଏବେ ଆଇ-ପାକର ମୁଖ୍ୟ ଭାବେ ଦାୟିତ୍ୱ ସମ୍ଭାଳୁଛନ୍ତି । ଆଉ ଯେତେବେଳେ ଆଗକୁ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି, ଆଉ ଆଇ-ପାକ୍ କମ୍ପାନି ତୃଣମୂଳ କଂଗ୍ରେସର ଇଲେକ୍ସନ ମ୍ୟାନେଜ୍ କରୁଛି । ସେତେବେଳେ ଏହି କମ୍ପାନି ଉପରେ ହଠାତ୍ ରେଡ୍ ହେବା, ପଶ୍ଚିମବଙ୍ଗ ରାଜନୀତିକୁ ସରଗରମ କରିଛି ।
ତେବେ ଆପଣଙ୍କୁ ଆମେ କହିରଖୁଛୁ ଯେ, ଆଇ-ପାକ୍ କେବଳ ତୃଣମୂଳ କଂଗ୍ରେସ ପାଇଁ ନୁହେଁ । ବରଂ ଦେଶର ତମାମ ଅନ୍ୟ ରାଜନୈତିକ ଦଳ ପାଇଁ ମଧ୍ୟ ଇଲେକ୍ସନ ମ୍ୟାନେଜମେଣ୍ଟ କରିଆସିଛି । କଂଗ୍ରେସଠାରୁ ଆରମ୍ଭ କରି ବିଜେପି, ଡିଏମକେ, ଆଉ ତୃଣମୂଳ କଂଗ୍ରେସ ପାଇଁ ଇଲେକ୍ସନ ମ୍ୟାନେଜମେଣ୍ଟ କରିସାରିଛି ଆଇ-ପାକ୍ । ଆଉ ଯେତେବେଳେ ଆଗକୁ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଅଛି, ସେତେବେଳେ ଚର୍ଚ୍ଚାକୁ ଆସିଛି ପ୍ରଶାନ୍ତ କିଶୋରଙ୍କ ଏହି ପୁରୁଣା ସଂସ୍ଥା ଆଇ-ପାକ୍ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/media_files/2026/01/12/mamata-2026-01-12-09-50-14.png)