ghasiram majhi Photograph: (Kanak News)
କନକ ବ୍ୟୁରୋ: କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କ ବଡ଼ ଅଭିଯୋଗ । କହିଲେ, ସବୁ କିଣିନେଲା ବିଜେପି । କଂଗ୍ରେସର ଏଜେଣ୍ଟଙ୍କୁ ବି କିଣିନେଲା ବିଜେପି । ଟଙ୍କା ଦେଲେ ଲୋକ ଭୋଟ ଦେଉଛନ୍ତି । କଂଗ୍ରେସ ପାଇଁ ଟଙ୍କା ଅଭାବ ରହିଲା । ଦଳ ପକ୍ଷରୁ ସେତିକି ପରିମାଣର ଆର୍ଥିକ ସହଯୋଗ ମିଳିଲାନି । ମୁଁ ଲୋକଙ୍କ ପାଇଁ କାମ କରିଛି ହେଲେ ଲୋକମାନେ ମୋତେ ପସନ୍ଦ କରୁନାହାନ୍ତି । ଏଠି ବ୍ୟକ୍ତିତ୍ୱ ନୁହେଁ ଟଙ୍କାକୁ ଦେଖି ଲୋକ ଭୋଟ ଦେଉଛନ୍ତି ।
ଆହୁରି ପଢ଼ନ୍ତୁ... NUAPADA RESULT : କାମ ଦେଲାନି ମାମୁଘର ରାଜନୀତି
ଏବେ ନୂଆପଡ଼ା ଉପ ନିର୍ବାଚନ ପାଇଁ ଭୋଟ ଗଣତି ଜାରି ରହିଛି । ୧୩ ରାଉଣ୍ଡ ଭୋଟ ଗଣତି ଶେଷ ସୁଦ୍ଧା ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ୬୩ ହଜାର ୫୨୨ ଖଣ୍ଡ ଭୋଟ ପାଇଛନ୍ତି । ସେହିପରି ବିଜେଡି ପ୍ରାର୍ଥୀ ୨୦, ୨୮୮ ଖଣ୍ଡ ଭୋଟ ପାଇଛନ୍ତି ଆଉ କଂଗ୍ରେସ ପ୍ରାର୍ଥୀ ୨୦ ହଜାର ୧୦୩ ଖଣ୍ଡ ଭୋଟ ପାଇଛନ୍ତି । ଏବେ ଜୟ ଢୋଲକିଆ ୪୩ ହଜାର ୨୩୪ ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି । ତେବେ ଦେଖିବାକୁ ଗଲେ ନୂଆପଡ଼ାରେ ବିଜେପି ଜିତିବା ଏକ ପ୍ରକାର ସ୍ପଷ୍ଟ ହୋଇଯାଇଛି ।
ଏହି ଆସନରେ ବିଜେପି ୨ଥର ବିଜୟୀ ହୋଇଛି । ୨୦୦୦ ଓ ୨୦୧୪ ମସିହାରେ ବିଜେପିର ବସନ୍ତ କୁମାର ପଣ୍ଡା ବିଜୟୀ ହୋଇଥିଲେ । ତେବେ ପୁଣି ଥରେ ଏହି ଆସନ ଏବେ ବିଜେପି ହାତକୁ ଫେରିବାକୁ ଯାଉଛି । ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ଢୋଲକିଆଙ୍କ ମୃତ୍ୟୁ ପରେ ନୂଆପଡ଼ାରେ ଉପ ନିର୍ବାଚନ ହେଉଛି । ଜୟ ଢୋଲକିଆ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ । ହେଲେ ସେ ନିର୍ବାଚନ ପୂର୍ବରୁ ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇଥିଲେ । ଆଉ ବିଜେପି ଟିକେଟରେ ନିର୍ବାଚନ ଲଢ଼ିଥିଲେ ।
Follow Us