କନକ ବ୍ୟୁରୋ: କାମ ଦେଲାନି ମାମୁଘର ରାଜନୀତି । ନୂଆପଡ଼ାରେ ପଛରେ ପଡ଼ିଲେ ସ୍ନେହାଙ୍ଗିନୀ ଛୁରିଆ । ନୂଆପଡ଼ା ଉପ ନିର୍ବାଚନ ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କରିବା ପରେ, ଏହି ମାମୁଘର ରାଜନୀତି କଥା ସାମ୍ନାକୁ ଆସିଥିଲା । ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ମାମୁଘର ନୂଆପଡ଼ା ବୋଲି ବାରମ୍ବାର କୁହାଯାଇଥିଲା । ହେଲେ ଏବେ କିନ୍ତୁ ନିର୍ବାଚନ ରେଜଲ୍ଟରେ ଏହି ମାମୁଘର ପଲିଟିକ୍ସ କାମ କରିନଥିବା କୁହାଯାଉଛି ।

Advertisment

ଆହୁରି ପଢ଼ନ୍ତୁ : ‘ଥିଲା ୫୧ ହେବ ୫୦’

ଆପଣମାନେ ଭଲ ଭାବେ ଜାଣିଥିବେ, ସ୍ନେହାଙ୍ଗିନୀ ଛୁରିଆ ଅତାବିରାର ବିଜେଡି ପ୍ରାର୍ଥୀ ଥିଲେ । ୨୦୨୪ରେ ତାଙ୍କୁ ଅତାବିରାରୁ ପ୍ରାର୍ଥୀ କରିଥିଲା ବିଜେଡି । ହେଲେ ବିଜେପି ପ୍ରାର୍ଥୀ ନିହାର ମହାନନ୍ଦଙ୍କଠାରୁ ସେ ନିର୍ବାଚନ ହାରିଯାଇଥିଲେ । ଏହାପରେ ନୂଆପଡ଼ା ଉପ ନିର୍ବାଚନରେ ଦଳ ତାଙ୍କୁ ପ୍ରାର୍ଥୀ କରିଥିଲା । ହେଲେ ନିର୍ବାଚନ ଟ୍ରେଣ୍ଡରେ କିନ୍ତୁ ସେ ବହୁତ ପଛରେ ପଡ଼ିଯାଇଛନ୍ତି । 

ଆହୁରି ପଢ଼ନ୍ତୁ : ବିହାର ନିର୍ବାଚନ ଫଳାଫଳ: ସବୁ ରେକର୍ଡ ଭାଙ୍ଗିଲା NDA 

ଅନ୍ୟପଟେ ବିଜେପି ପ୍ରାର୍ଥୀ ତଥା ଦିବଙ୍ଗତ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ ନିର୍ବାଚନରେ ବହୁତ ଆଗରେ ରହିଛନ୍ତି । ନିଜର ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ପାଖାପାଖି ୩୦ ହଜାରରୁ ଅଧିକ ଭୋଟ୍ ଆଗରେ ରହିଛନ୍ତି ଜୟ ଢୋଲକିଆ । ସେହିପରି କଂଗ୍ରେସ ପ୍ରାର୍ଥୀ ମଧ୍ୟ ବର୍ତ୍ତମାନ ସୁଦ୍ଧା ୧୯ ହଜାର ଭୋଟ୍ ପାଇଥିବା ଜଣାପଡ଼ିଛି । ତେଣୁ ଦେଖିବାକୁ ଗଲେ, ନୂଆପଡ଼ାରେ ବିଜେଡିର ଏହି ମାମୁଘର ରାଜନୀତି କାମ କରିନି ବୋଲି ଏବେ ଚର୍ଚ୍ଚା ଆରମ୍ଭ ହେଲାଣି ।