mohan bhagwat Photograph: (kanak news)
କନକ ବ୍ୟୁରୋ: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ମୁଖ୍ୟ ମୋହନ ଭାଗବତ ଭାରତର ଜାତୀୟ ପତାକାକୁ ନେଇ ଦେଇଛନ୍ତି ବଡ଼ ବୟାନ । ସଂଘ ସବୁବେଳେ ଭାରତର ଜାତୀୟ ପତାକାକୁ ସମ୍ମାନ କରେ, ଆଉ ଭାରତର ଜାତୀୟ ପତାକା ସହିତ ସଂଘ ସବୁବେଳେ ଛିଡ଼ା ହେଇଛି ବୋଲି କହିଛନ୍ତି ଭାଗବତ । ଏହାସହିତ ଭାରତର ଜାତୀୟ ପତାକା ଗେରୁଆ ରଙ୍ଗର ହେବାର ଥିଲା, ହେଲେ ଗାନ୍ଧିଜୀ କିନ୍ତୁ ଏହାକୁ ନେଇ ହସ୍ତକ୍ଷେପ କରିଥିଲେ ବୋଲି କହିଛନ୍ତି ସଂଘ ପ୍ରମୁଖ ମୋହନ ଭାଗବତ ।
ମୋହନ ଭାଗବତ କହିଛନ୍ତି, ଜାତୀୟ ପତାକା ସବୁଠୁ ପ୍ରଥମେ ୧୯୩୩ ମସିହାରେ ସ୍ଥିର କରାଯାଇଥିଲା । ସେତେବେଳେ ଧ୍ୱଜା ସମିତି ସର୍ବସମ୍ମତିରେ ପାରମ୍ପରିକ ଗେରୁଆ ରଙ୍ଗକୁ ଭାରତର ପତାକା କରିବାକୁ ସୁପାରିଶ କରିଥିଲା । ହେଲେ ସେତେବେଳେ କିନ୍ତୁ ଗାନ୍ଧିଜୀ ଏହାକୁ ନେଇ ହସ୍ତକ୍ଷେପ କରିଥିଲେ । ଆଉ ଭାରତର ଜାତୀୟ ପତାକାକୁ ତିନୋଟି ରଙ୍ଗ କରିବାକୁ କହିଥିଲେ । ଯାହାର ସବୁଠୁ ଉପରେ ରହିଥିଲା ଗେରୁଆ ରଙ୍ଗ ।
ଆହୁରି ପଢ଼ନ୍ତୁ : ନୂଆପଡ଼ା ଉପନିର୍ବାଚନ : ପ୍ରିଜାଇଡିଂ ଅଫିସରଙ୍କୁ ନିଲମ୍ବିତ କଲେ ଜିଲ୍ଲା ନିର୍ବାଚନ ଅଧିକାରୀ
ଭାରତର ଜାତୀୟ ପତାକାକୁ ନେଇ ମୋହନ ଭାଗବତ କହିଛନ୍ତି, ସଂଘ ସବୁବେଳେ ଭାରତର ଜାତୀୟ ପତାକା ସହିତ ଛିଡ଼ା ହେଇଛି । ଆଉ ଏହାର ସମ୍ମାନ ଆଉ ରକ୍ଷା କରିଛି । ତେଣୁ ଗେରୁଆ ବନାମ ତ୍ରିରଙ୍ଗାର କୌଣସି ପ୍ରଶ୍ନ ଉଠୁନି । କମ୍ୟୁନିଷ୍ଟ ପାର୍ଟି ପାଖରେ ଲାଲ ପତାକା ଅଛି, କଂଗ୍ରେସ ପାଖରେ ମଧ୍ୟ ତ୍ରିରଙ୍ଗା ଅଛି, ହେଲେ ଚକ୍ର ନାହିଁ । ସେହିଭଳି ରିପବ୍ଲିକାନ ପାର୍ଟି ପାଖରେ ସବୁଜ ରଙ୍ଗ ଅଛି । ସେହିଭଳି ଭାବେ ଆମ ପାଖରେ ଗେରୁଆ ରଙ୍ଗ ଅଛି ବୋଲି କହିଛନ୍ତି ମୋହନ ଭାଗବତ ।
ଆହୁରି ପଢ଼ନ୍ତୁ : ବିହାର ନିର୍ବାଚନ : ଭୋଟ ଦେଲେନି ୨୨ ଗ୍ରାମବାସୀ
ମୋହନ ଭାଗବତ ଆହୁରି ବି କହିଛନ୍ତି, ଆମେ କୌଣସି ବି ରାଜନୈତିକ ଦଳକୁ ସମର୍ଥନ କରୁନୁ । ଆମେ କେବଳ ନୀତିକୁ ସମର୍ଥନ କରୁ । ଆମର କୌଣସି ବି ଦଳ ନାହିଁ । ତେବେ ସଂଘରେ ସବୁ ସମ୍ପ୍ରଦାୟର ଲୋକଙ୍କୁ ଅନୁମତି ଅଛି । ଏମିତି କି ମୁସଲମାନ ଆଉ ଖ୍ରୀଷ୍ଟିୟାନ ଧର୍ମର ଲୋକମାନେ ମଧ୍ୟ ସଂଘକୁ ଆସିପାରିବେ । ହେଲେ ଯେତେବେଳେ ସେମାନେ ସଂଘକୁ ଆସିବେ, କେବଳ ଭାରତ ମାଆର ପୁଅ ବୋଲି ପରିଚୟ ରଖି ସଂଘକୁ ଆସିବେ ବୋଲି କହିଛନ୍ତି ମୋହନ ଭାଗବତ ।
ଗତ କିଛି ଦିନ ହେଲା ଆରଏସଏସକୁ ଲଗାତାର ଟାର୍ଗେଟ୍ କରିବାରେ ଲାଗିଛନ୍ତି ମଲ୍ଲିକାର୍ଜୁନ ଖଡଗେ । ଆଉ ଏହା ପରେ ଆସିଛି ମୋହନ ଭାଗବତଙ୍କ ବୟାନ । ମୋହନ ଭାଗବତ ତାଙ୍କର ଏହି ବୟାନରେ ଆରଏସଏସକୁ ନେଇ ଅନେକ ବଡ଼ ବଡ଼ କଥା କହିଛନ୍ତି । ଯାହାକି ଏବେ ଚର୍ଚ୍ଚା ସୃଷ୍ଟି କରିଛି ।
Follow Us