କନକବ୍ୟୁରୋ : ବିହାରରେ ପ୍ରଥମ ପର୍ଯ୍ୟାୟରେ ୧୨୧ଟି ଆସନ ପାଇଁ ଗତ ୬ ତାରିଖ ଦିନ ମତଦାନ ସରିଛି। ଭୋଟରମାନେ ଏବେ ନଭେମ୍ବର ୧୧ ତାରିଖରେ ୧୨୨ଟି ଆସନରେ ୧,୩୦୨ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରିବେ । ରାଜନୈତିକ ଦଳଗୁଡ଼ିକ ଏହି ନିର୍ବାଚନମଣ୍ଡଳୀଗୁଡ଼ିକରେ ସେମାନଙ୍କର ପୂର୍ଣ୍ଣ ଶକ୍ତି ନିୟୋଜିତ କରିଛନ୍ତି ଏବଂ ପ୍ରଚାର ଜୋରଦାର କରିଛନ୍ତି । 

Advertisment

ଦ୍ୱିତୀୟ ପର୍ଯ୍ୟାୟରେ ୧୮ଟି ଜିଲ୍ଲାର ୧୨୨ଟି ଆସନ ପାଇଁ ମତଦାନ ହେବ। ଏଥିରେ ଗୟା ଜିଲ୍ଲାର ୧୦ଟି ଆସନ, କୈମୁରର ୪ଟି, ରୋହତାସର ୭ଟି, ଔରଙ୍ଗାବାଦର ୬ଟି, ଆରୱାଲରୁ ୨ଟି, ଜେହାନାବାଦର ୩ଟି, ନୱାଡାରୁ ୫ଟି, ଭାଗଲପୁରର ୭ଟି, ବାଙ୍କାରୁ ୫ଟି, ଜମୁଇରୁ ୪ଟି, ସୀତାମଢ଼ିର ୮ଟି, ଶିବହରରୁ ୧ଟି, ମଧୁବଣୀରୁ ୧୦ଟି, ସୁପୌଲରୁ ୫ଟି, ପୂର୍ଣ୍ଣିଆରୁ ୭ଟି, ଆରାରିଆରୁ ୬ଟି, କଟିହାରରୁ ୭ଟି, କିଶନଗଞ୍ଜରୁ ୪ଟି ଆସନ ସହିତ ପୂର୍ବ ଚମ୍ପାରଣର ୧୨ଟି ଏବଂ ପଶ୍ଚିମ ଚମ୍ପାରଣର ୯ଟି ବିଧାନସଭା ଆସନ ସାମିଲ ରହିଛି  ।  

ସେପଟେ ଆଉ ଏକ ଖବର ବର୍ତ୍ତମାନ ସାମ୍ନାକୁ ଆସିଛି ।  

ବିହାରରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଜାରି ରହିଛି  ।   ରାମନଗର ବିଧାନସଭା ନିର୍ବାଚନମଣ୍ଡଳୀର  ବଗାହାର ୨୨ଟି ଗାଁର ୧୮ଟି ମତଦାନ କେନ୍ଦ୍ରରେ ପ୍ରାୟ ୧୫,୦୦୦ ଭୋଟର ଭୋଟଦାନରୁ ବିରତ ରହିବାକୁ ଜିଦ୍ ଧରିଛନ୍ତି ।  ରିପୋର୍ଟ ଅନୁଯାୟୀ, ଜଣେ ହେଲେ ମତଦାନ କେନ୍ଦ୍ରକୁ ଆସି ନାହାଁନ୍ତି। ଗ୍ରାମବାସୀମାନେ ସେତୁ, ରାସ୍ତା, ସ୍କୁଲ ଏବଂ ବିଦ୍ୟୁତ୍ ବ୍ୟବସ୍ଥା ଦାବି କରୁଛନ୍ତି  । 

ପ୍ରଶାସନ ବିରୋଧରେ ପପୁ ଯାଦବଙ୍କ ଗମ୍ଭୀର ଅଭିଯୋଗ

ବିହାରର ପୂର୍ଣ୍ଣିଆର ସ୍ୱାଧୀନ ସାଂସଦ ପପୁ ଯାଦବ କହିଛନ୍ତି ଯେ ୪୯ ଏବଂ ୪୫ ନମ୍ବର ପୋଲିଂ ବୁଥ୍ ଲୋକଙ୍କୁ ଭିତରକୁ ଲୋକଙ୍କୁ ପ୍ରବେଶ କରିବାକୁ ଦିଆଯାଉନାହିଁ। ଭୋଟରମାନଙ୍କ ଉପରେ ଲାଠିଚାର୍ଜ କରାଯାଉଛି। ମୁଁ ଡିଏମଙ୍କ ସହ କଥା ହୋଇଛି। ବର୍ତ୍ତମାନ ଯେଉଁଭଳି ଘଟଣା ଘଟୁଛି ତାହା ଭୁଲ। ଗଣତନ୍ତ୍ରର ଭଲ ପରମ୍ପରା ବଜାୟ ରଖନ୍ତୁ। ମୁଁ କେବଳ ଜାଣେ ଯେ ସୀମାଞ୍ଚଳ ଏବଂ କୋସୀ ସହିତ ଯିଏ ଛିଡା ହେବ ସେ ସରକାର ଗଠନ  କରିବ ।