ରାସ୍ତାକୁ ସୁରକ୍ଷା ଦେବ ଜିଓ ସିନ୍ଥେଟିକ ; ଭୂସ୍ଖଳନ ପରେ ବି ନଷ୍ଟ ହେବନି ରାସ୍ତା

Advertisment

ଭୂସ୍ଖଳନ, ମାଟି ଖସିବା, ଭୂଗର୍ଭ ଗଠନ ବୁଝିବାର ଅଭାବ ଯୋଗୁଁ ଅନେକ ସମୟରେ ପ୍ରକଳ୍ପ ବିଫଳ ହୁଏ । ଏହି ସମସ୍ୟାର ସମାଧାନ ପାଇଁ ଏବେ ରାଜ୍ୟରେ ବ୍ୟବହାର ହେଉଛି ଜିଓ ସିନ୍ଥେଟିକ କୌଶଳ ।

ଭୂସ୍ଖଳନ, ମାଟି ଖସିବା, ଭୂଗର୍ଭ ଗଠନ ବୁଝିବାର ଅଭାବ ଯୋଗୁଁ ଅନେକ ସମୟରେ ପ୍ରକଳ୍ପ ବିଫଳ ହୁଏ । ଏହି ସମସ୍ୟାର ସମାଧାନ ପାଇଁ ଏବେ ରାଜ୍ୟରେ ବ୍ୟବହାର ହେଉଛି ଜିଓ ସିନ୍ଥେଟିକ କୌଶଳ ।

GIO Sinthetic

GIO Sinthetic Photograph: (kanaknews)

କନକ ବ୍ୟୁରୋ : ପାହାଡ଼ିଆ ଅଞ୍ଚଳରେ ରାସ୍ତା ନିର୍ମାଣ କରିବା ସବୁବେଳେ ଏକ ବଡ଼ ଚ୍ୟାଲେଞ୍ଜ । ଭୂସ୍ଖଳନ, ମାଟି ଖସିବା, ଭୂଗର୍ଭ ଗଠନ ବୁଝିବାର ଅଭାବ ଯୋଗୁଁ ଅନେକ ସମୟରେ ପ୍ରକଳ୍ପ ବିଫଳ ହୁଏ । ଏହି ସମସ୍ୟାର ସମାଧାନ ପାଇଁ ଏବେ ରାଜ୍ୟରେ ବ୍ୟବହାର ହେଉଛି ଜିଓ ସିନ୍ଥେଟିକ କୌଶଳ । ଆଗାମୀ ଦିନର ସିଭିଲ ଇଞ୍ଜିନିୟରଙ୍କୁ ଦିଆଯାଉଛି ଏହାର ପ୍ରଶିକ୍ଷଣ । ଜିଓ ସିନ୍ଥେଟିକ ହେଉଛି ପ୍ଲାଷ୍ଟିକରେ ତିଆରି ହୋଇଥିବା ଏକ ପ୍ରକାର ସିଟ୍, ଜାଲି କିମ୍ବା କପଡ଼ା । ଏହାକୁ ମାଟି କିମ୍ବା ପାହାଡ଼ିଆ ଅଞ୍ଚଳରେ ରାସ୍ତା, ସେତୁ, ଡ୍ୟାମ୍, ନଦୀବନ୍ଧ ନିର୍ମାଣ ସମୟରେ ବ୍ୟବହାର କରାଯାଉଛି । ସରଳ ଭାଷାରେ ବୁଝିବାକୁ ଗଲେ ମାଟିକୁ ଧରିରଖିବା ଓ ରାସ୍ତାକୁ ମଜବୁତ କରିବାରେ ଏହା ସାହାଯ୍ୟ କରୁଥିବା ବୈଜ୍ଞାନିକ କପଡ଼ା ।

ଧିରେ ଧିରେ ଏହି କୌଶଳକୁ ଅନେକ ଆପଣାଉଥିବାବେଳେ ସିଭିଲ ଇଞ୍ଜିନିୟରିଂ ପଢୁଥିବା ଛାତ୍ରଛାତ୍ରୀଙ୍କୁ ବି ପଢ଼ାଯାଉଛି ଏହି ପାଠ । ଜିଓ ସିନ୍ଥେଟିକ୍ କେବଳ ପୁସ୍ତକର ପାଠ ନୁହେଁ, ଓଡ଼ିଶାର ପାହାଡ଼ିଆ ରାସ୍ତା ବିକାଶରେ ଏହା ଆବଶ୍ୟକ ବୈଷୟିକ କୌଶଳ । ଏହି କୌଶଳକୁ ସିଭିଲ ଇଞ୍ଜିନିୟର ମାନେ କିପରି ବ୍ୟବହାର କରିପାରିବେ ଏସମ୍ପର୍କରେ ଦିଆଯାଉଛି ପ୍ରଶିକ୍ଷଣ । ଆଗାମୀ ଦିନର ଇଞ୍ଜିନିୟରଙ୍କ ପାଇଁ ଏହି ପ୍ରଶିକ୍ଷଣ ବେସ୍‌ ଲାଭଦାୟକ ହେବ ବୋଲି ଓୟୁଟିଆର କୂଳପତି କହିଛନ୍ତି । 

ଅଧିକ ପଢ଼ନ୍ତୁ--ଜେଲ୍‌ ଜଗିବ ଏଆଇ କ୍ୟାମେରା ; ପାଚେରି ଡେଇଁଲେ ବାଜିବ ସାଇରନ୍

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe