କନକ ବ୍ୟୁରୋ: ମର୍ସିଡିଜ୍ ଚାଳକ ଜର୍ଜ ରସେଲ ଚଳିତ ଋତୁର ପ୍ରଥମ ଫର୍ମୁଲା ୱାନ୍ ରେସ୍ ଅଷ୍ଟ୍ରେଲିଆନ୍ ଗ୍ରାଁ ପ୍ରି ଜିତିଛନ୍ତି । ରବିବାର ଏହି ୨୮ ବର୍ଷୀୟ ବ୍ରିଟିସ୍ ରେସ୍ ଡ୍ରାଇଭର୍ ଚମତ୍କାର ପ୍ରଦର୍ଶନ କରି ନିଜ ଦଳୀୟ ସାଥୀ କିମି ଆଣ୍ଟୋନେଲିଙ୍କୁ ପଛରେ ପକାଇ ଏହି ଟ୍ରଫି ଜିତିଥିଲେ । ଫଳରେ ମର୍ସିଡିଜ୍ ୧-୨ ସଫଳତା ପାଇଥିଲା। ରସେଲ ୧ଘଣ୍ଟା ୨୩ ମିନିଟ୍ ୦୬.୮୦୧ ସେକେଣ୍ଡ୍ରେ ରେସ୍ ଶେଷ କରିଥିଲା ବେଳେ ଆଣ୍ଟୋନେଲି ତାଙ୍କଠୁ ୨.୯୪୭ ସେକେଣ୍ଡ ଅଧିକ ସମୟ ନେଇଥିଲେ । ଫେରାରିର ଚାର୍ଲେସ ଲେକ୍ଲାର୍କ ତୃତୀୟ ସ୍ଥାନରେ ରହିଥିଲା ବେଳେ ୭ ଥରର ବିଶ୍ବବିଜେତା ପୂର୍ବତନ ମର୍ସିଡିଜ୍ ଡ୍ରାଇଭର୍ ତଥା ଫେରାରିରୁ ପ୍ରତିନିଧିତ୍ବ କରୁଥିବା ଲୁଇସ ହାମିଲଟନ୍ ଚତୁର୍ଥ ଏବଂ ମ୍ୟାକ୍ ଲରେନ୍ର ଲାଣ୍ଡୋ ନରେସ ପଞ୍ଚମ ସ୍ଥାନ ଅଧିକାର କରିଥିଲେ । ୪ ଥରର ବିଜେତା ରେଡ୍ବୁଲ୍ ଡ୍ରାଇଭର୍ ମ୍ୟାକ୍ସ ଭର୍ସ୍ତାପେନ୍ ଷଷ୍ଠରେ ରହିଥିଲେ ।
ଏହା ବି ପଢ଼ନ୍ତୁ: ୩୩ ଆଇସିସି ପ୍ରତିଯୋଗିତା ଖେଳି ଭାରତ ଜିତିଛି ୭ ଟ୍ରଫି
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/03/08/george-russell-2026-03-08-15-00-31.jpg)