ନେପାଳରେ ପୁଣି ଜେନ୍-ଜେଡ୍‌ ବିଦ୍ରୋହ : ଦୁର୍ନୀତି, ରାଜନୈତିକ ବ୍ୟବସ୍ଥାକୁ ଯୁବପିଢ଼ିର ବିରୋଧ

ପ୍ରଦର୍ଶନକାରୀ-ପୁଲିସ୍ ମୁହାଁମୁହିଁ । ଉତ୍ତେଜନା ଯୋଗୁ ଅନେକ ଅଞ୍ଚଳରେ କର୍ଫ୍ୟୁ ଜାରି

Nepal  protest

Nepal protest Photograph: (KanakNews)

କନକ ବ୍ୟୁରୋ:  ନେପାଳରେ ପୁଣି ଜେନ୍-ଜେଡ୍ ର  ବିଦ୍ରୋହ! ନେପାଳରେ ଥରେ ସରକାର ଭାଙ୍ଗିଥିବା ଯୁବ ପିଢ଼ିଙ୍କ ପ୍ରଦର୍ଶନ ପୁଣି ଥରେ ତେଜିଛି । ନେପାଳରେ ଯୁବକମାନଙ୍କ ଦ୍ୱାରା ହେଉଥିବା ଉଗ୍ର ବିରୋଧ ପ୍ରଦର୍ଶନ ଯୋଗୁଁ ପରିସ୍ଥିତି ଅତ୍ୟନ୍ତ ଉତ୍ତେଜନାପୂର୍ଣ୍ଣ ରହିଛି । ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ଅନେକ ସମ୍ବେଦନଶୀଳ ଅଞ୍ଚଳରେ କର୍ଫ୍ୟୁ ଜାରି କରିଛି। ପ୍ରଦର୍ଶନକାରୀ ଓ ପୁଲିସ୍ ମଧ୍ୟରେ ଘମାଘୋଟ ଲଢ଼େଇ ହେବା ପରେ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ୍ ଲୁହବୁହା ଗ୍ୟାସ୍ ଓ ରବର ଗୁଳି ବ୍ୟବହାର କରିଥିଲେ । ଏପରିକି, ପୁଲିସ୍‌ କିଛି ରାଉଣ୍ଡ୍‌ ଫାଙ୍କା ଗୁଳିଚାଳନା କରିବାକୁ ବାଧ୍ୟ ହୋଇଥିଲେ ।

ଦାୟିତ୍ୱ ନେଲେ ନେପାଳର ଅନ୍ତରୀଣ ପ୍ରଧାନମନ୍ତ୍ରୀ, ପୁଣି ଶାନ୍ତି ପ୍ରତିଷ୍ଠା ପାଇଁ ସହଯୋଗ ଲୋଡ଼ିଲେ

ରିପୋର୍ଟ ଅନୁଯାୟୀ, ଏହି ହିଂସାତ୍ମକ ସଂଘର୍ଷ ପରେ ଉଭୟ ପଟରୁ ଅନେକ ଲୋକ ଆହତ ହୋଇଛନ୍ତି ଏବଂ ଗୁରୁତର ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ନେପାଳରେ ଦୁର୍ନୀତି ଏବଂ ଦେଶର ରାଜନୈତିକ ବ୍ୟବସ୍ଥା ବିରୋଧରେ ଯୁବପିଢ଼ିର ଏହି ଆନ୍ଦୋଳନ ସରକାରଙ୍କ ପାଇଁ ଏକ ବଡ଼ ଚିନ୍ତାର ବିଷୟ ପାଲଟିଛି। ନେପାଳ ପ୍ରଧାନମନ୍ତ୍ରୀ ଶାନ୍ତି ରକ୍ଷା ପାଇଁ ଅପିଲ କରିଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe