କନକ ବ୍ୟୁରୋ: ଆଜି କାର୍ଯ୍ୟଭାର ସମ୍ଭାଳିଛନ୍ତି ନେପାଳର ଅନ୍ତରୀଣ ପ୍ରଧାନମନ୍ତ୍ରୀ ସୁଶୀଳା କାର୍କି । ଦେଶରେ ପୁଣି ଶାନ୍ତି ପ୍ରତିଷ୍ଠା ପାଇଁ ଦେଶବାସୀଙ୍କ ସହଯୋଗ ଲୋଡିଛନ୍ତି । ସେପଟେ ଅନ୍ତରୀଣ ସରକାର କ୍ୟାବିନେଟ୍ ଗଠନ କରିବା ସମ୍ଭାବନା ଅଛି । ସୁଶୀଳା ଗତ ଶୁକ୍ରବାର ନେପାଳର ଅନ୍ତରୀଣ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ । ଆଜି ସେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିବା ସହ କ୍ୟାନିନେଟ୍ ଗଠନ କରିବା ସମ୍ଭାବନା ଅଛି ।
ବିଭିନ୍ନ ପ୍ରସଙ୍ଗରେ ଗତ ମଙ୍ଗଳବାରଠାରୁ ନେପାଳରେ ସରକାର ବିରୋଧୀ ସ୍ୱର ତୀବ୍ର ହୋଇଥିଲା । ଜେନ- ଜେଡ୍ ଗୋଷ୍ଠୀ ସାରା ଦେଶରେ ବ୍ୟପାକ ୠଙ୍ଗାରୁଜା ଓ ପୋଡ଼ାଜଳା କରିଥିଲେ । ପ୍ରଧାନମନ୍ତ୍ରୀ ପଦରୁ କେ.ପି ଶର୍ମା ଓଲି ଇସ୍ତଫା ଦେବା ପରେ ନେପାଳକୁ ସେନା ନିୟନ୍ତ୍ରଣକୁ ନେଇଥିଲା । ଅନ୍ତରୀଣ ପ୍ରଧାନମନ୍ତ୍ରୀ ଭାବେ ସୁଶୀଳା କାର୍କି ମନୋନୀତ ହୋଇଥିଲେ ଓ ଶପଥ ନେଇଥିଲେ । ନେପାଳରେ କର୍ଫୁ କୋହଳ କରି ଶାନ୍ତି ଫେରାଇ ଆଣିବା ପାଇଁ ଚେଷ୍ଟା ଚାଲିଛି । କ୍ୟାବିନେଟ୍ ଗଠନ ପରେ ପ୍ରକ୍ରିୟା ସହଜ ହେବା ସମ୍ଭାବନା ରହିଛି ।
ଆଜି ନେପାଳରେ କ୍ୟାବିନେଟ୍ ଗଠନ
ଅନ୍ତରୀଣ ସରକାର ନୂଆ ଟିମ୍ କରିପାରନ୍ତି । କ୍ୟାବିନେଟ୍ ଗଠନ କରିବେ ଅନ୍ତରୀଣ ପ୍ରଧାନମନ୍ତ୍ରୀ ସୁଶୀଳା କାର୍କି । ଓଲି ସରକାର ଯିବା ପରେ ସୁଶୀଳା ଅନ୍ତରୀଣ ପ୍ରଧାନମନ୍ତ୍ରୀ ଦାୟିତ୍ୱ ନେଇଛନ୍ତି । କ୍ୟାବିନେଟ୍ ଗଠନ ପୂର୍ବରୁ ନେପାଳରେ କୋହଳ ହେଉଛି କର୍ଫ୍ୟୁ । ଶାନ୍ତି ପ୍ରତିଷ୍ଠା ପାଇଁ ଉଦ୍ୟମ ଜାରି ରହିଛି ।