କନକ ବ୍ୟୁରୋ:  ନେପାଳରେ ପୁଣି ଜେନ୍-ଜେଡ୍ ର  ବିଦ୍ରୋହ! ନେପାଳରେ ଥରେ ସରକାର ଭାଙ୍ଗିଥିବା ଯୁବ ପିଢ଼ିଙ୍କ ପ୍ରଦର୍ଶନ ପୁଣି ଥରେ ତେଜିଛି । ନେପାଳରେ ଯୁବକମାନଙ୍କ ଦ୍ୱାରା ହେଉଥିବା ଉଗ୍ର ବିରୋଧ ପ୍ରଦର୍ଶନ ଯୋଗୁଁ ପରିସ୍ଥିତି ଅତ୍ୟନ୍ତ ଉତ୍ତେଜନାପୂର୍ଣ୍ଣ ରହିଛି । ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ଅନେକ ସମ୍ବେଦନଶୀଳ ଅଞ୍ଚଳରେ କର୍ଫ୍ୟୁ ଜାରି କରିଛି। ପ୍ରଦର୍ଶନକାରୀ ଓ ପୁଲିସ୍ ମଧ୍ୟରେ ଘମାଘୋଟ ଲଢ଼େଇ ହେବା ପରେ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ୍ ଲୁହବୁହା ଗ୍ୟାସ୍ ଓ ରବର ଗୁଳି ବ୍ୟବହାର କରିଥିଲେ । ଏପରିକି, ପୁଲିସ୍‌ କିଛି ରାଉଣ୍ଡ୍‌ ଫାଙ୍କା ଗୁଳିଚାଳନା କରିବାକୁ ବାଧ୍ୟ ହୋଇଥିଲେ ।

Advertisment

ଦାୟିତ୍ୱ ନେଲେ ନେପାଳର ଅନ୍ତରୀଣ ପ୍ରଧାନମନ୍ତ୍ରୀ, ପୁଣି ଶାନ୍ତି ପ୍ରତିଷ୍ଠା ପାଇଁ ସହଯୋଗ ଲୋଡ଼ିଲେ

ରିପୋର୍ଟ ଅନୁଯାୟୀ, ଏହି ହିଂସାତ୍ମକ ସଂଘର୍ଷ ପରେ ଉଭୟ ପଟରୁ ଅନେକ ଲୋକ ଆହତ ହୋଇଛନ୍ତି ଏବଂ ଗୁରୁତର ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ନେପାଳରେ ଦୁର୍ନୀତି ଏବଂ ଦେଶର ରାଜନୈତିକ ବ୍ୟବସ୍ଥା ବିରୋଧରେ ଯୁବପିଢ଼ିର ଏହି ଆନ୍ଦୋଳନ ସରକାରଙ୍କ ପାଇଁ ଏକ ବଡ଼ ଚିନ୍ତାର ବିଷୟ ପାଲଟିଛି। ନେପାଳ ପ୍ରଧାନମନ୍ତ୍ରୀ ଶାନ୍ତି ରକ୍ଷା ପାଇଁ ଅପିଲ କରିଛନ୍ତି ।