laser Show Photograph: (Kanak news)
କନକ ବ୍ୟୁରୋ: ସ୍ଥାନୀୟ ଇଡେନ୍ ଗାର୍ଡେନ୍ସରେ ଖେଳାଯାଇଥିବା ଭାରତ ଓ ୱେଷ୍ଟଇଣ୍ଡିଜ୍ ଟ୍ବେଣ୍ଟି-୨୦ ବିଶ୍ୱକପ୍ର ସୁପର୍-୮ ମ୍ୟାଚ୍ର ପାନୀୟ ବିରତି ବେଲେ ଲେଜର ସୋ’ କରାଯାଇଥିଲା । ଏହାକୁ ନେଇ ଦୁଇ ପୂର୍ବତନ ଭାରତୀୟ ଅଧିନାୟକ ସୁନିଲ ଗାଭାସ୍କର ଓ ରବି ଶାସ୍ତ୍ରୀ ପ୍ରଶ୍ନ ଉଠାଇଛନ୍ତି । ୧୯୬ ରନ୍ର ବିଜୟ ଲକ୍ଷ୍ୟକୁ ଭାରତ ପଶ୍ଚାତ୍ଧାବନ କରୁଥିଲା ବେଳେ ପାୱାରପ୍ଲେ ଶେଷ ବେଳକୁ ଦଳ ୫୩/୨ କରିଥିଲା। ଏହି ସମୟରେ ନିର୍ଦ୍ଧାରିତ ବିରତି ନିଆଯାଇଥିଲା।
ଏହି ୩ ମିନିଟ୍ର ବିରତି ବେଳେ ଷ୍ଟାଡିୟମ୍ର ଆଲୋକକୁ ବନ୍ଦ କରାଯାଇ ଲେଜର ସୋ’ ହୋଇଥିଲା। ଫଳରେ ଏହି କିଛି ସମୟ ପୂରା ଷ୍ଟାଡିୟମ୍ ଅନ୍ଧକାର ହୋଇଯାଇଥିଲା। ଏପରି ହାଠାତ୍ ଆଲୋକର ପରିବର୍ତ୍ତନ ବ୍ୟାଟର୍ଙ୍କ ଧ୍ୟାନ ଓ ଦୃଷ୍ଟିରେ ବାଧା ଦେଇପାରେ ବୋଲି ଗାଭାସ୍କର ଓ ଶାସ୍ତ୍ରି ଚିନ୍ତା ପ୍ରକାଶ କରିଛନ୍ତି। ଏଥିନେଇ ଗାଭାସ୍କର କହିଛନ୍ତି, ‘‘ପାନୀୟ ବିରତି ବେଳେ ଅଢ଼େଇ କିମ୍ବା ତିନି ମିନିଟ୍ ଲେଜର୍ ସୋ’... ବ୍ୟାଟର୍ କିମ୍ବା ଅନ୍ୟ କାହା ପାଇଁ ସହଜ ହୋଇ ନଥିବ।
ଆହୁରି ପଢ଼ନ୍ତୁ... ପେଲେଙ୍କ ରେକର୍ଡ ସହ ସମକକ୍ଷ ହେଲେ ମେସି
ଚାରିପାଖରେ ଅନ୍ଧାର କରିବା ପରେ ଆଲୋକ ପୁଣି ଥରେ ଜଳିବ। ଏଥିରେ ଅଭ୍ୟସ୍ତ ହେବା ନିଶ୍ଚିତ କଷ୍ଟକର କଥା। ବିଶ୍ବକପ୍ ଚାଲିଛି, ଏଠାରେ ମନୋରଞ୍ଜନର ଆବଶ୍ୟକ କଣ? ଆଇପିଏଲ୍ରେ ଏହା ଚଳିବ। କିନ୍ତୁ ବିଶ୍ବକପ୍ ଭଳି ପ୍ରତିଯୋଗିତାର ପାନୀୟ ବିରତିରେ ଏହାର ଆବଶ୍ୟକ କଣ?’’। ଶସ୍ତ୍ରୀ କହିଛନ୍ତି ଯେ, ଏହା ଏକାଗ୍ରତା ଭାଙ୍ଗିଦେବ। ଖେଳାଳିଙ୍କ ଦୃଷ୍ଟିକୋଣରୁ ପୁଣି ଥରେ ଆରମ୍ଭ କରିବା କେବେବି ସହଜ ନୁହେଁ। ଏହା ନିଶ୍ଚିତ ଏକ ଗମ୍ଭୀର କଥା।
Follow Us