କନକ ବ୍ୟୁରୋ: ଆର୍ଜେଣ୍ଟିନାର ଫୁଟ୍‌ବଲ୍‌ ତାରକା ଲିଓନେଲ ମେସି ନୂଆ ମାଇଲ୍‌ଖୁଣ୍ଟ ଛୁଇଁଛନ୍ତି। ସେ ଫ୍ରି-କିକ୍‌ ଗୋଲ୍‌ରେ ବ୍ରାଜିଲ କିଂବଦନ୍ତି ପେଲେଙ୍କ ସମକକ୍ଷ ହୋଇଛନ୍ତି। ମିଆମି ପକ୍ଷରୁ ଖେଳୁଥିବା ମେସି ମେଜର ଲିଗ୍‌ ସକ୍କର ପ୍ରତିଯୋଗିତାରେ ଓର୍‌ଲାଣ୍ଡୋ ସିଟି ବିପକ୍ଷ ମ୍ୟାଚ୍‌ରେ ଏହି ରେକର୍ଡର ଅଧିକାରୀ ହୋଇଥିଲେ। ଦ୍ବିତୀୟାର୍ଦ୍ଧ ଷ୍ଟପେଜ୍‌ ଟାଇମ୍‌ରେ ଦଳକୁ ମିଳିଥିବା ଫ୍ରି-କିକ୍‌କୁ ମେସି, ଓର୍‌ଲାଣ୍ଡୋ ସିଟି ଗୋଲ୍‌ ପୋଷ୍ଟ୍‌କୁ ପଠାଇ ୭୦ତମ ଫ୍ରି-କକ୍‌ ଗୋଲ୍‌ କରିବାର ସଫଳତା ପାଇଥିଲେ। ଏଥିସହ ଫ୍ରି-କିକ୍‌ ଗୋଲ୍‌ କରିବାରେ ପେଲେଙ୍କ ସହ ସମକକ୍ଷ ହୋଇଥିଲା ‌ବେଳେ ପୁରୁଷ ଫୁଟ୍‌ବଲ୍‌ରେ ବିଶ୍ବର ଚତୁର୍ଥ ଖେଳାଳି ହୋଇଥିଲେ। ସେ ଏହି ମ୍ୟାଚ୍‌ରେ ୪ ‌ଗୋଲ୍‌ ଲଦିବାରୁ ମିଆମି ୪-୨ରେ ଓର୍‌ଲାଣ୍ଡୋ ସିଟିକୁ ପରାସ୍ତ କରିଥିଲା। ପୁରୁଷ ଫୁଟ୍‌ବଲ୍‌ରେ ସର୍ବାଧିକ ଫ୍ରି-କିକ୍‌ ଗୋଲ୍‌ କରିବାରେ ଶ୍ରେଷ୍ଠ ୫ ମଧ୍ୟରେ ବ୍ରାଜିଲ ଖେଳାଳି ଥିଲା ବେଳେ ଏବେ ଏଥିରେ ଆର୍ଜେଣ୍ଟିନାର ମେସି ଯୋଡ଼ି ହୋଇଛନ୍ତି।

Advertisment

ଆହୁରି ପଢ଼ନ୍ତୁ... ଇରାନ ଉପରେ ଆମେରିକା-ଇସ୍ରାଏଲର ଘାତକ ଆକ୍ରମଣ

ପୁରୁଷ ଫୁଟ୍‌ବଲ୍‌ରେ ସର୍ବାଧିକ ଫ୍ରି-କିକ୍‌ ଗୋଲ୍‌

ଖେଳାଳି ଦେଶ ଗୋଲ୍‌
ମାର୍ସେଲିନୋ କାରିଓକା ବ୍ରାଜିଲ୍‌ ୭୮

ରବର୍ତୋ ଡିନାମିଟା ବ୍ରାଜିଲ୍‌ ୭୫
ଜୁନିନୋ ବ୍ରାଜିଲ୍‌ ୭୨

ଲିଓନେଲ୍‌ ମେସି ଆର୍ଜେଣ୍ଟିନା ୭୦
ପେଲେ ବ୍ରାଜିଲ୍‌ ୭୦