କନକ ବ୍ୟୁରୋ: ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍ରେ ଚାଲିଥିବା ଜାତୀୟ ରଗ୍ବି ୧୫ଏସ୍ ଡିଭିଜନ୍-୧ ପ୍ରତିଯୋଗିତାର ପୁରୁଷ ବର୍ଗ ସେମିଫାଇନାଲ୍ରେ ଦିଲ୍ଲୀ ହରିକେନ୍ସ ଓ ଫ୍ୟୁଚର୍ ହୋପ୍ ହାର୍ଲେକ୍ବିନ୍ସ ପ୍ରବେଶ କରିଛନ୍ତି । ସୋମବାର ତୃତୀୟ କ୍ବାର୍ଟରଫାଇନାଲ୍ରେ ହରିକେନ୍ସ ଦଳ ୪୮-୬ରେ ବାଙ୍ଗାଲୋର ରଗ୍ବି କ୍ଲବ୍କୁ ପରାସ୍ତ କରିଥିଲା । ସେହିପରି ଚତୁର୍ଥ କ୍ବାର୍ଟରଫାଇନାଲ୍ରେ ଫ୍ୟୁଚର୍ ହୋପ୍ ହାର୍ଲେକ୍ବିନ୍ସ ୨୬-୦ରେ ସର୍ଜାଣ୍ଟ ଇନ୍ଷ୍ଟିଚ୍ୟୁଟ୍ ରଗ୍ବି କ୍ଲବ୍କୁ ମାତ୍ ଦେଇଥିଲା । ନବମ ଓ ଦଶମ ସ୍ଥାନ ମୁକାବିଲାରେ ଦିଲ୍ଲୀ ଲାୟନ୍ସ ରଗ୍ବି କ୍ଲବ୍ ୨୦-୧୫ରେ ଓଡ଼ିଶା ରଗ୍ବି କ୍ଲବ୍କୁ ପରାସ୍ତ କରିଛି । ମଙ୍ଗଳବାର ମହିଳା ସେମିଫାଇନାଲ୍ରେ ଓଡ଼ିଶା ରଗ୍ବି କ୍ଲବ୍- ସିସିଆଣ୍ଡ୍ ଏଫ୍ସି (ଅପରାହ୍ଣ ୪ଟା) ଏବଂ ଦିଲ୍ଲୀ ହରିକେନ୍ସ-ଫ୍ୟୁଚର ହାର୍ଲେକ୍ବିନ୍ସ (ଅପରାହ୍ଣ ୫.୪୫) ମୁହାଁମୁହିଁ ହେବେ ।
ଏହା ବି ପଢ଼ନ୍ତୁ: ରୟାଲ ସଟଲର୍ସ ବ୍ୟାଡ୍ମିଣ୍ଟନ୍: ପ୍ରେମ୍-ସାଇ କନିଷ୍ଠ ବର୍ଗ ବିଜେତା
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/03/09/indian-rugby-championship-2026-03-09-21-36-34.jpg)