କନକ ବ୍ୟୁରୋ : ଗରିଆ ଡୁଡ଼ୁମା । ଜିଲ୍ଲାର ଅନନ୍ୟ ପର୍ଯ୍ୟଟନସ୍ଥଳୀ । ପ୍ରାକୃତିକ ସୌନ୍ଦର୍ଯ୍ୟରେ  ଭରପୂର ଏହି ସ୍ଥାନରେ ବର୍ଷ ତମାମ ଭିଡ଼ ଲାଗେ। ଏହାକୁ ଦୃଷ୍ଟିରେ ରଖି ନୂଆ ରୂପରେ ସାଜସଜ୍ଜା କରିଛି ପଞ୍ଚାୟତ। ଡଙ୍ଗା ଘର ସହ ଲୁହା ବ୍ରିଜ୍ ଏହାର  ସୌନ୍ଦର୍ଯ୍ୟକୁ  ଦ୍ବିଗୁଣିତ କରିଛି। ଥରେ ଆପଣ ବି ଆସନ୍ତୁ ଆଉ ବୁଲି ଯାଆନ୍ତୁ ଗାରିଆ ଡୁଡ଼ୁମା ।

Advertisment

ଅଧିକ ପଢ଼ନ୍ତୁ : ଅବହେଳିତ ଖୋର୍ଦ୍ଧାର ପର୍ଯ୍ୟଟନସ୍ଥଳୀ ବରୁଣେଇ: ଚାରିଆଡ଼େ କୁଢ଼କୁଢ଼ ଅଳିଆ, ପିଇବା ପାଣି ସମସ୍ୟା ଯୋଗୁଁ ମୁହଁ ଫେରାଇ ନେଉଛନ୍ତି ପର୍ଯ୍ୟଟକ

 ପ୍ରକୃତି ହସୁଛି। ଶାନ୍ତ ସୁନ୍ଦର ପରିବେଶ ସହ ଝରଣାର କୁଳୁକୁଳୁ ନାଦ ପର୍ଯ୍ୟଟକଙ୍କୁ  ନିଜ ଆଡ଼କୁ ଟାଣି ଆଣୁଛି। ସତେ ଯେମିତି ନିଜ ଅପୂର୍ବ ସୌନ୍ଦର୍ଯ୍ୟରେ ସମସ୍ତଙ୍କ ମନରେ ଆନନ୍ଦ ବୁଣିବାକୁ ଅନେଇ ରହିଛି। ପ୍ରକୃତିର ଏହି ଅପରୂପ ସୁନ୍ଦରୀ ମାଲାକନଗିରି ମାଥିଲିର ଗରିଆ ଡୁଡ଼ୁମା । ଏହାର ବଣ ପାହାଡ଼ ଘେରା ପରିବେଶକୁ ପକ୍ଷୀଙ୍କ କିଚିରି ମିଚିରି ଶଦ୍ଦ ଅବସାଦପୂର୍ଣ୍ଣ ଜୀବନରେ ଆନନ୍ଦ ଭରିଦିଏ। ପର୍ଯ୍ୟଟକଙ୍କ  ମନ କିଣିନିଏ ଗାରିଆ ଡୁଡ଼ୁମା।  

 ଗତ ୨ ବର୍ଷରେ ପରିବେଶ ବଦଳିଛି। ପାନୀୟ ଜଳ ବ୍ୟବସ୍ଥା, ଭୋଜି ପାଇଁ କୁଟୀର, ରାସ୍ତା, ପର୍ଯ୍ୟଟକଙ୍କୁ  ସଚେତନତା କରିବାକୁ ଯୁବକଙ୍କୁ ନିୟୋଜନ, ସୋଲାର୍‌ ଲାଇଟ୍‌ ବ୍ୟବସ୍ଥା କରିଛି ଉଦୁଲିବେଡ଼ା ପଞ୍ଚାୟତ। ସେହିପରି ଦେଶୀ ଡଙ୍ଗା ଘର ସହ ଲୁହା ବ୍ରିଜ୍‌ ମଧ୍ୟ କରାଯାଇଛି। ତେବେ ସ୍ଥାନଟିର ଆହୁରି ଉନ୍ନତୀକରଣ କରାଯିବା ନେଇ ପ୍ରତିଶ୍ରୁତି ଦେଇଛନ୍ତି ମାଥିଲି ବିଡିଓ । ଆଉ କେଇଟା ଦିନ ପରେ ଆସୁଛି ନୂଆବର୍ଷ। ଏହାକୁ ଦୃଷ୍ଟିରେ ରଖି ଗାରିଆ ଡୁଡ଼ୁମାକୁ ଆହୁରି ଆକର୍ଷଣୀୟ କରିବାକୁ ଉଦ୍ୟମ ଜାରି ରହିଛି।