କନକ ବ୍ୟୁରୋ: ଐତିହ୍ୟ ମାଟି ଖୋର୍ଦ୍ଧା ଗଡ଼ ର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ବରୁଣେଇ। ଇତିହାସ, ପୌରାଣିକ ଓ ସ୍ଵାଧୀନତା ସଂଗ୍ରାମ ଦୃଷ୍ଟି କୋଣରୁ ବିଶେଷ ଗୁରୁତ୍ୱ ବହନ କରେ । ଏହାର ବଣ ଜଙ୍ଗଲ ଭରା ଶାନ୍ତ ପରିବେଶ ପର୍ଯ୍ୟଟନଙ୍କୁ ଆକୃଷ୍ଟ କରୁଛି । ହେଲେ ପାରିପାର୍ଶ୍ୱିକ ସ୍ଥିତି ପର୍ଯ୍ୟଟକଙ୍କୁ ବ୍ୟଥିତ କରୁଛି। କୁଢ଼କୁଢ଼ ଅଳିଆ ଆବର୍ଜନା ପୂର୍ଣ୍ଣ ପରିବେଶରେ ବଣଭୋଜି କରିବାକୁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ପର୍ଯ୍ୟଟକ।
ସ୍ୱାଧୀନତା ସଂଗ୍ରାମ ହେଉ ଅବା ପୌରାଣିକ କଥାବସ୍ତୁ, ସବୁଦୃଷ୍ଟିରୁ ଗୁରୁତ୍ୱ ବହନ କରେ ଖୋର୍ଦ୍ଧାର ବରୁଣେଇ। ଏହାର ଶାନ୍ତ ପରିବେଶ ସବୁବେଳେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରେ। ଶୀତର ଆଗମନ ସାଙ୍ଗକୁ ବରୁଣେଇରେ ଜମିଛି ପର୍ଯ୍ୟଟକଙ୍କ ଭିଡ଼। ପାହାଡ଼ ଉପରେ ଥିବା ସୀତାକୁଣ୍ଡ, ଭୀମ ପାଦ ଦର୍ଶନ ସହ ମାଆ ବରୁଣେଇ କରୁଣେଇଙ୍କ ଦର୍ଶନ କରିଥାନ୍ତି ପର୍ଯ୍ୟଟକ। ଏତେସବୁ ପରେ ବୁରେଣଇର ଶାନ୍ତ ପରିବେଶରେ ବଣଭୋଜିର ଆନନ୍ଦ ଆଉ ଟିକେ ନିଆରା। ହେଲେ ଏହି ପର୍ଯ୍ୟଟନ ସ୍ଥଳର ପରିବେଶ ପର୍ଯ୍ୟଟକଙ୍କୁ ବ୍ୟଥିତ କରିଛି। ଚାରିଆଡ଼େ ପଡ଼ିଛି ପୁଳାପୁଳା ଅଳିଆ ଆବର୍ଜନା। ଅସ୍ୱାସ୍ଥ୍ୟକର ପରିବେଶ ସାଙ୍ଗକୁ ପାଣିର ଅଭାବ ପାଇଁ ଅସନ୍ତୁଷ୍ଟ ପର୍ଯ୍ୟଟକ।
ପିକନିକ ହେଉ ଅବା ବିବାହ ବ୍ରତ ପାଇଁ ଖୋର୍ଦ୍ଧ ପୌର ପ୍ରଶାସନ ଟଙ୍କା ନେଉଛି। କିନ୍ତୁ ଏହାକୁ ସଫାସୁତରା କରିବା କଥା ଯେମିତି ଭୁଲି ଯାଉଛି। ସବୁଠି କୁଢ଼କୁଢ଼ ପ୍ଲାଷ୍ଟିକ ଓ ବର୍ଯ୍ୟବସ୍ତୁ ଜମା ହୋଇ ରହୁଛି। ସମଗ୍ର ଅଞ୍ଚଳ ଦୁର୍ଗନ୍ଧମୟ ପରିବେଶ। ପର୍ଯ୍ୟଟକଙ୍କ ପାଇଁ ପାଣିର ବ୍ୟବସ୍ଥା ନାହିଁ। ଯଦିଓ ଟ୍ୟାଙ୍କର ସହ ଦୁଇ, ତିନୋଟି କୁଣ୍ଡ କରାଯାଇଛି। ତାକୁ ବି ସଫା କରାଯାଉନାହିଁ । ଚାରିପଟେ ଅଳିଆ ପଡ଼ିଥିବାରୁ ସେଠାରୁ ପାଣି ନେବାକୁ ଅମଙ୍ଗ ପର୍ଯ୍ୟଟକ।
ଖୋର୍ଦ୍ଧା ପୌର ପ୍ରଶାସନ ଅଧିନରେ ଥିବା ଏହି ପର୍ଯ୍ୟଟନ ସ୍ଥଳୀର ବିକାଶ ପାଇଁ ଅନେକ ଅର୍ଥ ବିନିଯୋଗ ହେଉଛି। କିନ୍ତୁ ପର୍ଯ୍ୟାପ୍ତ ଶୌଚାଳୟ ନଥିବାରୁ ଅସୁଵିଧାର ସମ୍ମୁଖିନ ହେଉଛନ୍ତି ମହିଳା ପର୍ଯ୍ୟଟକ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2024/12/02/cM65Scj67yBdlfYb8OPM.jpg)