ବାଟବଣା ଆବାସ ଯୋଜନା, ଏବେ ବି କଚ୍ଚା ଘରେ ରହୁଛନ୍ତି ୩୫ ଲକ୍ଷ ଲୋକ, ଖୋଲା ଆକାଶ ତଳେ ବିତୁଛି ୨ ଲକ୍ଷ ଲୋକଙ୍କ ଜୀବନ

Advertisment

ମୋହନ ସରକାର ଆସିବା ପରେ ରାଜ୍ୟର ପ୍ରାୟ ୧୩ଲକ୍ଷ ଯୋଗ୍ୟ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ  ବଂଟନ କରିଥିଲେ। ପ୍ରଥମ କିସ୍ତି ଟଙ୍କା ବି ଦିଆଯାଇଛି। କିନ୍ତୁ ନିର୍ମାଣ କାର୍ଯ୍ୟ ମନ୍ଥର ଗତିରେ ଚାଲିଛି। ଅନ୍ୟପଟେ ରାଜ୍ୟର ପ୍ରାୟ ୩୭ଲକ୍ଷ ପରିବାର ଏବେ ବି କଚ୍ଚା ଘରେ ରହୁଛନ୍ତି। ୨ଲକ୍ଷରୁ ଅଧିକ ପରିବାରର କୌଣସି ଘର ନାହିଁ। ସମସ୍ତେ ପକ୍କା ଘର ଖଣ୍ଡେ ପାଇବାକୁ ଚାହିଁ ରହିଛନ୍ତି। ଆଗକୁ ପଂଚାୟତ ନିର୍ବାଚନ ଆସୁଥିବାରୁ ସମସ୍ତଙ୍କୁ ଛାତ ଘର ଯୋଗାଇବା ରାଜ୍ୟ ସରକାରଙ୍କ ପାଇଁ ବଡ଼ ଆହ୍ବାନ। 

awas

କନକ ବ୍ୟୁରୋ : ସମସ୍ତଙ୍କ ମୁଣ୍ଡ ଉପରେ ପକ୍କା ଘର। କେହି ଯେମିତି ପକ୍କା ଘରରୁ ବାଦ ପଡିବେ ନାହିଁ। ପ୍ରାକୃତିକ ବିପର୍ଯ୍ୟୟ ଆସିଲେ ବି କିଛି କରିପାରିବ ନାହିଁ। ସେମିତି ଲକ୍ଷ୍ୟ ନେଇ ସରକାର ବିଭିନ୍ନ ଯୋଜନାରେ ଘର ଦେଉଛନ୍ତି । କିନ୍ତୁ ଆଜି ବି ଲକ୍ଷ ଲକ୍ଷ ପରିବାର ଅଛି, ଯେଉଁମାନଙ୍କ ପାଇଁ ଛାତ ଘର ସାତ ସପନ । ପଂଚାୟତ ନିର୍ବାଚନ ପୂର୍ବରୁ ସେମାନଙ୍କୁ ଘର ଯୋଗାଇବା ବଡ ଆହ୍ବାନ। 

ଭଂଗା ଦଦରା ଚାଳ ଛପର ଘର। କଳା ଜରି ପାଲ ଘେରା ଭଂଗା କୁଡିଆ। ବର୍ଷା ଦିନେ ଘରେ ପାଣି ପଶି କାନ୍ଥ ଭୁଶୁଡି ପଡିଛି। ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଭଙ୍ଗା କାନ୍ଥରେ ଚିରା ଲୁଗା ଓ ପାଲ ଘେରାଇ ବଂଚିବା ପାଇଁ ସଂଘର୍ଷ କରୁଛନ୍ତି।  ଏହା କୌଣସି ଉପାନ୍ତ ଅଂଚଳର ଦୃଶ୍ୟ ନୁହେଁ। ପ୍ରାଚୁର୍ଯ୍ୟ ଭରା ବିକଶିତ ଜିଲ୍ଲା ଯାଜପୁର କୋରେଇ ବ୍ଲକ ପଥରପଦା ପଂଚାୟତର ବେଙ୍ଗା ସାହି ବସ୍ତିର ବିକଳ ଚିତ୍ର। ବର୍ଷ ବର୍ଷ ଧରି ଏଠି ରହି ଆସୁଛନ୍ତି ୫୦ରୁ ଉର୍ଦ୍ଧ ଆଦିବାସୀ ପରିବାର। ଘର ଖଣ୍ଡିଏ ଯୋଗାଇ ଦେବାକୁ ପ୍ରଶାସନ ନିକଟରେ ବାରମ୍ବାର ନେହୁରା ହେବା ପରେ ବି କିଛି ସୁଫଳ ମିଳିନି। ସମସ୍ତେ ଭୂମିହୀନ ହୋଇଥିବାରୁ ଘର ପାଇବାରୁ ବଂଚିତ ହୋଇଛନ୍ତି। ଆଖିର ଲୁହକୁ ଓଠରେ ପିଉଛନ୍ତି। 

ଖବର ବାଜିଲା, ଚେତିଲା ପ୍ରଶାସନ ; ବୃଦ୍ଧାଙ୍କୁ ମିଳିଲା ପକ୍କା ଘର

ମୋହନ ସରକାର ଆସିବା ପରେ ରାଜ୍ୟର ପ୍ରାୟ ୧୩ଲକ୍ଷ ଯୋଗ୍ୟ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ  ବଂଟନ କରିଥିଲେ। ପ୍ରଥମ କିସ୍ତି ଟଙ୍କା ବି ଦିଆଯାଇଛି। କିନ୍ତୁ ନିର୍ମାଣ କାର୍ଯ୍ୟ ମନ୍ଥର ଗତିରେ ଚାଲିଛି। ଅନ୍ୟପଟେ ରାଜ୍ୟର ପ୍ରାୟ ୩୭ଲକ୍ଷ ପରିବାର ଏବେ ବି କଚ୍ଚା ଘରେ ରହୁଛନ୍ତି। ୨ଲକ୍ଷରୁ ଅଧିକ ପରିବାରର କୌଣସି ଘର ନାହିଁ। ସମସ୍ତେ ପକ୍କା ଘର ଖଣ୍ଡେ ପାଇବାକୁ ଚାହିଁ ରହିଛନ୍ତି। ଆଗକୁ ପଂଚାୟତ ନିର୍ବାଚନ ଆସୁଥିବାରୁ ସମସ୍ତଙ୍କୁ ଛାତ ଘର ଯୋଗାଇବା ରାଜ୍ୟ ସରକାରଙ୍କ ପାଇଁ ବଡ଼ ଆହ୍ବାନ । 

ଗରିବଙ୍କୁ ପକ୍କା ଘର ଯୋଗାଇ ଦେବାକୁ ବିଭିନ୍ନ ଯୋଜନାରେ ମିଳିଛି କାର୍ଯ୍ୟାଦେଶ; ଅଧପନ୍ତରିଆ ହୋଇ ପଡିଛି ଘର

 ରାଜ୍ୟର ଏତେ ସଂଖ୍ୟାରେ ଲୋକ କଚ୍ଚା ଘରେ ରହିବା କାରଣରୁ ପ୍ରାକୃତିକ ବିପର୍ଯ୍ୟୟ  ଆସିଲେ ଭୟ ବଢ଼ୁଛି। ସେମାନଙ୍କ ସୁରକ୍ଷା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe