ଗଞ୍ଜାମବାସୀଙ୍କୁ ଜଳ ଯନ୍ତ୍ରଣା; ପ୍ରକଳ୍ପ ସାରୁନି ଠିକା କମ୍ପାନି ! ଅଧପନ୍ତରିଆ ୨୨ ଶହ କୋଟିର ପ୍ରକଳ୍ପ

Advertisment

ପୂରା ଗଞ୍ଜାମ ଜିଲ୍ଲାର ଭାତ ହାଣ୍ଡିରୁ ଗୋଟିଏ ସାନଖେମୁଣ୍ଡି ବ୍ଲକ୍‌ର ପାଟ୍ଟପୁର । ବ୍ଲକ୍‌ ମୁଖ୍ୟାଳୟ, ତହସିଲ ଅଫିସ୍‌ ସବୁ ଅଛି ଏଇଠି । ହେଲେ ପିଇବା ପାଣିର ସୁବିଧା ନାହିଁ । ୧୬୪ କୋଟି ଟଙ୍କା ବ୍ୟୟରେ ମେଗା ପାନୀୟଜଳ ପ୍ରକଳ୍ପ ଚାଲିଛି, ଯେଉଁଥିରେ ୩୦ଟି ଗାଁକୁ ପାଣି ମିଳିବ । ଯାହାର କାମ ୨୦୨୫ ଜାନୁଆରି ୪ ତାରିଖ ସୁଦ୍ଧା ସରିବା କଥା, କିନ୍ତୁ ବର୍ଷ ଶେଷ ସୁଦ୍ଧା ମାତ୍ର ୩ଟି ଓଭରହେଡ୍‌ ପାଣି ଟାଙ୍କି ନିର୍ମାଣ ସରିଛି ।

ପୂରା ଗଞ୍ଜାମ ଜିଲ୍ଲାର ଭାତ ହାଣ୍ଡିରୁ ଗୋଟିଏ ସାନଖେମୁଣ୍ଡି ବ୍ଲକ୍‌ର ପାଟ୍ଟପୁର । ବ୍ଲକ୍‌ ମୁଖ୍ୟାଳୟ, ତହସିଲ ଅଫିସ୍‌ ସବୁ ଅଛି ଏଇଠି । ହେଲେ ପିଇବା ପାଣିର ସୁବିଧା ନାହିଁ । ୧୬୪ କୋଟି ଟଙ୍କା ବ୍ୟୟରେ ମେଗା ପାନୀୟଜଳ ପ୍ରକଳ୍ପ ଚାଲିଛି, ଯେଉଁଥିରେ ୩୦ଟି ଗାଁକୁ ପାଣି ମିଳିବ । ଯାହାର କାମ ୨୦୨୫ ଜାନୁଆରି ୪ ତାରିଖ ସୁଦ୍ଧା ସରିବା କଥା, କିନ୍ତୁ ବର୍ଷ ଶେଷ ସୁଦ୍ଧା ମାତ୍ର ୩ଟି ଓଭରହେଡ୍‌ ପାଣି ଟାଙ୍କି ନିର୍ମାଣ ସରିଛି ।

Drinking Water Project

Drinking Water Project Photograph: (Kanak News)

କନକ ବ୍ୟୁରୋ : ଲୋକଙ୍କୁ ସୁବିଧାରେ ପିଇବା ପାଣି ଯୋଗାଇ ଦେବାକୁ ଯୋଜନା ହେଲା । ହେଲେ ବର୍ଷ ବର୍ଷ ପରେ ବି ସରୁନି ପାନୀୟଜଳ ପ୍ରକଳ୍ପ । ଶହ ଶହ କୋଟି ଟଙ୍କାର ପ୍ରକଳ୍ପ କେବେ ସରିବ କେହି କହି ପାରୁନାହାନ୍ତି । ଯାହାକୁ ନେଇ ବଢ଼ୁଛି ଅସନ୍ତୋଷ ।

ପୂରା ଗଞ୍ଜାମ ଜିଲ୍ଲାର ଭାତ ହାଣ୍ଡିରୁ ଗୋଟିଏ ସାନଖେମୁଣ୍ଡି ବ୍ଲକ୍‌ର ପାଟ୍ଟପୁର । ବ୍ଲକ୍‌ ମୁଖ୍ୟାଳୟ, ତହସିଲ ଅଫିସ୍‌ ସବୁ ଅଛି ଏଇଠି । ହେଲେ ପିଇବା ପାଣିର ସୁବିଧା ନାହିଁ । ୧୬୪ କୋଟି ଟଙ୍କା ବ୍ୟୟରେ ମେଗା ପାନୀୟଜଳ ପ୍ରକଳ୍ପ ଚାଲିଛି, ଯେଉଁଥିରେ ୩୦ଟି ଗାଁକୁ ପାଣି ମିଳିବ । ଯାହାର କାମ ୨୦୨୫ ଜାନୁଆରି ୪ ତାରିଖ ସୁଦ୍ଧା ସରିବା କଥା, କିନ୍ତୁ ବର୍ଷ ଶେଷ ସୁଦ୍ଧା ମାତ୍ର ୩ଟି ଓଭରହେଡ୍‌ ପାଣି ଟାଙ୍କି ନିର୍ମାଣ ସରିଛି । ପାଟ୍ଟପୁରରେ ପ୍ରକଳ୍ପ ତ୍ୱରାନିତ ଅବସ୍ଥାରେ ଥିଲା ବେଳେ ସାହସପୁର, ସିଂହୀପୁର, କଂସାମାରି ଓ ଚଣାମେରିରେ କାମ ଆରମ୍ଭ ହେବାକୁ ନାହିଁ । ଫଳରେ ଲୋକେ ଏବେ ବି ପୋଖରୀ ପାଣି ଉପରେ ନିର୍ଭରଶୀଳ କରୁଛନ୍ତି । ଯେଉଁଠି ଧୂଆମଜା, ସେଇ ପାଣି ଘରକୁ ଗଲେ ରୋଷେଇବାସ ହେଉଥିବା କହିଛନ୍ତି ଲୋକେ ।

ଅଧିକ ପଢ଼ନ୍ତୁ : ମିଳୁଛି ତ ଶୁଦ୍ଧ ପାନୀୟଜଳ? ଘାରିଲାଣି ଝାଡ଼ାବାନ୍ତି ଆଶଙ୍କା

ପାତ୍ରପୁରର ୧୪, ଚିକିଟିର ୧୬ ଓ ଦିଗପହଣ୍ଡିର ୬ ପଞ୍ଚାୟତକୁ ବାଘଲଟି ଡ୍ୟାମ୍‌ରୁ ପାଣି ଯିବ । ସେହିପରି ଦିଗପହଣ୍ଡିର ୧୯, ସାନଖେମୁଣ୍ଡିର ୮ ପଞ୍ଚାୟତ ଘୋଡ଼ାହାଡ଼ ଡ୍ୟାମ୍‌ରୁ ପାଣି ପାଇବେ । ଘରୋଇ ସଂସ୍ଥା ନେଇଥିବା ଏ ପ୍ରକଳ୍ପ ଆଗକୁ ଯାଉନି । ୨୦୨୩ରେ ସରିବାକୁ ଥିବା ଏହି କାମ ୨୦୨୬ ଅଗଷ୍ଟକୁ କଣ୍ଟ ଯାଇଛି । ସେହପିରି ଏଲ୍‌ ଆଣ୍ଡ୍‌ଟି ନେଇଥିବା ଭଞ୍ଜନଗର ପ୍ରକଳ୍ପର ଅଧା ଟଙ୍କା ଖର୍ଚ୍ଚ ହୋଇନି । ୧୫୦୯ କୋଟିର ପ୍ରକଳ୍ପରେ ଖର୍ଚ୍ଚ ହୋଇଛି ମାତ୍ର ୪୯୪ କୋଟି ଟଙ୍କା । ତେଣୁ ଜୁଲାଇ ୨୦୨୫ରେ ସରିବାକୁ ଥିବା ଏହି ପ୍ରକଳ୍ପ ମାର୍ଚ୍ଚ ୨୦୨୭ ସୁଦ୍ଧା ସାରିବାକୁ ଲକ୍ଷ୍ୟ ରହିଛି ।

ଅଣଓଡ଼ିଆ ଠିକା କମ୍ପାନିମାନେ ଯେମିତି ଓଡ଼ିଆଙ୍କୁ ଶୋଷରେ ମାରିବାକୁ ଯୋଜନା କରୁଛନ୍ତି । ଖାସ୍‌ ସେଥିପାଇଁ ନିର୍ଦ୍ଧାରିତ ସମୟ ଭିତରେ କାମ ସାରିବାକୁ କାହାରି ତର ନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe