କ୍ରିକେଟ୍  ପାଇଁ ଚାଲିଛି ଗ୍ୟାମ୍ବଲିଂ; ଜାଲରେ ଫସିଯାଉଛନ୍ତି ଯୁବପିଢ଼ି

Advertisment

ଟ୍ବି-ଟ୍ବେଣ୍ଟି ବିଶ୍ବକପ୍‌ରେ ଟଙ୍କାବର୍ଷା । ବେଆଇନ ଭାବେ ଚାଲିଛି ଗ୍ୟାମ୍ୱଲିଂର ସିକ୍ରେଟ ସିଣ୍ଡିକେଟ୍   । ଜାଲରେ ପଡୁଛନ୍ତି ଯୁବ ପିଢ଼ି । ୬ ଜଣଙ୍କୁ ଧରି ନେଟୱର୍କର ଖୋଳତାଡ଼ ଚଳାଇଛି ରାଉରକେଲା ପୁଲିସ ।

ଟ୍ବି-ଟ୍ବେଣ୍ଟି ବିଶ୍ବକପ୍‌ରେ ଟଙ୍କାବର୍ଷା । ବେଆଇନ ଭାବେ ଚାଲିଛି ଗ୍ୟାମ୍ୱଲିଂର ସିକ୍ରେଟ ସିଣ୍ଡିକେଟ୍   । ଜାଲରେ ପଡୁଛନ୍ତି ଯୁବ ପିଢ଼ି । ୬ ଜଣଙ୍କୁ ଧରି ନେଟୱର୍କର ଖୋଳତାଡ଼ ଚଳାଇଛି ରାଉରକେଲା ପୁଲିସ ।

gambling

କନକ ବ୍ୟୁରୋ: କ୍ରିକେଟ୍ ମଇଦାନରେ ବଲ୍‌ ଘୂରୁଛି । ଷ୍ଟାଡିୟମ୍‌ରେ ଗୁଞ୍ଜରିତ ହେଉଛି ଦର୍ଶକଙ୍କ ଚିତ୍କାର   । କିନ୍ତୁ ଏହି ଉତ୍ସାହ ଭିତରେ ଚାଲୁଛି ଗୋଟିଏ ଭୟଙ୍କର ଖେଳ। ଟଙ୍କାର ଲୋଭରେ ଟି-ଟ୍ବେଣ୍ଟି ୱାର୍ଲ୍ଡକପ୍‌କୁ ଆଚ୍ଛାଦିତ କରିଛି ଜୁଆର ଅନ୍ଧକାର , ଉଡୁଛି ଟଙ୍କା । ଚାଲିଛି ଶହ ଶହ କୋଟିର ବେଟିଂ। କେଉଁଠୁ ଚାଲୁଛି ଏହି ରାକେଟ୍? କିଏ ଏହାର ମାଷ୍ଟରମାଇଣ୍ଡ? 

ଟି-୨୦ ୱାର୍ଲ୍ଡ କପ୍‌ରେ ବର୍ଷୁଛି ଟଙ୍କା!
ଚାଲିଛି ଗ୍ୟାମ୍ବଲିଂର ସିକ୍ରେଟ ସିଣ୍ଡିକେଟ!

ଏ ହେଉଛି ସେଇ ସିକ୍ରେଟ୍ ଦୁନିଆ। ଯେଉଁଠାରେ ବାଉଣ୍ଡାରିରେ ବଲ୍ ପଡ଼ିଲେ ଉଲ୍ଲାସ ନୁହେଁ, ବର୍ଷୁଛି ଶହ ଶହ କୋଟି କୋଟି ଟଙ୍କା। ନୋ-ବଲ୍‌, ଉଇକେଟ୍‌, ପାୱାର ପ୍ଲେ.. ପ୍ରତ୍ୟେକ ମୁହୂର୍ତ୍ତରେ ବଦଳୁଛି ରେଟ୍‌ । ବୁକିମାନେ ଚଳାଇଛନ୍ତି ସିକ୍ରେଟ ଆପ୍‌ ଓ କୋଡ୍‌ ୱାର୍ଡରେ। ପୁଲିସ୍‌ ନଜରକୁ ଏଡ଼ାଇ  ଚାଲୁଛି କୋଟି କୋଟି ଟଙ୍କାର ଟ୍ରାଞ୍ଜାକ୍ସନ୍‌। ଷ୍ଟିଲସିଟିରେ ଦୀର୍ଘ ଦିନରୁ ଚାଲି ଆସୁଥିବା ଏଭଳି ଏକ କ୍ରିକେଟ ବେଟିଂ ସିଣ୍ଡିକେଟ୍‌ର ପର୍ଦ୍ଦାଫାସ କରିଛି ପୁଲିସ। ଘରେ ରହି ଏହି ରାକେଟ ଚଳାଉଥିବା ରାଉରକେଲାର ୬ ଜଣଙ୍କୁ ପୁଲିସ ଗିରଫ କରିଥିବା ବେଳେ ସେମାନଙ୍କ ନିକଟରୁ ନଗଦ ୩୦ଲକ୍ଷରୁ ଅଧିକ ଟଙ୍କା ଜବତ କରିଛି।  

ଅଧିକ ପଢ଼ନ୍ତୁ : ଯିଏ ପାକ୍ ପାଇଁ ପଡ଼ିଆରେ ହିରୋ ସିଏ ହିଁ ନିଜ ପିଲାର ହତ୍ୟାକାରୀ ! ପୂର୍ବତନ ପତ୍ନୀ ଆଣିଲେ ସାଙ୍ଘାତିକ ଅଭିଯୋଗ...

କେମିତି ଚାଲିଥିଲା ଏହି ସିକ୍ରେଟ୍ ବେଟିଂ ସିଣ୍ଡିକେଟ୍‌? କେମିତି ଅପରେଟ ହେଉଥିଲା ପୂରା ନେଟୱର୍କ? ରାଉରକେଲା ବନ୍ଧମୁଣ୍ଡା ସେକ୍ଟର- ବି’ ର ରୋହିତ ଭଗତ ଓ ପଙ୍କଜ ଭଗତ, ବିଶ୍ରା ଡାହାର ଗଳିର ଜିତେନ୍ଦ୍ର ଅଗ୍ରୱାଲ ଓ ରୋହିତ ଖେମକା ଓ କଲୁଙ୍ଗାର ମୁକେଶ ସାହୁ। ସିଲଭର୍ ଏକ୍ସଚେଞ୍ଜ ନାମକ ଏକ ଆପ୍ ଜରିଆରେ ଚଳାଇଥିଲେ କାରବାର। ଯୁବକଙ୍କୁ ବେଟିଂ ପାଇଁ ପ୍ରବର୍ତ୍ତାଇବା ସହ ଟଙ୍କା କାରବାର ପାଇଁ ବ୍ୟବହାର କରୁଥିଲେ ମ୍ୟୁଲ ଆକାଉଣ୍ଟ। ଏ ପର୍ଯ୍ୟନ୍ତ ୮୬ଟି ମ୍ୟୁଲ ଆକାଉଣ୍ଟ ଠାବ ହୋଇଥିବା ବେଳେ ପୁଲିସ୍ କେବଳ ୧୭ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ନେଟୱର୍କ ଦିଲ୍ଲୀ, ମୁମ୍ବାଇ, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ ଭଲି ରାଜ୍ୟକୁ ଲମ୍ବିଛି। ଭଲ କମିସନ୍ ଆଶାରେ ଏହି ସିଣ୍ଡିକେଟରେ ଫସି ଯାଉଛନ୍ତି ଅନେକ ଯୁବକ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe