ଜି-୨୦ରେ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ୬ ପ୍ରସ୍ତାବ,  ମୋଦୀଙ୍କ ପ୍ରୟାସକୁ ବିଶ୍ବର ସମର୍ଥନ

ବିଭିନ୍ନ ରାଷ୍ଟ୍ରନେତାଙ୍କ ସହ ଦ୍ବିପାକ୍ଷିକ ଆଲୋଚନା । ମୋଦୀଙ୍କ ପ୍ରୟାସକୁ ବିଶ୍ବର ସମର୍ଥନ

PMModi

PMModi Photograph: (KanakNews)

କନକ ବ୍ୟୁରୋ: ଜି-୨୦ରେ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ୬ ପ୍ରସ୍ତାବ । ଦକ୍ଷିଣ ଆଫ୍ରିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୋହାନେସବର୍ଗରେ ଅନୁଷ୍ଠିତ ଜୀ-୨୦ ନେତାମାନଙ୍କ ଶିଖର ସମ୍ମିଳନୀରେ ବିଶ୍ୱ ବିକାଶ ପାଇଁ ଛଅଟି ନୂଆ ଉଦ୍ୟୋଗ ପ୍ରସ୍ତାବ ଦେଇଛନ୍ତି । ବିଶ୍ୱ ପାରମ୍ପରିକ ଜ୍ଞାନ ଭଣ୍ଡାର, ଆଫ୍ରିକା ଦକ୍ଷତା ଉଦ୍ୟୋଗ, ବିଶ୍ୱ ସ୍ୱାସ୍ଥ୍ୟ ଜରୁରୀକାଳୀନ ପ୍ରତିକ୍ରିୟା ଟିମ୍, ଡ୍ରଗ୍-ଆତଙ୍କବାଦ ସମ୍ପର୍କ ବିରୋଧୀ ଉଦ୍ୟୋଗ, ଖୋଲା ଉପଗ୍ରହ ଡାଟା ଭାଗିଦାରୀ, ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ପରିବର୍ତ୍ତନଶୀଳତା ଉଦ୍ୟୋଗ ପ୍ରତି ପ୍ରଧାନମନ୍ତ୍ରୀ ଗୁରୁତ୍ବ ଦେଇଛନ୍ତି । ଏହି ଉଦ୍ୟୋଗଗୁଡ଼ିକ ସର୍ବାଙ୍ଗୀନ ଅଭିବୃଦ୍ଧି ହାସଲ କରିବାରେ ସାହାଯ୍ୟ କରିବ ବୋଲି ସେ କହିଛନ୍ତି। ଦକ୍ଷିଣ ଆଫ୍ରିକାରେ ତିନି ଦିନିଆ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଆଫ୍ରିକାର ବିକାଶ ବିଶ୍ୱ ଅଗ୍ରଗତି ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଭାରତ ସର୍ବଦା ଏହି ମହାଦେଶ ସହ ଐକ୍ୟବଦ୍ଧ ହୋଇ ଠିଆ ହୋଇଛି । 

ଅଧିକ ପଢନ୍ତୁ : ଜି- ୨୦ ସମ୍ମିଳନୀରେ ମୋଦୀ; ଅଷ୍ଟ୍ରେଲିଆ ପ୍ରତିପକ୍ଷଙ୍କ ସହ ସାକ୍ଷାତ

ଆଫ୍ରିକା ଦକ୍ଷତା ବିକାଶ ଉଦ୍ୟୋଗ ଅଧୀନରେ ଆଗାମୀ ଦଶନ୍ଧି ମଧ୍ୟରେ ଆଫ୍ରିକାରେ ୧୦ ଲକ୍ଷ ପ୍ରଶିକ୍ଷକ ତିଆରି କରିବାକୁ ଏକ  ମଡେଲ୍ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।ସମ୍ମିଳନୀରେ  ଉଦବୋଧନ ଦେଇ ମୋଦୀ ବିଶ୍ୱ ବିକାଶ ପାଇଁ ଗଭୀର ପୁନର୍ବିଚାର ନିମନ୍ତେ ଆହ୍ୱାନ ଦେଇଛନ୍ତି ।  ଜି ୨୦ ବିଶ୍ୱ ଅର୍ଥନୀତି ଏବଂ ଅଭିବୃଦ୍ଧିକୁ ନୂଆ ଆକାର ଦେଇଛି । ଏହାକୁ ଆଗକୁ ନେବା ପାଇଁ ମୋଦୀ ଆହ୍ବାନ ଦେଇଥିଲେ । ସ୍ବାସ୍ଥ୍ୟସେବାର ବିକାଶ ଉପରେ ଗୁରୁତ୍ବ ଦେଇଛନ୍ତି ମୋଦୀ । ସମ୍ମିଳନୀ ଅବସରରେ ମୋଦୀଙ୍କ ସହ ଇଟାଲି ପ୍ରଧାନମନ୍ତ୍ରୀ ମେଲୋନିଙ୍କ ସାକ୍ଷାତ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ଉଭୟ ହସହସ ମୁହଁରେ ହାତ ମିଶାଇବା ସହ ପରସ୍ପରକୁ ଶୁଭେଚ୍ଛା ଜଣାଇଥିଲେ । 

ଜି- ୨୦ରେ ମୋଦୀଙ୍କ ୬ ପ୍ରସ୍ତାବ
ବିଶ୍ୱ ପାରମ୍ପରିକ ଜ୍ଞାନ ଭଣ୍ଡାର 
ଆଫ୍ରିକା ଦକ୍ଷତା ଉଦ୍ୟୋଗ ବିକାଶ
ବିଶ୍ୱ ସ୍ୱାସ୍ଥ୍ୟ ଜରୁରୀକାଳୀନ ବିଶେଷଜ୍ଞ ଟିମ୍ 
ଡ୍ରଗ୍-ଆତଙ୍କବାଦ ବିରୋଧୀ ଉଦ୍ୟୋଗ  
ଖୋଲା ଉପଗ୍ରହ ଡାଟା ଭାଗିଦାରୀ  
ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ପରିବର୍ତ୍ତନଶୀଳତା ଉଦ୍ୟୋଗ
ସମ୍ମିଳନୀରେ ବିଶ୍ବନେତାଙ୍କ ସହ ମୋଦୀଙ୍କ ସାକ୍ଷାତ 
ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆଣ୍ଟୋନି ଆଲବାନିଜଙ୍କ ସହ ସାକ୍ଷାତ
ପ୍ରତିରକ୍ଷା ଓ ବାଣିଜ୍ୟ ଆଦି କ୍ଷେତ୍ରରେ ସହଯୋଗ ବୃଦ୍ଧି ନେଇ ଆଲୋଚନା 
ସରକାରୀ ଭାବେ ମୋଦୀଙ୍କ ଚତୁର୍ଥ ଦକ୍ଷିଣ ଆଫ୍ରିକା ଗସ୍ତ 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe