କନକ ବ୍ୟୁରୋ : ଭାରତର ପ୍ରଥମ ହାଇପରସୋନିକ୍ କ୍ଷେପଣାସ୍ତ୍ର ୭୭ତମ ଗଣତନ୍ତ୍ର ଦିବସର ପ୍ୟାରେଡରେ ଦେଖାଦେଇଛି । DRDO ଲମ୍ବା ଏବଂ ଦୂରଗାମୀ ଜାହାଜ ଆଣ୍ଟି-ସିପ ହାଇପରସୋନିକ୍ ଗ୍ଲାଇଡ ମିସାଇଲ (LRAShM)ପ୍ରଥମଥର ପାଇଁ ଗଣତନ୍ତ୍ର ଦିବସ ପ୍ୟାରେଡରେ ବିସ୍ତାର କରିଛି । ଏହା ଭାରତର ଭବିଷ୍ୟତର ବ୍ରହ୍ମାସ୍ତ୍ର, ଏହାର ପରିସର ୧୫୦୦କିଲୋମିଟର । ଯାହା ଶତ୍ରୁର ରଡାର ଧରିପାରିବ ନାହିଁ । ଭାରତୀୟ ନୌସେନା ପାଇଁ ଡିଜାଇନ୍ କରାଯାଇଥିବା ଏହି କ୍ଷେପଣାସ୍ତ୍ର ଭାରତ ମହାସାଗରରେ ସାମୁଦ୍ରିକ ଆକ୍ରମଣ କ୍ଷମତାକୁ ବୃଦ୍ଧି କରିବ। ଭବିଷ୍ୟତରେ, ଏହି ପରିସର ୩୦୦୦-୩୫୦୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିବ ।
ଦେଶର ୭୭ତମ ଗଣତନ୍ତ୍ର ଦିବସରେ ଭାରତ ନିଜର ହାଇପରସୋନିକ୍ ମିସାଇଲ ପାୱାର ପ୍ୟାରେଡରେ ଦେଖାଇଛି । DRDO ପକ୍ଷରୁ ଏହା ଭାରତୀୟ ନୌସେନା ପାଇଁ ପ୍ରସ୍ତୁତ କରାଯାଇଛି । ଭାରତ ମହାସାଗର ସମୁଦ୍ରିକ କ୍ଷେତ୍ରକୁ ଏହା ମଜବୁତ କରିବ । ଏହି ହାଇପରସୋନିକ୍ କ୍ଷେପଣାସ୍ତ୍ରକୁ ଶତ୍ରୁ ଦେଶର ରଡାର ଚିହ୍ନଟ କରିପାରିବ ନାହିଁ ।
ହାଇପରସୋନିକ୍ ମିସାଇଲର ଗୁରୁତ୍ୱ କଣ ?
.ରେଞ୍ଜ :୧୫୦୦କିଲୋମିଟର
.ସ୍ପୀଡ , ମାକ୍ ୮-୧୦ ଶତ୍ରୁଦେଶର ଜାହାଜକୁ ୧୫ ମିନଟରୁ କମ ସମୟ ଭିତରେ ନଷ୍ଟ କରିଦେବ । ପ୍ରକାର , ହାଇପରସୋନିକ୍ ଗ୍ଲାଇଡ୍ ଯାନ ଏକ ରକେଟ୍ରେ ଉତକ୍ଷେପଣ କରାଯାଏ, ତାପରେ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ ଏକ ଅନିୟମିତ ପଥ ଦେଇ .ଗ୍ଲାଇଡ୍ ହୁଏ, ଯାହାକୁ ଅଟକାଇବା ବହୁତ କଷ୍ଟ ।
ପେଲୋଡ୍: ବିଭିନ୍ନ ପ୍ରକାରର ଯୁଦ୍ଧାସ୍ତ୍ର ବହନ କରିପାରେ। ଶତ୍ରୁ ଯୁଦ୍ଧଜାହାଜ ଏବଂ ବିମାନ ବାହକମାନଙ୍କୁ ଧ୍ୱଂସ କରିବାକୁ ସକ୍ଷମ।
.ଉଦ୍ଦେଶ୍ୟ- ମୁଖ୍ୟ ରୂପରେ ଭାରତାୟ ନୌସେନା ଇଁ ଜାହାଜ-ବିରୋଧୀ ଭୂମିକାରେ, କିନ୍ତୁ ଭବିଷ୍ୟତରେ ଏକ ସ୍ଥଳ-ଆକ୍ରମଣ ସଂସ୍କରଣ ମଧ୍ୟ ସମ୍ଭବ।
ଆହୁରି ପଢନ୍ତୁ ; ଆମର ସମ୍ପର୍କ ଆହୁରି ନିବିଡ଼ ହେବ : ଭାରତକୁ ଗଣତନ୍ତ୍ର ଦିବସରେ ଅଭିନନ୍ଦନ ଜଣାଇଲେ ମାର୍କୋ ରୁବିଓ
ଏହି ମିସାଇଲର ବିଶେଷ୍ୟତ ହେଉଛି ଶତ୍ରୁ ଦେଶର ରଡାରଠାରୁ ବଞ୍ଚି ଦ୍ରୁତ ଗତିରେ ଆକ୍ରମଣ କରେ । ଏହାର ହାଇପରସୋନିକ୍ ଗତି ଶତ୍ରୁକୁ ପ୍ରତିକ୍ରିୟା ଦେବା ପାଇଁ ବହୁତ କମ୍ ସମୟ ଦିଏ। ଏହା ଭାରତକୁ ଭାରତ ମହାସାଗରରେ ଏକ ଦୃଢ଼ ସ୍ଥିତି ଦେବ, ବିଶେଷକରି ଚୀନର ବଢୁଥିବା ନୌସେନା ବିରୁଦ୍ଧରେ ଭବିଷ୍ୟତରେ ଏହାରପରିସର ୩୦୦୦-୩୫୦୦ କିଲୋମିଟର ବଢାଯିବ । DRDO ବୈଜ୍ଞାନିକଙ୍କ କହିବା ଅନୁସାରେ ଏହା ଭାରତର ଭବିଷ୍ୟତ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/01/26/screenshot-2026-01-22-141324-2026-01-26-12-46-09.jpg)