ଆଜିଠୁ ପଂଚକ ବ୍ରତ,  ଲକ୍ଷ୍ମୀ ନାରାୟଣ ବେଶରେ ଦର୍ଶନ ଦେବେ ମହାପ୍ରଭୁ

Advertisment

ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ । ସୁରୁଖୁରୁରେ ସାରିବା ଶ୍ରୀମନ୍ଦିର ପ୍ରଶାସନ ପାଇଁ ବଡ ଚ୍ୟାଲେଞ୍ଜ

ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ । ସୁରୁଖୁରୁରେ ସାରିବା ଶ୍ରୀମନ୍ଦିର ପ୍ରଶାସନ ପାଇଁ ବଡ ଚ୍ୟାଲେଞ୍ଜ

panchak brata

panchak brata Photograph: (KanakNews)

କନକ ବ୍ୟୁରୋ:  ଆଜିଠାରୁ ମହାକାର୍ତ୍ତିକ ପଞ୍ଚୁକ । ସାରା ମାସ ବ୍ରତରେ ଯେତିକି ପୁଣ୍ୟ ହୋଇନଥାଏ, ୫ ଦିନ ବ୍ରତ ପାଳନରେ ତା’ଠାରୁ ଅଧିକ ପୁଣ୍ୟ ହୁଏ ବୋଲି ବିଶ୍ବାସ ରହିଛି । ଏଥର ପଞ୍ଚୁକ ୫ ଦିନ ପରିବର୍ତ୍ତେ ଚାରିଦିନ ପଡ଼ୁଛି । କାର୍ତ୍ତିକ ଶୁକ୍ଳ ଦ୍ଵାଦଶୀ କ୍ଷୟ ହେଉଥିବାରୁ ଚାରିଦିନ ବେଶ ଅନୁଷ୍ଠିତ ହେବା ପଞ୍ଚକରେ ସମସ୍ତ ବେଶ ଦର୍ଶନ କଲେ ସମସ୍ତ ପାପ କ୍ଷୟ ହୁଏ ବୋଲି ବିଶ୍ବାସ ରହିଛି । ତେଣୁ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଭକ୍ତଙ୍କ ବିପୁଳ ସମାଗମ ହେବା ଏହାକୁ ଦୃଷ୍ଟିରେ ରଖି ଅନୁରୂପ ଦର୍ଶନ ବ୍ୟବସ୍ଥା କରାଯାଇଛି । ରବିବାର ପ୍ରଥମ ଦିନରେ ଲକ୍ଷ୍ମୀ ନାରାୟଣ ବେଶ, ସୋମବାର ଡାଳିକିଆ ବା ତ୍ରିବିକ୍ରମ ବେଶ, ମଙ୍ଗଳବାର ଚତୁର୍ଦ୍ଦଶୀରେ ଲକ୍ଷ୍ମୀ ପାଇପାରିବେ ।

ଆସନ୍ତାକାଲିଠୁ ପଞ୍ଚୁକ ବ୍ରତ, ଏଥର ୫ ନୁହେଁ ୪ ଦିନ

ସିଂହଦ୍ଵାରରେ ପ୍ରବେଶ କରି ଅନ୍ୟ ୩ ଦ୍ବାରରେ ଭକ୍ତମାନେ ପ୍ରସ୍ଥାନ କରିବେ । ସେବକମାନେ ସବୁଦ୍ଵାରରେ ପ୍ରବେଶ ଓ ପ୍ରସ୍ଥାନ କରିପାରିବେ। ମାତ୍ର କୌଣସି ଯାତ୍ରୀ ପଣ୍ଡା ଯାତ୍ରୀ ନେଇ ପ୍ରବେଶ କରିପାରିବେ ନାହିଁ । ଅର୍ଥାତ ଯାତ୍ରୀ ପରିଚର୍ଯ୍ୟା ଉପରେ ରୋକ ଲଗାଯାଇଛି । ସେବାୟତମାନଙ୍କ ସହ ଆଲୋଚନା ପରେ ଏହି ପଦକ୍ଷେପ ନିଆଯାଇଛି । କେବଳ ବାହାରକାଠରୁ ଦର୍ଶନ ଯାତ୍ରୀ ନେଇ ଯାଇପାରିବେନି ଯାତ୍ରୀ ପଣ୍ଡା ନୃସିଂହ ବେଶ ଏବଂ କାର୍ଷିକ ପୂର୍ଣ୍ଣିମାରେ ରାଜାଧିରାଜ ଓ ସୁନାବେଶ ଅନୁଷ୍ଠିତ ହେବ ।

ପଞ୍ଚୁକ ପାଇଁ ପ୍ରସ୍ତୁତି । ୧୨ ତାରିଖରୁ ପଞ୍ଚୁକ ବ୍ରତ ପାଳିବେ ବ୍ରତଧାରୀ  । ଏଥର ୫ ଦିନ ବଦଳରେ ୪ ଦିନ ବ୍ରତ

ରବିବାର ଛୁଟିଦିନ ଥିବାରୁ ମହାପ୍ରଭୁଙ୍କ ଲକ୍ଷ୍ମୀ ନାରାୟଣ ବେଶ ଦର୍ଶନ ପାଇଁ ଭକ୍ତଙ୍କ ବିପୁଳ ସମାଗମ ହେବ। ଭିଡ଼କୁ ଦୃଷ୍ଟିରେ ରଖି ତିନି ଦ୍ବାରରେ ମେଗା ଫୋନ ସହ ସିଂହଦ୍ବାରରେ ଡାକବାଜି ଯନ୍ତ୍ର ବ୍ୟବସ୍ଥା ରହିବ ଶ୍ରୀମନ୍ଦିର ଭିତର ବେଢ଼ାରେ ସ୍ବାସ୍ଥ୍ୟକେନ୍ଦ୍ର ଖୋଲା ରହିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe