କନକ ବ୍ୟୁରୋ: ପୂର୍ବ ସରକାର ସମୟରେ ଆରମ୍ଭ ହୋଇଥିବା ପ୍ରକଳ୍ପ ଏବେ ଅଧପନ୍ତରିଆ ହୋଇ ପଡିଛି । କାମ ଏତେ ମନ୍ଥର ଗତିରେ ଚାଲିଛି ଯେ କେବେ ସରିବ ତା କହିବା ମୁସ୍କିଲ ହୋଇପଡିଛି । ମନ୍ଦିରରୁ ମେଡିକାଲ ସବୁଠି ଅଧପନ୍ତରିଆ ରୂପାନ୍ତରଣ କାର୍ଯ୍ୟ । ତିନି ପୀଠର ନବକଳେବର ପାଇଁ ପୂର୍ବ ସରକାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। କଟକ ଚଣ୍ଡୀ ମନ୍ଦିର ପାଇଁ ୭୦ କୋଟି । ଗଞ୍ଜାମର ଆରାଧ୍ୟ ଦେବୀ ବୁଢ଼ୀ ଠାକୁରାଣୀ ପୀଠ ପାଇଁ ୧୯ କୋଟି । ଏକାମ୍ର ପ୍ରକଳ୍ପ ପାଇଁ ୭୦୦ କୋଟି ଟଙ୍କା ର ବ୍ୟୟବରାଦରେ ନିର୍ମାଣ ଆରମ୍ଭ ହୋଇଥିଲା । କିନ୍ତୁ ସେବେଠୁ ମନ୍ଦିର ନିର୍ମାଣ ଚାଲିଛି ଯେ ଏଯାଏଁ ସରୁନି । ସମୟ ପରେ ସମୟ ଗଡ଼ାଇ ଚାଲିଛନ୍ତି ସରକାର ।
ଅଧିକ ପଢନ୍ତୁ: ଏସ୍ଆଇ କେଳେଙ୍କାରୀ ମାମଲା : ସିବିଆଇ ପଞ୍ଝାରେ ୪୨୦ ନୀତିଶ ବିହାରୀ
କଟକ ବଡ ମେଡିକାଲକୁ ଏମ୍ସ ପ୍ଲସ କରିବା ପାଇଁ ବଡ ଯୋଜନା କରିଥିଲେ ନବୀନ ସରକାର । ଲକ୍ଷ୍ୟ ଥିଲା ଗୋଟିଏ କ୍ୟାମ୍ପସରେ ଲୋକଙ୍କୁ ଯେମିତି ସବୁ ପ୍ରକାରର ଚିକିତ୍ସା ସୁବିଧା । ୨୦୨୧ରେ ପାଖାପାଖି ୫ହଜାର କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ଆରମ୍ଭ ହୋଇଥିଲା । ୫ବର୍ଷ ହେଲା ଚାଲିଛି କୋଠା ନିର୍ମାଣ । ବିଜେପି ସରକାର ଜାଣିଶୁଣି ପ୍ରକଳ୍ପ କାର୍ଯ୍ୟ କରୁନଥିବା ଅଭିଯୋଗ କରିଛି ବିଜେଡି। ବିଜେପି କହିଛି କାମ ଚାଲିଛି, ଖୁବଶୀଘ୍ର କାମ ସରିବ । ଏନେଇ ବିଧାନସଭାରେ ପୂର୍ତ୍ତମନ୍ତ୍ରୀ କଣ କହିଥିଲେ ଆସନ୍ତୁ ଶୁଣିବା । କୋଟି କୋଟି ଟଙ୍କା ବ୍ୟୟରେ ଆରମ୍ଭ ହୋଇଥିବା ଏହି ସବୁ ପ୍ରକଳ୍ପ କାର୍ଯ୍ୟ ମନ୍ଥର ଗତିରେ ଚାଲିବା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେବେ କେବେ ସରିବ ନିର୍ମାଣ କାର୍ଯ୍ୟ ତା ଉପରେ ନଜର ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/12/12/temple-work-2025-12-12-20-18-58.jpg)