କନକ ବ୍ୟୁରୋ : ଆଜିର ଦୁନିଆରେ ସରକାରୀ ଚାକିରିଟିଏ ମିଳିବା ଭାରି କଷ୍ଟକର ବ୍ୟାପାର । କମ୍ପାନୀ ଚାକିରୀଟିଏ ମିଳିଲେ ପରିବାର ଛାଡି ବାହାର ରାଜ୍ୟକୁ ଯିବାକୁ ପଡୁଛି । ଆଉ ଯାହା ଦରମା ମିଳୁଛି ସେଥିରେ ପରିବାର ଚଳାଇବା ସମ୍ଭବ ନହେଁ । ବତ୍ତମାନ ସମୟରେ ଯୁବକ ମାନେ ଆଉ ଚାକିରି ପଛରେ ନପଡ଼ି ନିଜେ ଆତ୍ମନିର୍ଭରଶିଳ ହେବାପାଇଁ ଚେଷ୍ଟା କରୁଛନ୍ତି । ସେମିତି ଜଣେ ସଫଳ ଚାଷୀ ହେଉଛନ୍ତି କାକଟପୁର ବ୍ଲକର ପ୍ରଶାନ୍ତ କୁମାର ଦାଶ । 

Advertisment

ଅଧିକ ପଢ଼ନ୍ତୁ : ସଫଳ ଚାଷୀ ରଞ୍ଜନ, କଡ଼କନାଥ କୁକୁଡ଼ା ଚାଷ କରି ଆତ୍ମନିର୍ଭର

ପୂର୍ବରୁ ଯେଉଁ ଜମିରେ କେବଳ ଧାନ ଚାଷ ହେଉଥିଲା । ଏବେ ସହି ଜମିରେ ଧାନ, ମୁଗ, ବିରି, ପନିପରିବା ଓ ଫଳ ଚାଷ ହେଉଛି । କୁକୁଡ଼ା ଓ ମାଛ ଚାଷ ମଧ୍ୟ କରାଯାଇଛି । ୩ ଜଣ କର୍ମଚାରୀଙ୍କୁ ୧୫ ହଜାର ଟଙ୍କା ଲେଖାଏଁ ଦରମା ଦେଇ ସବୁ ଖର୍ଚ୍ଚ ଯାଇ ସେ ୮୦ରୁ ୯୦ ହଜାର ଟଙ୍କା ରୋଜଗାର କରୁଛନ୍ତି କାକଟପୁର ବ୍ଲକ କାହାଳ ଗାଁ ଚାଷୀ ପ୍ରଶାନ୍ତ କୁମାର ଦାଶ । ପ୍ରଶାନ୍ତ ପ୍ରଥମେ ଏକ ଟେଲିକମ ସଂସ୍ଥାରେ ଚାକିରି କରି ମାସକୁ ମାତ୍ର ୧୫ ହଜାର ଟଙ୍କା ରୋଜଗାର କରୁଥିଲେ । ସେଥିରେ ପରିବାର ଚଳାଇବା କଷ୍ଟକର ହେଉଥିଲା । ଶେଷରେ ଚାକିରି ଛାଡି ନିଜର ଥିବା ୭ ଏକର ଜମିରେ ଜୈବିକ ପ୍ରଣାଳିରେ ସମନ୍ବୀତ ଚାଷ କଲେ । ଏବେ ସେଥିରୁ ତାଙ୍କୁ ଭଲ ରୋଜଗାର ମିଳୁଛି । ଏହି ଚାଷରୁ ସେ ତାଙ୍କର ପରିବାର ଚଳାଇବା ସହ ପୁଅକୁ ଡାକ୍ତରୀ ପାଠ ପଢ଼ାଉଛନ୍ତି । 

ଅଧିକ ପଢ଼ନ୍ତୁ : ଆଦିବାସୀ ଅଧ୍ୟୁଷିତ ମୁନିଗୁଡାର ସଫଳ ଚାଷୀ ସତୀଶ ରାଜୁ । ଅମୃତଭଣ୍ଡା ଚାଷରୁ ବର୍ଷକୁ ରୋଜଗାର ୫ ଲକ୍ଷ, ଅନ୍ୟମାନଙ୍କୁ ଦେଇଛନ୍ତି କର୍ମନିଯୁକ୍ତି

ଅଣ୍ଡାଦିଆ କୁକୁଡ଼ା ଚାଷରୁ ସେ ବେଶି ଲାଭବାନ ହେଉଥିବା କହିଛନ୍ତି । ଉତ୍ପାଦିତ ହେଉଥିବା ଅଣ୍ଡା ଅସ୍ତରଙ୍ଗ ଓ କାକଟପୁର ଅଞ୍ଚଳରେ ବିକ୍ରି କରୁଛନ୍ତି । କୁକୁଡ଼ା ସହ କୋଳଥ, ଆମ୍ବ, ପଣସ ଓ ଅମୃତଭଣ୍ଡା ଚାଷ କରିଛନ୍ତି । ଅନ୍ୟ ଚାଷୀ ମାନେ ମଧ୍ୟ ପ୍ରଶାନ୍ତ ଚାଷରେ ଆକୃଷ୍ଟ ହେଉଛନ୍ତି । କୃଷି ବିଭାଗରେ ପାଠ ପଢ଼ୁଥିବା ଅନେକ ଛାତ୍ର ତାଙ୍କ ଫାର୍ମ ହାଉସକୁ ଆସି ଚାଷ କରିବାର ପ୍ରଣାଳି ବୁଝୁଛନ୍ତି । ପୂର୍ବରୁ ହେଉଥିବା ଚାଷ ଅପେକ୍ଷା ଏବେ ଚାଷ କରିବାର ତରିକା ବଦଳିଛି । ଚାଷ ଏବେ ବ୍ୟବସାୟରେ ପରିଣତ ହେଲାଣି । ତେଣୁ ଜଣେ ଚାକିରି ଅପେକ୍ଷା ଚାଷ କରି ଭଲ ରୋଜଗାର କରିପାରିବ ବୋଲି କୁହନ୍ତି ଚାଷୀ ପ୍ରଶାନ୍ତ ଦାଶ ।