କନକ ବ୍ୟୁରୋ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୬ର ପ୍ରସ୍ତୁତିରେ ସମସ୍ତ ଦଳ ଲାଗିପଡିଛନ୍ତି । ଡିସେମ୍ବର ୧୬ରେ ୟୁଏଇର ଆବୁଧାବିରେ ଖେଳାଳିମାନଙ୍କ ନିଲାମ ଅନୁଷ୍ଠିତ ହେବ । ନିଲାମ ସମୟ ଅପରାହ୍ନ ୨ଟା ୩୦ ରଖାଯାଇଛି । ଖେଳାଳି ନିଲାମ ତାଲିକାକୁ ଚୂଡ଼ାନ୍ତ ରୂପ ଦିଆଯାଇ ସାରିଛି । ମୋଟ ୩୫୦ ଖେଳାଳି ଏହି ମିନି ନିଲାମରେ ଭାଗ ନେବେ। ମୋଟ ଉପରେ ଏଥର ୧୩୯୦ କ୍ରିକେଟର ପଞ୍ଜୀକରଣ କରିଥିଲେ, ସେମାନଙ୍କ ମଧ୍ୟରୁ ୩୫୦ ଜଣଙ୍କୁ ସର୍ଟଲିଷ୍ଟ କରାଯାଇଛି । ବର୍ତ୍ତମାନ ଦେଖିବାକୁ ବାକି ରହିଲା ଯେ କେଉଁ ଖେଳାଳିଙ୍କ ଉପରେ କେତେ ଟଙ୍କା ବର୍ଷା ହେଉଛି । କିନ୍ତୁ ଏହି ନିଲାମ ପୂର୍ବରୁ ଆପଣଙ୍କ ପାଇଁ ଏହା ଜାଣିବା ଜରୁରୀ ଯେ ବର୍ତ୍ତମାନ ପର୍ଯ୍ୟନ୍ତ ଆଇପିଏଲର ସବୁଠାରୁ ଦାମୀ ଖେଳାଳି କିଏ ରହିଛନ୍ତି ।
ଆଇପିଏଲ୍ ସର୍ବଦା କ୍ରିକେଟ୍ ଦୁନିଆରେ ଗ୍ଲାମର, ରୋମାଞ୍ଚ ଏବଂ ବଡ଼ ନିଲାମ ପାଇଁ ଜଣାଶୁଣା । ପ୍ରତିବର୍ଷ ହେଉଥିବା ନିଲାମରେ ଫ୍ରାଞ୍ଚାଇଜମାନେ ସେହି ଖେଳାଳିମାନଙ୍କ ଉପରେ ବାଜି ଲଗାନ୍ତି, ଯେଉଁମାନଙ୍କ ପାଖରେ ସେମାନଙ୍କୁ ମ୍ୟାଚ୍ ଜିତାଇବାର କ୍ଷମତା ଦେଖାଯାଏ । ୨୦୦୮ରୁ ୨୦୨୫ ପର୍ଯ୍ୟନ୍ତ ପରିସଂଖ୍ୟାନ ଉପରେ ନଜର ପକାଇଲେ ଏହା ସ୍ପଷ୍ଟ ଦେଖାଯାଏ ଯେ ସମୟ ସହିତ ଖେଳାଳିଙ୍କ ମୂଲ୍ୟ କେବଳ ବୃଦ୍ଧି ପାଇନାହିଁ, ବରଂ ପ୍ରତିବର୍ଷ ଏକ ନୂଆ ରେକର୍ଡ ମଧ୍ୟ ସୃଷ୍ଟି ହୋଇଛି ।
ଆହୁରି ପଢ଼ନ୍ତୁ... ଯାତ୍ରା ହିରୋଇନ୍ ସୋନାଲିଙ୍କ ସାଙ୍ଘାତିକ ଅଭିଯୋଗ, ସୋନାଲିଙ୍କ ଅଭିଯୋଗ ପରେ ସ୍ୱାମୀଙ୍କୁ ଉଠାଇନେଲା ପୁଲିସ
ଏହି ଯାତ୍ରାର ଆରମ୍ଭ ୨୦୦୮ରେ ପୂର୍ବତନ ଭାରତୀୟ ଖେଳାଳି ଏମଏସ ଧୋନୀଙ୍କଠାରୁ ହୋଇଥିଲା, ଯାହାଙ୍କୁ ୧.୫ ମିଲିୟନ ଡଲାର ଅର୍ଥାତ 6 କୋଟି ଟଙ୍କାରେ କିଣା ଯାଇଥିଲା । ଏହା କେବଳ ଏକ ବୋଲି ନଥିଲା, ବରଂ ଆଗାମୀ ଦଶକରେ ଧୋନୀଙ୍କ ଦ୍ୱାରା ଆଇପିଏଲ୍ ଉପରେ ହେବାକୁ ଥିବା ଦବଦବାର ସଙ୍କେତ ଥିଲା । ୨୦୦୯ରେ କେଭିନ୍ ପିଟରସନ୍ ଏବଂ ଆଣ୍ଡ୍ରୁ ଫ୍ଲିଣ୍ଟଫ୍ 7.55 କୋଟି ଟଙ୍କାର ବୋଲି ପାଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଥିଲେ । ବର୍ଷ ୨୦୧୦ରେ କିରନ୍ ପୋଲାର୍ଡ ଏବଂ ସେନ୍ ବଣ୍ଡଙ୍କ ଉପରେ 4.8 କୋଟି ଟଙ୍କାର ବୋଲି ଲାଗିଥିଲା।
ସମୟ ସହିତ ଯେତେବେଳେ ଲିଗ୍ ଆହୁରି ବଡ଼ ହେଲା, ଖେଳାଳିଙ୍କ ଦର ମଧ୍ୟ ଦ୍ରୁତ ଗତିରେ ବଢିଲା । ୨୦୧୧ରେ ଗୌତମ ଗମ୍ଭୀର ୧୧ କୋଟି ଟଙ୍କାରୁ ଅଧିକ ବୋଲି ପାଇ କୋଲକାତା ନାଇଟ୍ ରାଇଡର୍ସର ବଡ଼ ବାଜି ପାଲଟିଥିଲେ । ୨୦୧୨ରେ ଜାଡେଜାଙ୍କ ଉପରେ 12.8 କୋଟି ଟଙ୍କାର ବୋଲି ଲାଗିଥିବା ବେଳେ, ୨୦୧୩ ନିଲାମରେ ଗ୍ଲେନ୍ ମ୍ୟାକ୍ସୱେଲ ସବୁଠାରୁ ଦାମୀ ଖେଳାଳି ରହିଥିଲେ ଏବଂ ତାଙ୍କ ଉପରେ 6.3 କୋଟି ଟଙ୍କାର ବୋଲି ଲାଗିଥିଲା ।
୨୦୧୪ ଏବଂ ୨୦୧୫ରେ ଯୁବରାଜ ସିଂହଙ୍କ ଉପରେ ଫ୍ରାଞ୍ଚାଇଜିମାନଙ୍କର ପ୍ରବଳ ଆଗ୍ରହ ଦେଖିବାକୁ ମିଳିଥିଲା ଏବଂ ଉଭୟ ବର୍ଷରେ ସେ ନିଲାମର ରେକର୍ଡ ଭାଙ୍ଗିଥିଲେ । ୨୦୧୪ରେ ଯୁବରାଜଙ୍କ ଉପରେ ୧୪ କୋଟି ଏବଂ ୨୦୧୫ରେ ୧୬ କୋଟି ଟଙ୍କାର ବାଜି ଲଗାଯାଇଥିଲା । ୨୦୧୭ ଏବଂ ୨୦୧୮ରେ ବେନ୍ ଷ୍ଟୋକ୍ସଙ୍କ ଭଳି ଅଲରାଉଣ୍ଡରଙ୍କ ମୂଲ୍ୟ ଦେଖାଇ ଦେଇଥିଲା ଯେ ବହୁମୁଖୀ ପ୍ରତିଭା ଥିବା ଖେଳାଳିଙ୍କ ଚାହିଦା କେତେ ଅଧିକ । ଷ୍ଟୋକ୍ସଙ୍କ ଉପରେ ୨୦୧୭ରେ ୧୪.୫ କୋଟି ଏବଂ ୨୦୧୮ରେ ୧୨.୫ କୋଟି ଟଙ୍କାର ବାଜି ଲଗାଯାଇଥିଲା ।
୨୦୨୦ ପରେ ନିଲାମ ଏକ ନୂଆ ପର୍ଯ୍ୟାୟ ଦେଖିଲା, ଯେଉଁଠାରେ ବିଦେଶୀ ଦ୍ରୁତ ବୋଲରମାନେ ବହୁତ ଟଙ୍କା ରୋଜଗାର କଲେ । ପ୍ୟାଟ୍ କମିନ୍ସ (୧୫.୫ କୋଟି), କ୍ରିସ୍ ମୋରିସ୍ (୧୬.୨୫ କୋଟି) ଏବଂ ସାମ୍ କରନ୍ (୧୮.୫ କୋଟି) ଏହାର ପ୍ରମୁଖ ଉଦାହରଣ । ୨୦୨୪ ଏବଂ ୨୦୨୫ରେ ଏହି ଗ୍ରାଫ୍ ଆହୁରି ଉପରକୁ ଗଲା । ୨୦୨୪ରେ ମିଚେଲ ଷ୍ଟାର୍କ ୨୪.୭୫ କୋଟି ଟଙ୍କା ସହିତ ଇତିହାସ ସୃଷ୍ଟି କରିଥିଲେ, କିନ୍ତୁ ୨୦୨୫ରେ ଋଷଭ ପନ୍ତ ୨୭ କୋଟି ଟଙ୍କାର ରେକର୍ଡ ବୋଲି ପାଇ ଏହା ପ୍ରମାଣିତ କରିଦେଲେ ଯେ ଭାରତୀୟ ଖେଳାଳିଙ୍କ ବ୍ରାଣ୍ଡ ଭାଲ୍ୟୁ କେଉଁ ଉଚ୍ଚତାରେ ପହଞ୍ଚିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/12/14/ipl-costly-player-2025-12-14-15-01-04.png)