କନକ ବ୍ୟୁରୋ: ଡାଏରିଫାର୍ମ କରି ଲକ୍ଷପତି ହୋଇଛନ୍ତି ମହିଳା ଚାଷୀ । ଏଠି ଖାସ୍ କରି ଗିର ଓ ସାଇଓାଲ୍ ପ୍ରଜାତି ର ଗୋପଳନ କରାଯାଉଛି । ହେଲେ ଏଠି ଗାଈ ର କ୍ଷୀର ବଦଳରେ ବିକ୍ରି କରାଯାଏ ଦହି ଓ ଘିଅ । ମହିଳା ଙ୍କ ବାର୍ଷିକ ଆୟ ୧୫ ଲକ୍ଷ ଟଙ୍କା । ସୁନ୍ଦରଗଡ ଜିଲ୍ଲା ରୁ ଦେଖିବା ଜଣେ ସଫଳ ମହିଳା ଚାଷୀ ସୀମା ନାଏକଙ୍କ କାହାଣୀ ।
ଏହା ବି ପଢ଼ନ୍ତୁ; ଫୁଲମଣିଙ୍କ ଫୁଲଚାଷ, ଅନ୍ୟ ପାଇଁ ପାଲଟିଛନ୍ତି ପ୍ରେରଣା
ଗୋପାଳନ ହେଉଛି ଓଡ଼ିଶାରେ ଏକ ଲାଭଦାୟକ କୃଷି ଭିତ୍ତିକ ବ୍ୟବସାୟ, ଯାହା ଗ୍ରାମାଞ୍ଚଳର ଆର୍ଥିକ ବିକାଶରେ ସହାୟକ ହୋଇଥାଏ । ଏହି ବ୍ୟବସାୟକୁ ପ୍ରୋତ୍ସାହିତ କରିବା ପାଇଁ ସରକାର ବିଭିନ୍ନ ଯୋଜନା ଓ ସବସିଡି ପ୍ରଦାନ କରୁଛନ୍ତି । ତେବେ ବିନା ସରକାରୀ ସହାୟତାରେ ଜଣେ ମହିଳା ଡାଏରୀଫାର୍ମ କରି ବାର୍ଷିକ ୧୫ଲକ୍ଷ ଟଙ୍କା ଲାଭ କରୁଛନ୍ତି । ଏହି ମହିଳା ଚାଷୀ ଜଣଙ୍କ ହେଉଛନ୍ତି ସୁନ୍ଦରଗଡ ଲେଫ୍ରିପଡା ବନଜାରିବଟ୍ ଗାଁର ସୀମା ନାଏକ । ସେ ଏବଂ ତାଙ୍କର ପୂରା ପରିବାର । ୮ବର୍ଷ ପୂର୍ବେ ମାତ୍ର ଗୋଟିଏ ମାତ୍ର ଗାଇରୁ ଆରମ୍ଭ ହୋଇଥିବା ଏହି ଡାଏରୀ ଫାର୍ମରେ ଏବେ ରହିଛନ୍ତି ବିଭିନ୍ନ କିସମର ପ୍ରାୟ ୪୫ରୁ ଉର୍ଦ୍ଧ୍ବ ଗାଇ । ଦୈନିକ ୨୫୦ ରୁ ୩୦୦ ଲିଟର କ୍ଷୀର ଉତ୍ପାଦନ ହେଉଛି । ତେବେ କ୍ଷୀରକୁ ବିକ୍ରି କରାନଯାଇ ଏଥିରୁ ଦହି ଓ ଘିଅ ପ୍ରସ୍ତୁତ କରି ବଜାରକୁ ଛଡ଼ାଯାଉଛି । ଦହି ଲିଟର ପ୍ରତି ୮୦ଟଙ୍କାରେ ବିକ୍ରି କରାଯାଉଥିବା ବେଳେ ଉନ୍ନତ ମାନର ଘିଅ ପାଖାପାଖି ୧୪୦୦ ଟଙ୍କାରେ ବିକ୍ରି କରାଯାଉଛି । ଦୈନିକ ୭ରୁ ୮ହଜାର ଟଙ୍କା ହିସାବରେ ବାର୍ଷିକ ପ୍ରାୟ ୩୧ଲକ୍ଷ ଟଙ୍କା ଆୟ ହେଉଥିବା ବେଳେ ୧୫ଲକ୍ଷ ଲାଭ ହେଉଥିବା ସୀମା ନାୟକ କୁହନ୍ତି ।
କେବଳ ସୀମାଙ୍କ ନିଜ ପରିବାର ଏହି କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ତାହା ନୁହେଁ ବରଂ ୮ଜଣ ବାହାର ଲୋକଙ୍କୁ ମଧ୍ୟ ଏଠାରେ ନିଯୁକ୍ତି ମିଳିଛି । ଉନ୍ନତମାନର ଘାସ ଚାଷ , ସହିତ ଧାନ ଚାଷର ନଡା ଚାରା ଭାବରେ ଗାଇ ମାନଙ୍କୁ ଖାଇବାକୁ ଦିଆଯାଉଛି । ଗାଇ ମାନଙ୍କର ଚିକିତ୍ସା ପାଇଁ ଏମାନେ ତାଲିମ୍ ମଧ୍ୟ ନେଇଛନ୍ତି । ଆଗକୁ ଗାଇ ଗୋବରରୁ ଗ୍ୟାସ ଉତ୍ପାଦନ କରି ଘରୋଇ ଜାଳେଣି ଭାବେ ବ୍ୟବହାର କରିବାକୁ ଲକ୍ଷ୍ୟ ରଖାଯାଇଛି । ଏଥିସହ କ୍ଷୀରରୁ ବିଭିନ୍ନ ପ୍ରକାର ମିଠା ପ୍ରସ୍ତୁତ କରି ଏହାର ବ୍ରାଣ୍ଡି କରାଇବାକୁ ଯୋଜନା ରଖିଛନ୍ତୀ ସୀମାଙ୍କ ପରିବାର । ବିନା ସରକାରୀ ସହାୟତାରେ ଏଭଳି ଭାବେ ଗୋପାଳନ କରି ଲକ୍ଷାଧିକ ଟଙ୍କା ଆୟ କରି ସୁନ୍ଦରଗଡର ଉଦ୍ୟୋଗୀ ସୀମା ନାଏକ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/2026/03/01/milk-business-2026-03-01-22-37-02.png)