କନକ ବ୍ୟୁରୋ: ଗେଣ୍ଡୁ ଚାଷ କରିଛି ରୋଜଗାରକ୍ଷମ,ଗେଣ୍ଡୁ ଚାଷ କରି ମାଲେମାଲ ମହିଳା ।ନାଲି ,ହଳଦିଆ, ଓ କଟକୀ ଗେଣ୍ଡୁରେ ପୁରିଛି କ୍ଷେତ ।୧୦ ବର୍ଷ ହେଲା ପରିବାର ପ୍ରତିପୋଷଣରେ ସହାୟକ ହୋଇଛି ଏହି ଫୁଲ ଚାଷ ।ଶୀତଋତୁକୁ ବିଶେଷ ଭାପରେ ଫୁଲ ମାନଙ୍କର ଋତୁ ବୋଲି କୁହାଯାଏ ।ଏହି ଫୁଲ ଚାଷ କରି ଜଣେ ମହିଳା ବେଶ ଲାଭବାନ ହେବା ସହ ଅନ୍ୟ ମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି । ଫୁଲମଣୀଙ୍କୁ ରୋଜଗାରକ୍ଷମ କରାଇଛି ଫୁଲ ଚାଷ ।

Advertisment

ଏହା ବି ପଢ଼ନ୍ତୁ; ଚାକିରି ଛାଡ଼ି ଚାଷକ୍ଷେତ ମୁହାଁ ଯୁବଚାଷୀ, ଗାଁ ମାଟିରେ ଫଳାଇଛନ୍ତି ବିଦେଶୀ କୋଳି

ବାଲେଶ୍ବର ନୀଳଗିରି ଜଡିଦା ପଞ୍ଚାୟତ ଜଗନ୍ନାଥପୁରର ବୟସ୍କା ମହିଳା ଫୁଲମଣି । ସାଧାରଣ ଗୃହିଣୀ ହୋଇ ମଧ୍ୟ ସେ ସ୍ବାମୀ ସତ୍ୟ ପାତ୍ରଙ୍କ କାନ୍ଧରେ କାନ୍ଧ ମିଶାଇ ବଢ଼ାଇଛନ୍ତି ପରିବାରର ରୋଜଗାର । ଏସଏଚଜିରୁ ୫୦ ହଜାର ଟଙ୍କା ଲୋନ ଆଣି ୨୦୧୫ ମସିହାରେ ପ୍ରଥମେ ଏହି ମହିଳା ଜଣକ ଗେଣ୍ଡୁଫୁଲ ଚାଷ ଆରମ୍ଭ କରିଥିଲେ । ୧ ଡିସିମିଲ ଜମିରୁ ଆରମ୍ଭ ହୋଇଥିବା ଫୁଲଚାଷ ଆଜି ୧ ଏକରରେ ଜମିକୁ ବ୍ୟାପ୍ତ ହୋଇଛି । ୧୦ ବର୍ଷହେବ ନିରନ୍ତର ଭାବରେ ଫୁଲମଣି ଗେଣ୍ଡୁଫୁଲ ଚାଷ କରିଆସୁଛନ୍ତି । ସ୍ବାମୀଙ୍କ ସହ ପରିବାରର ଅନ୍ୟ ସଦସ୍ୟ ମାନେ ମଧ୍ୟ ସବୁ ସମୟରେ ସାହାଯ୍ୟ କରୁଥିବା ଫୁଲମଣୀ କୁହନ୍ତି । 

ବାଙ୍ଗାଲୁରୁରୁ ଚାରା ଆଣି ନିଜ ଜମିରେ ହଳଦିଆ, ଧଳା, ନାଲି, ନାରଙ୍ଗ, କଟକି ଭଳି ବିଭିନ୍ନ କିସମର ଗେଣ୍ଡୁ ଚାଷ କରିଛନ୍ତି ଫୁଲମଣି । ଏହି ସବୁ ଫୁଲକୁ କେଜି ପିଛା ୬୦ରୁ ଆରମ୍ଭ କରି ୧୦୦ଟଙ୍କା ଦରରେ ବ୍ୟବସାୟୀମାନଙ୍କୁ ଦିଆଯାଉଛି । ଶ୍ରାବଣ ଓ ମାର୍ଗଶିର ମାସରେ କେଜି ଦର ୩୦୦ଟଙ୍କା ଯାଏଁ ମଧ୍ୟ ବୃଦ୍ଧି ପାଉଛି । ଅର୍ଡର ଅନୁଯାୟୀ ବିବାହ, ବତ୍ରଘର ସହ ବିଭିନ୍ନ ମନ୍ଦିରକୁ ମଧ୍ୟ ଫୁଲ ଯୋଗାଇ ଦେଉଛନ୍ତି ଏହି ମହିଳା ଚାଷୀ । ଏହି ଚାଷରୁ ବର୍ଷକୁ ପ୍ରାୟ ୨ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ରୋଜଗାର କରୁଛନ୍ତି । କେବଳ ନିଜେ ଆତ୍ମନିର୍ଭରଶୀଳ ହୋଇନାହାଁନ୍ତି, ୨ଜଣ ଲୋକଙ୍କୁ ନିଯୁକ୍ତି ନେଇ ରୋଜଗାରର ବାଟ ଦେଖାଇଛନ୍ତି ଫୁଲମଣି । 
ଉନ୍ନତ କୃଷି ପ୍ରଣାଳୀ ଅବଲମ୍ବନ କରି ଗେଣ୍ଡୁ ଚାଷ କଲେ ଏହା ଏକ ଅତ୍ୟନ୍ତ ଲାଭଜନକ ଅର୍ଥକାରୀ ଫସଲ ହୋଇପାରିବ । ସାଧାରଣତଃ ଏହାକୁ ଶୀତ ଋତୁରେ ଚାଷ କରାଯାଏ, କିନ୍ତୁ ଉପଯୁକ୍ତ ଯତ୍ନ ନେଲେ ବର୍ଷର ଅନ୍ୟ ସମୟରେ ମଧ୍ୟ ଏହାର ଅମଳ କରାଯାଇପାରିବ । ଯାହାକୁ ପ୍ରମାଣିତ କରି ଦେଖାଇଛନ୍ତି ପୁଲମଣିଙ୍କ ଭଳି ମହିଳା ଚାଷୀ ।