କନକ ବ୍ୟୁରୋ: ଆଉ କିଛି ଘଣ୍ଟାର ଅପେକ୍ଷା । ଭାରତ ସହ ୟୁରୋପୀୟ ସଂଘ କରିବାକୁ ଯାଉଛି ବଡ ବାଣିଜ୍ୟିକ ଚୁକ୍ତି । ଏହାର ନାଁ ରହିଛି ମଦର ଅପ ଅଲ ଡିଲସ । ସ୍ବିଜରଲ୍ୟାଣ୍ଡରେ  ଆୟୋଜିତ ଦାବୋସ ସମ୍ମିଳନୀରେ ଇୟୁ ଅଧ୍ୟକ୍ଷା ଉର୍ସୁଲା ୱାର୍ଣ୍ଣ ଓ ୟୁରୋପୀୟ ପରିଷଦ ଅଧ୍ୟକ୍ଷ ଲୁଇସ ସାଣ୍ଟୋସ ଭାରତ ସହ ଚୁକ୍ତି କରିବାକୁ ଆଗ୍ରହ ପ୍ରକାଶ କରିଥିଲେ । ଏଥରକ ଗଣତନ୍ତ୍ର ଦିବସ ସମାରୋହରେ ଉଭୟ ମୁଖ୍ୟ ତିଥି ସାଜିବା ସହ ଆସନ୍ତାକାଲି ଭାରତ ସହ ଚୁକ୍ତି କରିବାକୁ ଯାଉଛନ୍ତି । ଇୟୁ ସହ ବାଣିଜ୍ୟିକ ଚୁକ୍ତି କରୁଥିବା ତୃତୀୟ ଦେଶ ହେଉଛି ଭାରତ । ପୂର୍ବରୁ ଜାପାନ ଓ ଦକ୍ଷିଣ କୋରିଆ ଚୁକ୍ତି କରିସାରିଛନ୍ତି । ମୁକ୍ତ ବାଣିଜ୍ୟ ଚୁକ୍ତି ଭାରତ ଉପରୁ ଟାରିଫ ଭାର କମ କରିବା ସହ ୟୁରୋପର ୨୭ ଦେଶରେ ଭାରତ ପାଇଁ ବଜାର ଖୋଲିବ । 

Advertisment

କାଲି ଭାରତ-ଇୟୁ ବଡ ଚୁକ୍ତି
-୧୦ଲକ୍ଷ ଭାରତୀୟଙ୍କ ପାଇଁ ଲାଭ ଦାୟକ ହେବ ଏହି ମୁକ୍ତ ବାଣିଜ୍ୟ ଚୁକ୍ତି । 
-ୟୁରୋପୀୟ ସଂଘ ହେଉଛି ଭାରତର ସବୁଠାରୁ ବଡ଼ ବାଣିଜ୍ୟିକ ଅଂଶୀଦାର 
-୨୦୨୩-୨୪ରେ ବାଣିଜ୍ୟ କାରବାର ୧୩୫ ବିଲିୟନ ଆମେରିକୀୟ ଡଲାର ଅତିକ୍ରମ ଆଶା ଥିଲା
-ଭାରତ ଓ ଇୟୁ ପ୍ରଥମେ ୨୦୦୭ରେ ଏକ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଉପରେ ଆଲୋଚନା ଆରମ୍ଭ 
-କିନ୍ତୁ ୨୦୧୩ରେ ଆଲୋଚନା ବନ୍ଦ ହୋଇଯାଇଥିଲା
-୨୦୨୨ରେ ଏହା ପୁନଃ ଆରମ୍ଭ ହୋଇଥିଲା
-ଭାରତ ୟୁରୋପୀୟ ସଂଘରୁ ଆମଦାନି କରୁଥିବା କାର ଉପରେ ଟିକସ ହ୍ରାସ ସମ୍ଭାବନା
-୧୧୦% ଟିକସ କେବଳ ୪୦% ହୋଇପାରେ

ଅଧିକ ପଢନ୍ତୁ: ଭାରତ-ୟୁରୋପୀୟ ସଂଘ ବାଣିଜ୍ୟ ଚୁକ୍ତି : ଟ୍ରମ୍ପଙ୍କ ଶୁଳ୍କନୀତିକୁ କଡ଼ା ଜବାବ

ସେପଟେ  ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କ ପାଇଁ ଅଟକିଛି ଭାରତ-ଆମେରିକା ଟ୍ରେଡ ଡିଲ । ଏହି ଦାବି କରିଛନ୍ତି ଆମେରିକା ସିନେଟର ଟେଡ୍ କ୍ରୁଜ୍ । ରିପବ୍ଲିକାନ ସିନେଟରଙ୍କ ଅଡିଓ କ୍ଲିପରେ ଭାଇରାଲ ହେଉଛି । ଯେଉଁଥିରେ  ଟେଡ କ୍ରୁଜ କହିଛନ୍ତି କି ଭାରତ ସହ ଟ୍ରେଡ ଡିଲ ଅଟକିବା ପଛରେ ଉପରାଷ୍ଟ୍ରପତିଙ୍କ ବଡ ହାତ ରହିଛି । ହ୍ବାଇଟ ହାଉସରେ ବଡ ବିରୋଧ ମଧ୍ୟ ଚାଲିଛି । ଏଥିସହ ରିପବ୍ଲିକାନ ପାର୍ଟି ମଧ୍ୟରେ ଟାରିଫକୁ ନେଇ ମଧ୍ୟ ବିବାଦ ବଢ଼ିବାରେ ଲାଗିଛି  । ଏଥିସହ ବିଭିନ୍ନ ଦେଶର ଉପରେ ଆମେରିକାର ଟାରିଫ କଟକଣା ଦେଶ ପାଇଁ ବଡ ସମସ୍ୟା ଆଣିବ ବୋଲି ଟ୍ରେଡ କ୍ରୁଜ  ଚେତାଇଥିବାବେଳେ ତାଙ୍କ ଉପରେ ଅସନ୍ତୋଷ ପ୍ରକାଶ ସହ ବୈଠକରୁ ବାହାରିଯିବାକୁ କହିଥିଲେ ଟ୍ରମ୍ପ । ତେବେ ଆମେରିକା ଗଣମାଧ୍ୟମରେ ଘୁରିବୁଲୁଥିବା ଏହି ଅଡିଓ କ୍ଲିପର ସତ୍ୟତା ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନି ।