KV-SINGHDEO Photograph: (Google)
କନକ ବ୍ୟୁରୋ: ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କ ନାଁରେ ଠକେଇ। କେଭିଙ୍କ ନାଁରେ ଟଙ୍କା ଆଦାୟ କରୁଛନ୍ତି ଅସାଧୁ ବ୍ୟକ୍ତି। ଏନେଇ ସାଇବର କ୍ରାଇମ ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବାକୁ ଉପମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ଲୋକସମ୍ପର୍କ ଅଧିକାରୀ ଏକ ଅଧିସୂଚନା ଜାରି କରିଛନ୍ତି ।ଏଥିରେ ଲେଖାଅଛି ଯେ, ଜନସାଧାରଣଙ୍କ ଅବଗତି ପାଇଁ ସୂଚୀତ କରାଯାଉଛି କି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ନାଁ ରେ କିଛି ଅସାଧୁ ବ୍ୟକ୍ତି ଲୋକଙ୍କ ଠାରୁ ଟଙ୍କା ଆଦାୟ କରୁଛନ୍ତି ।
ଟଙ୍କା ଆଦାୟ ନିମନ୍ତେ ବ୍ୟବହୃତ ହୋଇଥିବା ନମ୍ବର ୭୩୭୭୩୫୨୪୪୯ ଓ ଅଭିଯୋଗକାରୀଙ୍କ ବୟାନକୁ ଆଧାର କରି ସାଇବର କ୍ରାଇମ ଥାନାରେ ମାମଲା ରୁଜୁ କରାଯାଇଛି । ସମ୍ପୃକ୍ତ ବ୍ୟକ୍ତିଙ୍କୁ ତୁରନ୍ତ ଗିରଫ କରିବାକୁ ଉପମୁଖ୍ୟମନ୍ତ୍ରୀ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। କୌଣସି ବ୍ୟକ୍ତି ଯଦି ଏହିପରି ଫୋନ୍ କରି ଟଙ୍କା ମାଗନ୍ତି କିମ୍ବା ପରିଚୟର ଅପବ୍ୟବହାର କରି ଟଙ୍କା ଆଦାୟ କରିବା କିମ୍ବା ପଦମର୍ଯ୍ୟାଦାକୁ କ୍ଷୁର୍ଣ୍ଣ କରିବାକୁ ଚେଷ୍ଟା କରୁଥିବା ନଜର ଆସୁଛି ତେବେ ତୁରନ୍ତ ପୁଲିସକୁ ଜଣାଇବା ସହ ଥାନାରେ ଅଭିଯୋଗ କରିବାକୁ କୁହାଯାଇଛି । ଏପରି କାର୍ଯ୍ୟକଳାପକୁ ଆଦୌ ବରଦାସ୍ତ କରାଯିବ ନାହିଁ। କୌଣସି ବି ଅଜଣା ବ୍ୟକ୍ତିଙ୍କୁ ଟଙ୍କା ପଇଠ କରିବା ପୂର୍ବରୁ ସମ୍ପୂର୍ଣ୍ଣ ତଥ୍ୟକୁ ଯାଞ୍ଚ କରିବାକୁ କୁହାଯାଇଛି ।
ଆହୁରି ପଢ଼ନ୍ତୁ:କ୍ନେସେଟ୍ର ସର୍ବୋଚ୍ଚ ସମ୍ମାନ, ‘ସ୍ପିକର ଅଫ ଦ କ୍ନେସେଟ୍ ମେଡାଲ’ରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ
Follow Us