କ୍ରିକେଟ୍ ଖେଳ ଦେଖିବାକୁ ଯାଇ ନିଖୋଜ ହୋଇଯାଇଥିବା ୪ନାବାଳକ ଉଦ୍ଧାର,  ଦେବଗଡ଼ ରିଆମାଳ ଥାନା ଅଞ୍ଚଳରୁ ହୋଇଥିଲେ ନିଖୋଜ

Advertisment

ଦେବଗଡ଼ ରିଆମାଳ ଥାନା ଅଞ୍ଚଳରୁ ହୋଇଥିଲେ ନିଖୋଜ । ଗାଁ ନିକଟ ଟାଙ୍ଗରିହୁଲିରୁ ଉଦ୍ଧାର । କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଦେଖିବାକୁ ଯାଇ ଘରକୁ ଫେରିନଥିଲେ ।

ଦେବଗଡ଼ ରିଆମାଳ ଥାନା ଅଞ୍ଚଳରୁ ହୋଇଥିଲେ ନିଖୋଜ । ଗାଁ ନିକଟ ଟାଙ୍ଗରିହୁଲିରୁ ଉଦ୍ଧାର । କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଦେଖିବାକୁ ଯାଇ ଘରକୁ ଫେରିନଥିଲେ ।

missing minor

missing minor Photograph: (KanakNews)

କନକ ବ୍ୟୁରୋ:  ଉଦ୍ଧାରହେଲେ ୪ ନିଖୋଜ ନାବାଳକ । ଗତକାଲି ସନ୍ଧ୍ୟାରୁ ନିଖୋଜ ହୋଇଥିବା ୪ ଛାତ୍ର ଆଜି ସକାଳୁ ଗାଁ ପାଖ ଟାଙ୍ଗିରିହୁଲିରୁ ମିଳିଛନ୍ତି। ଗତକାଲି ଦେବଗଡ଼ ଜିଲ୍ଲା ଟିଙ୍କବୀର ଗାଁରେ କ୍ରିକେଟ୍ ଖେଳିବାକୁ ଯାଇଥିବା ୪ ଛାତ୍ର ନିଖୋଜ ହୋଇଥିଲେ। ସ୍କୁଲ ରୁ ଫେରିବା ପରେ ଟ୍ୟୁସନ ଯିବା ପାଇଁ ଘରୁ କହି ବାହାରି ଥିଲେ ସମସ୍ତ ଛାତ୍ର।

ଅଧିକ ପଢନ୍ତୁ: ନିଖୋଜ ପୁଅକୁ ଖୋଜୁଛନ୍ତି ବାପା; ପ୍ରଶାସନ ବହୁ ଖୋଜାଖୋଜି ପରେ ବି ମିଳିଲାନି ପୁଅର ପତ୍ତା

ମାତ୍ର ଟ୍ୟୁସନ ନ ଯାଇ ଛାତ୍ର ମାନେ କିଛି ସମୟ କ୍ରିକେଟ ଖେଳ ଦେଖିବା ପରେ ଖେଳ ପଡିଆ ରୁ ବାହାରି ଆସି ଗ୍ରାମର ବଜାର ରୁ କିଛି ଖାଦ୍ୟ ସାମଗ୍ରୀ କିଣିବା ପରେ ଘରକୁ ଆଉ ଫେରି ନ ଥିଲେ। ପରିବାର ଲୋକେ ବହୁ ଖୋଜା ଖୋଜି ପରେ ମଧ୍ୟ ଚାରି ଜଣକୁ ପାଇ ନଥିଲେ। ଏ ନେଇ ବିଳମ୍ବିତ ରାତିରେ ରିଆମାଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ ପରିବାର। ତେବେ ଆଜି ସକାଳୁ ଗାଁର କିଛି ଯୁବକ ନିକଟସ୍ଥ ଟାଙ୍ଗରି ହୁଲିରେ ଚାରି ଛାତ୍ର ଙ୍କୁ ଠାବ କରିବା ସହ ଗାଁକୁ ଆଣିଥିଲେ। 
 
 

 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe