କନକ ବ୍ୟୁରୋ : ନା ପେଟରେ ଭୋକ ଅଛି, ନା ଆଖିକୁ ନିଦ । ପାଗଳପ୍ରାୟ ହୋଇ ନିଜ ପୁଅକୁ ୨ ମାସ ହେବ ଖୋଜି ବୁଲୁଛନ୍ତି ଅସହାୟ ବାପା ମା’ । ଖୋଜି ଖୋଜି ପାଦ ଥକି ଗଲାଣି, ତଥାପି ଅବୁଝା ମନ ବୁଝୁନି । କାଳେ କେଉଁଠି ପୁଅ ମିଳିଯିବ, ସେହି ଆଶାରେ ଦିନ ରାତି ନଖାଇ ନପିଇ ବୁଲୁଛନ୍ତି । ଯେଉଁ ଗୁଣ୍ଡିଚାଘାଗିରେ ପୁଅ ହଜିଥିଲା, ସେହିଠାରେ ପଥର ଗୁମ୍ଫାରେ ଚାରିଆଡ଼େ ଖୋଜି ବୁଲୁଛନ୍ତି । କେବଳ ଗୁଣ୍ଡିଚାଘାଗି ନୁହେଁ, ଏହାର ତଳ ଅଞ୍ଚଳ ସମେତ ଘଟଗାଁ ଓ ଅନ୍ୟସ୍ଥାନରେ ୩ରୁ ଅଧିକ ଦିନ ହେଲାଣି ଖୋଜୁଛନ୍ତି ।

Advertisment

ଅଧିକ ପଢନ୍ତୁ : ହାତ ଗୋଡ଼ ଅଚଳ, ଆତ୍ମବିଶ୍ବାସ ପ୍ରବଳ; ଦିଶା ଦେଖାଉଛନ୍ତି ଦିବ୍ୟାଙ୍ଗ ଗୁରୁ

ଗତ ସେପ୍ଟେମ୍ବର ୮ରେ ବାଲେଶ୍ୱର ସୋର ବର୍ତ୍ତନା ଗାଁର ସହଦେବ ବେହେରା ଓ ଶୁଭଶ୍ରୀ ବେହେରାଙ୍କ ପୁଅ ୨୪ ବର୍ଷୀୟ ଦେବେଶ ଗୁଣ୍ଡିଚାଘାଗିରେ ପଡ଼ି ନିଖୋଜ ହୋଇଯାଇଥିଲେ । ଦମକଳ ବାହିନୀ ସମେତ ଓଡ୍ରାଫ୍‌ ଟିମ୍‌ ବହୁ ଖୋଜାଖୋଜି ପରେ ବି ଦେବେଶଙ୍କୁ ପାଇନଥିଲେ । ପ୍ରଶାସନ ସିନା ଖୋଜିବା ବନ୍ଦ କରିଦେଲା ହେଲେ ବାପା, ମା’ ପୁଅକୁ ଭୁଲି ପାରୁନାହାନ୍ତି । ପୁଅକୁ ଖୋଜି ଆଣିବା ଲାଗି ଜିଲ୍ଲା ପ୍ରଶାସନ ନିକଟରେ ଅନୁରୋଧ କରିଛନ୍ତି ବାପା ଓ ମା’ ।