କନକ ବ୍ୟୁରୋ: ଉଦ୍ଧାରହେଲେ ୪ ନିଖୋଜ ନାବାଳକ । ଗତକାଲି ସନ୍ଧ୍ୟାରୁ ନିଖୋଜ ହୋଇଥିବା ୪ ଛାତ୍ର ଆଜି ସକାଳୁ ଗାଁ ପାଖ ଟାଙ୍ଗିରିହୁଲିରୁ ମିଳିଛନ୍ତି। ଗତକାଲି ଦେବଗଡ଼ ଜିଲ୍ଲା ଟିଙ୍କବୀର ଗାଁରେ କ୍ରିକେଟ୍ ଖେଳିବାକୁ ଯାଇଥିବା ୪ ଛାତ୍ର ନିଖୋଜ ହୋଇଥିଲେ। ସ୍କୁଲ ରୁ ଫେରିବା ପରେ ଟ୍ୟୁସନ ଯିବା ପାଇଁ ଘରୁ କହି ବାହାରି ଥିଲେ ସମସ୍ତ ଛାତ୍ର।
ଅଧିକ ପଢନ୍ତୁ: ନିଖୋଜ ପୁଅକୁ ଖୋଜୁଛନ୍ତି ବାପା; ପ୍ରଶାସନ ବହୁ ଖୋଜାଖୋଜି ପରେ ବି ମିଳିଲାନି ପୁଅର ପତ୍ତା
ମାତ୍ର ଟ୍ୟୁସନ ନ ଯାଇ ଛାତ୍ର ମାନେ କିଛି ସମୟ କ୍ରିକେଟ ଖେଳ ଦେଖିବା ପରେ ଖେଳ ପଡିଆ ରୁ ବାହାରି ଆସି ଗ୍ରାମର ବଜାର ରୁ କିଛି ଖାଦ୍ୟ ସାମଗ୍ରୀ କିଣିବା ପରେ ଘରକୁ ଆଉ ଫେରି ନ ଥିଲେ। ପରିବାର ଲୋକେ ବହୁ ଖୋଜା ଖୋଜି ପରେ ମଧ୍ୟ ଚାରି ଜଣକୁ ପାଇ ନଥିଲେ। ଏ ନେଇ ବିଳମ୍ବିତ ରାତିରେ ରିଆମାଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ ପରିବାର। ତେବେ ଆଜି ସକାଳୁ ଗାଁର କିଛି ଯୁବକ ନିକଟସ୍ଥ ଟାଙ୍ଗରି ହୁଲିରେ ଚାରି ଛାତ୍ର ଙ୍କୁ ଠାବ କରିବା ସହ ଗାଁକୁ ଆଣିଥିଲେ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2026/01/22/missing-minor-2026-01-22-09-19-55.jpg)