ଜେଲରେ ବିକ୍ରମ ପଣ୍ଡା ଅସୁସ୍ଥ, ଏମକେସିଜି ଜରୁରୀକାଳୀନ ବିଭାଗରେ ଭର୍ତ୍ତି କରାଯାଇଛି

Advertisment

ପୁଣି ଡାକ୍ତରଖାନା ଗଲେ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା । ପେଟ ଓ ଛାତିରେ ଯନ୍ତ୍ରଣା ଯୋଗୁଁ ଜେଲ୍‌ରୁ ଆଣି ପୁଣିଥରେ ତାଙ୍କୁ ଏମକେସିଜି ଜରୁରୀକାଳୀନ ବିଭାଗରେ ଭର୍ତ୍ତି କରାଯାଇଛି ।

ପୁଣି ଡାକ୍ତରଖାନା ଗଲେ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା । ପେଟ ଓ ଛାତିରେ ଯନ୍ତ୍ରଣା ଯୋଗୁଁ ଜେଲ୍‌ରୁ ଆଣି ପୁଣିଥରେ ତାଙ୍କୁ ଏମକେସିଜି ଜରୁରୀକାଳୀନ ବିଭାଗରେ ଭର୍ତ୍ତି କରାଯାଇଛି ।

4c

କନକ ବ୍ୟୁରୋ : ପୁଣି ଡାକ୍ତରଖାନା ଗଲେ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା । ପେଟ ଓ ଛାତିରେ ଯନ୍ତ୍ରଣା ଯୋଗୁଁ ଜେଲ୍‌ରୁ ଆଣି ପୁଣିଥରେ ତାଙ୍କୁ ମକେସିଜି  ଜରୁରୀକାଳୀନ ବିଭାଗରେ ଭର୍ତ୍ତି କରାଯାଇଛି ।  ଜରୁରୀକାଳୀନ ବିଭାଗରେ ଭର୍ତ୍ତି କରାଯାଇଛି । କଡ଼ା ସୁରକ୍ଷା ବଳୟରେ ବିକ୍ରମଙ୍କୁ ବ୍ରହ୍ମପୁର ସର୍କଲ ଜେଲରୁ ଆଣି ମେଡିକାଲରେ ଭର୍ତ୍ତି କରିଛି ପୁଲିସ । ଘରୋଇ ଡାକ୍ତରଖାନାକୁ ରେଫର ହୋଇପାରନ୍ତି ବିକ୍ରମ ।

 ମଙ୍ଗଳବାର ଉନ୍ନତ ଚିକିତ୍ସା ପାଇଁ ପିଟିସନ ହୋଇଥିବା ବେଳେ, ଆଜି ସହମତି ପତ୍ର ଦାଖଲ ହୋଇଥାନ୍ତା । ଗଲ୍ ବ୍ଲାଡର୍ ଷ୍ଟୋନ ସର୍ଜରୀ ପାଇଁ ସହମତି ପତ୍ର ଦାଖଲ ହୋଇଥାନ୍ତା । ସୂଚନା ଯୋଗ୍ୟ ଯେ, ପୀତବାସ ହତ୍ୟାକାଣ୍ଡରେ ଗିରଫ ଅଭିଯୁକ୍ତ ବିକ୍ରମ ପଣ୍ଡା ଗତ କିଛି ଦିନ ଧରି ଏମ୍‌କେସିଜିରେ ଚିକିତ୍ସାଧୀନ ଥିଲେ ।

ଅଧିକ ପଢନ୍ତୁ : ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ଅସୁସ୍ଥ : ପେଟରେ ଟ୍ୟୁମର୍‌ ଯୋଗୁଁ ବିଗଡ଼ିଗଲା ସ୍ବାସ୍ଥ୍ୟବସ୍ଥା

 ସର୍ଜରୀ ଲାଗି ୨ ଦିନ ତଳେ ସବୁ ପ୍ରସ୍ତୁତି ହେଇଥିଲା କିନ୍ତୁ ହଠାତ ଅତି ନାଟକୀୟ ଢଙ୍ଗରେ ଏମକେସିଜି କର୍ତ୍ତୃପକ୍ଷ ତାଙ୍କୁ ଡିସଚାର୍ଜ କରି ଜେଲକୁ ପଠାଇ ଦେଇଥିଲେ । ଏହାକୁ ନେଇ କୋର୍ଟରେ ବିକ୍ରମଙ୍କ ଓକିଲ ପିଟିସନ ଫାଇଲ କରିଛନ୍ତି । ବିକ୍ରମଙ୍କ ଜୀବନ ପ୍ରତି ବିପଦ ଥିବା ନେଇ ସେ ଅଭିଯୋଗ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe