କନକ ବ୍ୟୁରୋ : ପୁଣି ଜେଲରେ ଅସୁସ୍ଥ ହୋଇପଡ଼ିଛନ୍ତି ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା । ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ପେଟରେ ଯନ୍ତ୍ରଣା କାରଣରୁ ସେ ଅସୁସ୍ଥ ହୋଇପଡ଼ିଛନ୍ତି । ଜେଲ ତରଫରୁ ତାଙ୍କୁ ଏମକେସିଜି କାଜୁଆଲଟିରେ ଭର୍ତ୍ତି କରାଯାଇଛି । ଏହାପରେ ତାଙ୍କୁ କୌଣସି ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯିବା ନେଇ ଯୋଜନା କରାଯାଉଛି । ବିକ୍ରମ ପଣ୍ଡାଙ୍କ ଓକିଲ ଉନ୍ନତ ଚିକିତ୍ସା ପାଇଁ ପିଟିସନ ଦାଖଲ କରିଛନ୍ତି । ଏନେଇ ଆସନ୍ତାକାଲି ସହମତି ପତ୍ର ଦାଖଲ ହୋଇଥାନ୍ତା । ହେଲେ ହଠାତ ପୁଣି ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ଏମକେସିଜିରେ ରଖାଯାଇଛି । ତାଙ୍କ ଗଲ୍ଫ ବ୍ଲାଡରରେ ଷ୍ଟୋନ ଥିବା ଜଣାପଡ଼ିଛି । 

Advertisment

ଅଧିକ ପଢ଼ନ୍ତୁ : ପୀତବାସ ପଣ୍ଡା ହତ୍ୟା ମାମଲା: ବଢ଼ିବ କି ଅଭିଯୁକ୍ତ ବିକ୍ରମ ପଣ୍ଡାଙ୍କ ଅଡ଼ୁଆ?

ସୂଚନା ଥାଉ କି ଆଇନଜୀବୀ ପୀତବାସ ପଣ୍ଡାଙ୍କ ହତ୍ୟା ମାମଲାରେ ବିକ୍ରମ ପଣ୍ଡା ଗିରଫ ହୋଇ ଜେଲରେ ଅଛନ୍ତି । ତାଙ୍କ ସହ ଏହି ହତ୍ୟାକାଣ୍ଡରେ ସଂପୃକ୍ତି ଥିବା ଅଭିଯୋଗରେ ତାଙ୍କର କିଛି ସହଯୋଗୀ ମଧ୍ୟ ଜେଲରେ ଅଛନ୍ତି । 

ଏହା ପୂର୍ବରୁ ୮ ତାରିଖରେ ମଧ୍ୟ ଜେଲ ଭିତରେ ବିକ୍ରମ ପଣ୍ଡା ଅସୁସ୍ଥ ହୋଇପଡ଼ିଥିଲେ । ତାଙ୍କୁ ଏମକେସିଜିରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସା ପରେ ତାଙ୍କୁ ପୁଣି ଜେଲକୁ ପଠାଇ ଦିଆଯାଇଥିଲା । ହେଲେ ବିକ୍ରମ ପଣ୍ଡା ଓ ତାଙ୍କ ଓକିଲ ଅଭିଯୋଗ କରିଥିଲେ କି ଚିକିତ୍ସା ସରି ନଥିବା ବେଳେ ଚାପରେ ତାଙ୍କୁ ମେଡିକାଲରୁ ଡିସଚାର୍ଜ କରାଯାଇଥିଲା ।