ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ଅସୁସ୍ଥ : ପେଟରେ ଟ୍ୟୁମର୍‌ ଯୋଗୁଁ ବିଗଡ଼ିଗଲା ସ୍ବାସ୍ଥ୍ୟବସ୍ଥା

Advertisment

ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ଅସୁସ୍ଥ । ଜେଲରେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଚିକିତ୍ସା ପାଇଁ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲକୁ ନିଆଯାଇଥିଲା । ସେଠାରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ବିକ୍ରମଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି

ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ଅସୁସ୍ଥ । ଜେଲରେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଚିକିତ୍ସା ପାଇଁ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲକୁ ନିଆଯାଇଥିଲା । ସେଠାରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ବିକ୍ରମଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି

manan - 2026-02-08T134336.040

Photograph: (KANAKNEWS)

କନକବ୍ୟୁରୋ : ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ଅସୁସ୍ଥ । ଜେଲରେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଚିକିତ୍ସା ପାଇଁ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲକୁ ନିଆଯାଇଥିଲା । ସେଠାରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ବିକ୍ରମଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି । ବିଭିନ୍ନ ବିଭାଗର ଡାକ୍ତର ତାଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ଯାଞ୍ଚ କରାଯିବା ପରେ ପୁଣି ଜେଲ୍‌କୁ ପଠାଇ ଦିଆଯାଇଛି । ପ୍ରାୟ ୨ ଘଣ୍ଟା ଧରି ବ୍ରହ୍ମପୁରର ବଡ଼ ଡାକ୍ତରଖାନାରେ ତାଙ୍କୁ ଚିକିତ୍ସା କରାଯାଇଛି । ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଗିରଫ ହୋଇ ଜେଲରେ ଅଛନ୍ତି ବିକ୍ରମ ପଣ୍ଡା  । ଆଜି ସକାଳୁ ତାଙ୍କ ଛାତି ଓ ପେଟରେ ଯନ୍ତ୍ରଣା ସହ ଦାନ୍ତ କାଟୁଥିବା ଯୋଗୁଁ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଚିକିତ୍ସା ପାଇଁ ଆସିଥିଲେ ।

କୃଷ୍ଣପ୍ରସାଦ ବ୍ଲକ୍ ଅଧ୍ୟକ୍ଷା ସରୋଜିନୀ ତରାଇ ବିଜେଡିରୁ ନିଲମ୍ବିତ

ଏମ୍‌କେସିଜି ମେଡିକାଲରେ ମେଡ଼ିସିନ, ସର୍ଜରୀ ବିଭାଗ ପରେ ଦାନ୍ତ ଚିକିତ୍ସା ବିଭାଗରେ ବିକ୍ରମଙ୍କ ଚିକିତ୍ସା କରାଯାଇଥିଲା । ଏହାପରେ ତାଙ୍କର ଅଲଟ୍ରାସାଉଣ୍ଡ କରାଯାଇଥିଲା । ପେଟରେ ଏକ ଟ୍ୟୁମର ଥିବା ଯୋଗୁଁ ବିକ୍ରମଙ୍କ ପେଟ କାଟୁଥିବା ନେଇ ସୂଚନା ମିଳିଛି । ଚିକିତ୍ସା ପରେ ପୁଣି କଡ଼ା ସୁରକ୍ଷା ବଳୟ ମଧ୍ୟରେ ଏମକେସିଜି ମେଡିକାଲରୁ ବ୍ରହ୍ମପୁର ଜେଲକୁ ପଠାଇ ଦିଆଯାଇଛି । ତେବେ ଜେଲ ଯିବା ପୂର୍ବରୁ ମେଡିକାଲ ପରିସରରେ ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ରଖିଛନ୍ତି ବିକ୍ରମ । କହିଛନ୍ତି ସେ ନିର୍ଦୋଷ, ତାଙ୍କୁ ରାଜନୈତିକ ଉଦେଶ୍ୟ ରଖି ଫସାଇ ଦିଆଯାଇଛି । ନ୍ୟାୟିକ ବ୍ୟବସ୍ଥା ଉପରେ ସମ୍ପୂର୍ଣ୍ଣ ବିଶ୍ବାସ ରହିଛି । ନିଶ୍ଚିନ୍ତ ନ୍ୟାୟ ମିଳିବ । ତାଙ୍କୁ ଓ ବିଜେଡ଼ିକୁ ବଦନାମ କରିବାକୁ ଏଭଳି ଫସାଇ ଦିଆଯାଇଛି ବୋଲି କହିଛନ୍ତି ବିକ୍ରମ ପଣ୍ଡା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe