କନକବ୍ୟୁରୋ : ବରିଷ୍ଠ ନେତା ସଂଜୟ ଦାସବର୍ମାଙ୍କ ନିର୍ବାଚନ ମଣ୍ଡଳିରେ ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ।  ବିଜେଡିରୁ ନିଲମ୍ବିତ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଅଧ୍ୟକ୍ଷା ସରୋଜିନୀ ତରାଇ ।   ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି ବିଜୁ ଜନତା ଦଳ ।  ସୁପ୍ରିମୋ ନବୀନ୍‌ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ନିଲମ୍ବନ ଆଦେଶ ଜାରି କରାଯାଇଛି  ।  ଏକଦା ବିଜେଡିର ଗଡ ଥିବା ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର କୃଷ୍ଣପ୍ରସାଦ ବ୍ଳକରେ ସର୍ବାଧିକ ସମର୍ଥନ ପାଇ ସେ ଅଧ୍ୟକ୍ଷା ଭାବରେ ମନୋନୀତ ହୋଇଥିଲେ ।  

Advertisment

ଅଧିକ ପଢନ୍ତୁ... ଖୋଲୁଛି ଗାଜିଆବାଦର ତିନି ଭଉଣୀଙ୍କ ଜୀବନଦେବା ରହସ୍ୟ: ବାପାଙ୍କର ୩ ସ୍ତ୍ରୀ, ଚତୁର୍ଥ ଜଣଙ୍କ ସହ ଥିଲା ଅନୈତିକ ସମ୍ପର୍କ

ପୂର୍ବରୁ କଂଗ୍ରେସରୁ ଆସି ବିଜେଡି ରେ ଲୋକପ୍ରିୟତା ବି ହାସଲ କରିଥିଲେ ।  କିନ୍ତୁ ଏବେ ଦଳର କୌଣସି ବି ନିର୍ଦ୍ଦେଶକୁ ନ ମାନିବା ଓ ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ତାଙ୍କୁ ନିଲମ୍ବିତ କରିଛି ଦଳ । ବେଶ କିଛିଦିନ ହେବ ଦଳର ବିଭିନ୍ନ କାର୍ଯ୍ୟରୁ ନିଜକୁ ଦୂରେଇ ରଖୁଥିଲେ ସରୋଜିନୀ ।