ବନ ବିଭାଗର ଥର ଗାଡ଼ି କିଣାକୁ ନେଇ ତନାଘନା, ଆକାଉଣ୍ଟାଣ୍ଟ ଜେନେରାଲଙ୍କୁ ଚିଠି ଲେଖିଲେ ଜଙ୍ଗଲ ବିଭାଗର ଅତିରିକ୍ତ ସଚିବ

Advertisment

ପିସିସିଏଫ ବନ୍ୟପ୍ରାଣୀଙ୍କ କାର୍ଯ୍ୟାଳୟରେ ହେବ ସ୍ୱତନ୍ତ୍ର ଅଡିଟ୍ । ଥର ଗାଡ଼ି କିଣା ଓ ମୋଡିଫିକେସନର ଅନିୟମିତତାକୁ ନେଇ ହଟଚମଟ ।

ପିସିସିଏଫ ବନ୍ୟପ୍ରାଣୀଙ୍କ କାର୍ଯ୍ୟାଳୟରେ ହେବ ସ୍ୱତନ୍ତ୍ର ଅଡିଟ୍ । ଥର ଗାଡ଼ି କିଣା ଓ ମୋଡିଫିକେସନର ଅନିୟମିତତାକୁ ନେଇ ହଟଚମଟ ।

Forest thar

Forest thar Photograph: (KanakNews)

କନକ ବ୍ୟୁରୋ;  ବନ ବିଭାଗର ଥାରଗାଡ଼ି କିଣା ମୋଡିଫିକେସନକୁ ନେଇ ତନାଘନା । ବନ୍ୟପ୍ରାଣୀ ବିଭାଗ ପିସିସିଏଫ୍‌ଙ୍କ କାର୍ଯ୍ୟାଳୟରେ ଥର ଗାଡ଼ି କିଣା ଓ ଅଧିକ ଖର୍ଚ୍ଚର ସ୍ୱତନ୍ତ୍ର ଅଡିଟ୍‌ ହେବ। ଏନେଇ ଆକାଉଣ୍ଟାଣ୍ଟ ଜେନେରାଲଙ୍କୁ ଚିଠି ଲେଖିଛନ୍ତି ଅତିରିକ୍ତ ସଚିବ ।

ରବିବାର ଗାଡ଼ି କିଣାର ତଦନ୍ତ ପାଇଁ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ । ବନ ବିଭାଗ ଜଙ୍ଗଲ ଅଞ୍ଚଳରେ ପାଟ୍ରୋଲିଂ ପାଇଁ ଥର ଗାଡ଼ି କିଣାରେ ଦୁର୍ନୀତି ନେଇ ବିଧାନସଭାରେ ପ୍ରସଙ୍ଗ ଉଠିବା ପରେ ହଟଚମଟ ଜାରି ରହିଛି । ମୋଟ ୫୧ଟି ଗାଡ଼ି କିଣା ଯାଇଥିବା ବେଳେ ସେହି ଗାଡ଼ିର ମୋଡିଫିକେସନ ବାବଦକୁ ୫ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଥିବା ଜଣାପଡିଛି । 

ଅଧିକ ପଢନ୍ତୁ :  ଜଙ୍ଗଲ ବିଭାଗର ଗାଡ଼ି କିଣାରେ ବଡ଼ ଦୁର୍ନୀତି; ୧୪ଲକ୍ଷ ଦେଇ କିଣିଥିଲେ ଥର, ମୋଡିଫିକେସନରେ ଖର୍ଚ୍ଚ ହୋଇଛି ୧୦ଲକ୍ଷ

ସୂଚନାମୁତାବକ,  ଥର ଗାଡି ମୋଡିଫିକେସନରେ ୫ କୋଟି ଅତିରିକ୍ତ ଖର୍ଚ୍ଚ ନେଇ ବିଧାନସଭାରେ ମନ୍ତ୍ରୀ ଉତ୍ତର ଦେବା ପରେ ଦୁର୍ନୀତିର ଗନ୍ଧ ବାରି ହୋଇଥିଲା  ।  ଜଙ୍ଗଲ ଭିତରେ ପେଟ୍ରୋଲିଂ କରିବା ପାଇଁ ଜଙ୍ଗଲ ବିଭାଗ କିଣିଛି ଥର୍ ଗାଡ଼ି । ୫୧ଟି ଗାଡ଼ିକୁ ୭ କୋଟିରେ କିଣି ମୋଡିଫିକେସନ ପାଇଁ ଖର୍ଚ୍ଚ କରିଛନ୍ତି ଅଧିକ ୫କୋଟି । ଅର୍ଥାତ୍ ଗୋଟିଏ ଗାଡ଼ିର କିଣା ମୂଲ୍ୟ ୨୪ ଲକ୍ଷରୁ ଅଧିକ ଟଙ୍କା । ବିଧାନସଭାରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଉତ୍ତର ରଖବା ପରେ ଥର କିଣାକୁ ନେଇ ଉଠିଥିଲା ପ୍ରଶ୍ନ । ଥର୍ ଗାଡ଼ି କିଣା ଓ ମୋଡିଫିକେସନ ବା ସୌନ୍ଦର୍ଯ୍ୟକରଣ ନେଇ ବିଭାଗୀୟ ମନ୍ତ୍ରୀ କହିଥିଲେ, ମୋଡିଫିକେସନ୍‌ର ଆବଶ୍ୟକତା ଥିବା ଦୃଷ୍ଟିରୁ ହୋଇଥାଇପାରେ । କିନ୍ତୁ ଆବଶ୍ୟକତା ଠାରୁ ଅଧିକ ଖର୍ଚ୍ଚ ହୋଇଥିଲେ ତଦନ୍ତ ହୋଇ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ଜଙ୍ଗଲ ବିଭାଗର ଅଧିକାରୀ ଚଢୁଥିବା ଥର୍ ଗାଡ଼ିକୁ ପେଟ୍ରୋଲିଂ ଉଦ୍ଦେଶ୍ୟରେ ବ୍ୟବହାର କରିବେ ସରକାରୀ ବାବୁ । ରାତି ସମୟରେ ପେଟ୍ରୋଲିଂ ପାଇଁ ଦୁଇଟି ବଡ଼ ଲାଇଟ ଲଗାଯାଇଛି। ବମ୍ଫରର ମୋଡିଫିକେସନ କରାଯାଇଛି । ଏମିତି ଅନେକ କିଛି ମୋଡିଫିକେସନ କରାଯାଇଛି । ଏଥିପାଇଁ ଖର୍ଚ୍ଚ ହୋଇଛି ୧୦ ଲକ୍ଷ ଟଙ୍କା । ତେବେ ଏଭଳି ଗାଡ଼ି ମୋଡିଫିକେସନ କଲେ କେତେ ଟଙ୍କା ଖର୍ଚ୍ଚ ହୋଇପାରେ ବୋଲି ଜଣେ ଅଟୋମୋବାଇଲ ଡିଜାଇନରଙ୍କୁ ପଚରାଯାଇଥିଲା । ଏଭଳି ମୋଡିଫିକେସନ କଲେ ଅତି ବେଶୀରେ ସାଢେ ୩ରୁ ୪ଲକ୍ଷ ଖର୍ଚ୍ଚ ହୋଇପାରେ ବୋଲି କହିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe