କନକ ବ୍ୟୁରୋ : ଆସୁଛି ପର୍ଯ୍ୟଟନ ଋତୁ , ରାଜ୍ୟର ଭୁସ୍ୱର୍ଗ କୁହାଯାଉଥିବା କୋରାପୁଟ ଜିଲ୍ଳାର ବିଭିନ୍ନ ପର୍ଯ୍ୟଟନସ୍ଥଳରେ ଜମିବ ପର୍ଯ୍ୟଟକଙ୍କ ଭିଡ଼ । ଦେଶ ବିଦେଶରୁ ଆସିବେ ପର୍ଯ୍ୟଟକ । ଜିଲ୍ଳା ପ୍ରଶାସନ ପର୍ଯ୍ୟଟକଙ୍କ ପାଇଁ ତପ୍ତରତା ଦେଖାଉଥିବା ବେଳେ ପର୍ଯ୍ୟଟନସ୍ଥଳରେ ହେଉଥିବା ଦୁର୍ଘଟଣା ପ୍ରଶାସନର ଚିନ୍ତାର କାରଣ ପାଲଟିଛି । ବିଗତ କିଛି ମାସରେ ବିଭିନ୍ନ ଜଳପ୍ରପାତରୁ ଅନେକ ଅଘଟଣ ଖବର ଆସିଛି ।
ପ୍ରାକୃତିକ ପରିବେଶ ଭିତରେ ଜଳପ୍ରପାତରେ ଆମୋଦପ୍ରମୋଦ ପାଇଁ ଲୋକଙ୍କ ଗହଳି ଜମୁଛି । ବାରିପଦା ବାଲଡିହା ଡ୍ୟାମର ଜଳପ୍ରପାତରେ କିଏ ସେଲଫି ଉଠାଉଛି ତ କିଏ ପାଣିରେ ଚାଲୁଛି । ଜଳକ୍ରୀଡାରେ ସମସ୍ତେ ବ୍ୟସ୍ତ ରହୁଛନ୍ତି । ହେଲେ ସୁରକ୍ଷା ପାଇଁ ନା କୌଣସି ବ୍ୟବସ୍ଥା ରହିଛି ନା କୌଣସି ସୂଚନା ଫଳକ ଲାଗିଛି । କେହି ପାଣିରେ ବୁଡ଼ିଗଲେ ଆଖ ପାଖରେ କୌଣସି ଅଗ୍ନିଶମ ବାହିନୀ ଉପସ୍ଥିତ ରହୁନାହାନ୍ତି । ପର୍ଯ୍ୟଟକଙ୍କ କହିବା ଅନୁସାରେ, ଏହି ଅଞ୍ଚଳରେ ସେମାନେ Aନୂଆ ତେଣୁ ଏହି ଜଳପ୍ରପାତର ସ୍ଥିତି ବିଷୟରେ ଜାଣିବା ସମ୍ଭବ ନୁହେଁ । ହେଲେ ଏଠାରେ କୌଣସି ସୂଚନା ଫଳକ ନଥିବାରୁ, ନିଜେ ସଚେତନ ରହିବା ଜରୁରୀ ।