କାହା ପାଇଁ ଆବାସ ଯୋଜନା? କାହା ପାଇଁ ଅନ୍ତ୍ୟୋଦୟ ଗୃହ ନିର୍ମାଣ ଯୋଜନା?

Advertisment

ବୃନ୍ଦା ସମଗ୍ର ଜିଲ୍ଲାରେ ବେଶ ପରିଚିତ। କାରଣ ଦିବ୍ୟାଙ୍ଗ ହୋଇ ମଧ୍ୟ ଜୀବନ ଜିଇଁବାର କଳାକୁ ବେଶ ଭଲ ଭାବରେ ଜାଣନ୍ତି। କନକ ନ୍ୟୁଜରେ ବୃନ୍ଦାଙ୍କ ଦୁଃଖ ଦୁର୍ଦଶାର ଅନେକ କାହାଣୀ ପ୍ରସାରଣ ହୋଇଛି।

ବୃନ୍ଦା ସମଗ୍ର ଜିଲ୍ଲାରେ ବେଶ ପରିଚିତ। କାରଣ ଦିବ୍ୟାଙ୍ଗ ହୋଇ ମଧ୍ୟ ଜୀବନ ଜିଇଁବାର କଳାକୁ ବେଶ ଭଲ ଭାବରେ ଜାଣନ୍ତି। କନକ ନ୍ୟୁଜରେ ବୃନ୍ଦାଙ୍କ ଦୁଃଖ ଦୁର୍ଦଶାର ଅନେକ କାହାଣୀ ପ୍ରସାରଣ ହୋଇଛି।

brunda

brunda Photograph: (Kanak news)

କନକ ବ୍ୟୁରୋ: କାହା ପାଇଁ ଆବାସ ଯୋଜନା? କାହା ପାଇଁ ଅନ୍ତ୍ୟୋଦୟ ଗୃହ ନିର୍ମାଣ ଯୋଜନା? ଅସହାୟ, ଗରିବ-ଗୁରୁବା ଏବଂ ଦିବ୍ୟାଙ୍ଗଙ୍କୁ ପକ୍କା ଘରଟିଏ ମିଳିବ କେବେ? କିପରି ତିଆରି ହେବ ଦିବ୍ୟାଙ୍ଗଙ୍କୁ ମିଳୁଥିବା ଘର? ମାଲକାନଗିରି ଜିଲ୍ଲାରେ ଜଣେ ଅସହାୟ ଦିବ୍ୟାଙ୍ଗ ଯୁବତୀ କାର୍ଯ୍ୟାଦେଶ ପାଇ ମଧ୍ୟ ଗୃହ ନିର୍ମାଣ କରିପାରୁନାହାନ୍ତି। କାରଣ ଅଧାରକାର୍ଡ ସଂଯୋଗିକରଣ ହୋଇପାରୁନାହିଁ। ଆଉ ଏକଥା ଜାଣି ଚୂପ୍‌ ବସିଛନ୍ତି ସମସ୍ତ। ଲାଗୁଛି ଅସହାୟ ଯୁବତୀଙ୍କ ପରି ଏଠି ପୁରା ବ୍ୟବସ୍ଥା ଅସହାୟ। 

ବିଛଣାଠୁ ହ୍ୱିଲ୍‌ ଚେୟାର। ହ୍ୱିଲ୍‌ ଚେୟାରଠୁ ବିଛଣା। ବର୍ଷ ବର୍ଷ ଧରି ଏମିତି ବଞ୍ଚିଛି ଜୀବନ। ପଲିଥିନ ଘୋଡ଼ା ଖପରା ଛପର ତଳେ ଦିନ ରାତି ସବୁ ବିତୁଛି। ଅଗଣା ଯାଏଁ ସୀମିତ ଦିବ୍ୟାଙ୍ଗ ଶଯ୍ୟାଶାୟୀ ଯୁବତୀଙ୍କ ଜୀବନ। ବୋଧ ହୁଏ, ଏହି ଜନ୍ମରେ ଆଉ ପକ୍କା ଘରେ ରହିବା ସ୍ୱପ୍ନ ସାକାର ହେବ ନାହିଁ। କାରଣ ଯୁବତୀଙ୍କ ଅସହାୟତା ଠାରୁ ଅଧିକ ଅସହାୟ ହୋଇପଡ଼ିଛି ଆମ ସରକାରୀ ବିଧି ବ୍ୟବସ୍ଥା। 

ମାଲକାନଗିରି ପୁଷପାଲି ଗାଁର ଦିବ୍ୟାଙ୍ଗ ଯୁବତୀ ବୃନ୍ଦା କବାସୀ
ବୟସ ମାତ୍ର ୨୬ 
୧୫ ବର୍ଷ ଧରି ଶଯ୍ୟାଶାୟୀ 

ବୃନ୍ଦା ସମଗ୍ର ଜିଲ୍ଲାରେ ବେଶ ପରିଚିତ। କାରଣ ଦିବ୍ୟାଙ୍ଗ ହୋଇ ମଧ୍ୟ ଜୀବନ ଜିଇଁବାର କଳାକୁ ବେଶ ଭଲ ଭାବରେ ଜାଣନ୍ତି। କନକ ନ୍ୟୁଜରେ ବୃନ୍ଦାଙ୍କ ଦୁଃଖ ଦୁର୍ଦଶାର ଅନେକ କାହାଣୀ ପ୍ରସାରଣ ହୋଇଛି। ୨୦୨୫ ଜୁନ୍‌ ମାସରେ ତାଙ୍କୁ ଅନ୍ତୋଦୟ ଗୃହ ନିର୍ମାଣ ଯୋଜନାରେ ପକ୍କା ଘର ନିର୍ମାଣ ଲାଗି କାର୍ଯ୍ୟାଦେଶ ମଧ୍ୟ ମିଳିଛି। କିନ୍ତୁ ବ୍ୟାଙ୍କ ଆକାଉଣ୍ଟ ସହ ଆଧାର ଲିଙ୍କ୍ 

ଆହୁରି ପଢ଼ନ୍ତୁ... ୫ ମାସର ଭତ୍ତା ଗଲା କୁଆଡ଼େ? ପଞ୍ଚାୟତରୁ ବ୍ଲକ ଅଫିସ ଧାଇଁ ଧାଇଁ ନୟାନ୍ତ ବରିଷ୍ଠ ନାଗରିକ

ହୋଇପାରୁନଥିବାରୁ ୮ ମାସ ହେଲା ପ୍ରଥମ କିସ୍ତି ଟଙ୍କା ଆସୁନାହିଁ। ବାରବାର ବ୍ୟାଙ୍କ ଓ ବ୍ଲକ୍ ଅଫିସ୍ ଦୌଡ଼ିଦୌଡ଼ି ନୟାନ୍ତ ହେଲେଣି। ଟିପ ଚିହ୍ନ ହୋଇପାରୁ ନଥିବାରୁ ନିଜ ଭାଗ୍ୟକୁ ଆଦରି ପଡ଼ିରହିଛନ୍ତି ବୃନ୍ଦା। ଆଉ ୩ ମାସରେ ସରିଯିବ କାର୍ଯ୍ୟାଦେଶର ଅବଧି। 

ଚତୁର୍ଥ ଶ୍ରେଣୀ ପରେ ହାତ ଗୋଡ଼ ସବୁ ଅଚଳ ହୋଇଗଲା। ସମୟ କ୍ରମେ ବାପାମାଆ ଦୁହେଁ ଆରପାରିକୁ ଚାଲିଗଲେ। ଆଉ କେବଳ ଦିବ୍ୟାଙ୍ଗ ବଡ଼ ଭଉଣୀ ହିଁ ବୃନ୍ଦାଙ୍କ ଏକ ମାତ୍ର ସାହା ଭରସା। ପକ୍କାଘର ତ ଏମିତି ଆଣ୍ଠେଇଛି, ବୃନ୍ଦାଙ୍କ ପାଇଁ ମଲ୍ଟି ଫୋଲ୍ଡ ବେଡ ଏବଂ ଗୋଟିଏ କମୋଡ ଟଏଲେଟ୍‌ର ବ୍ୟାବସ୍ଥା ଲାଗି ବାରମ୍ବାର ଦାବି ହୋଇଆସୁଥିଲେ ହେଁ ଜିଲ୍ଲା ସମାଜ ମଙ୍ଗଳ ବିଭାଗର ପ୍ରତିଶ୍ରୁତିରେ ଅଟକିଯାଇଛି ବୃନ୍ଦାଙ୍କ ଭାଗ୍ୟ। ତେବେ କନକ ନ୍ୟୁଜର ହସ୍ତକ୍ଷେପ ପରେ ସରକାରଙ୍କ ନୂଆ ଏସ୍‌ଓପି ଅନୁଯାଇ କନିଷ୍ଠ ଯନ୍ତ୍ରୀ କିମ୍ବା ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ଜରିଆରେ ଘର ଲାଗି ପ୍ରତିଶ୍ରୁତି ଦେଇଛନ୍ତି ବିଡିଓ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe